Latest Odisha News

ରବିବାରଠୁ ଆରମ୍ଭ ହେବ ମଦର ହୋମ୍ ଡେଲିଭରି

ଭୁବନେଶ୍ୱର: ଏଣିକି ଘରେ ପହଂଚିବ ମଦ । ରିବାରଠାରୁ ଆରମ୍ଭ ହେବ ହୋମ୍ ଡେଲିଭରି । ଓଡ଼ିଶାରେ ହେବ ମଦର ହୋମ୍ ଡେଲିଭରି। ଏନେଇ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ଲାଇସେନ୍ସ ପ୍ରାପ୍ତ ଦୋକାନୀ ମଦର ହୋମ ଡେଲିଭରୀ ଦେବେ । ରିଟେଲର ଚାହିଁଲେ ମଦକୁ ନିଜେ ହୋମ୍ ଡେଲିଭରି କରିପାରିବେ । ସେହିପରି କଂଟେନମେଂଟ ଜୋନ୍ ଓ ସପିଂ ମଲରେ ଏହି ସୁବିଧା ମିଳିବନି । ଏଥିସହ ବିଦେଶୀ ମଦ ଓ ବିୟର ଉପରେ ସରକାର କୋଭିଡ ଫି ଲଗାଇଛନ୍ତି । ଏମ୍‌ଆର୍‌ପି ଉପରେ ୫୦ ପ୍ରତିଶତ ଲାଗୁ ହେବ ବୋଲି ସୂଚନା ମିଳିଛି । ଏଥିରୁ ମିଳିବାକୁ ଥିବା ରଜସ୍ୱକୁ କରୋନା ମୁକାବିଲା କ୍ଷେତ୍ରରେ ଖର୍ଚ୍ଚ ହେବ । ତେବେ କାଉଂଟରେ ମଦ ବିକ୍ରି କରିବାକୁ ସରକାର ଅନୁମତି ଦେଇନାହାନ୍ତି ।

ଜଣେ ଗ୍ରାହକ ସର୍ବାଧିକ ୫ଲିଟର ବିୟର ଓ ସର୍ବାଧିକ ଅଢ଼େଇ ଲିଟର ମଦ ପାଇଁ ଅର୍ଡର ଦେଇପାରିବେ । ସକାଳ ୭ଟାରୁ ଦିନ ୧ଟା ମଧ୍ୟରେ ଅନ୍‌ଲାଇନ୍ ଅର୍ଡର ନିଆଯିବ ସନ୍ଧ୍ୟା ୬ଟା ମଧ୍ୟରେ ଡେଲିଭରି କରାଯାଇପାରିବ । ଲକଡାଉନ ସମୟରେ ଦୋକାନରେ ଭିଡକୁ ଏଡାଇବା ପାଇଁ ରାଜ୍ୟ ସରକାର ଅନ୍‌ଲାଇନ୍‌ରେ ମଦ ବିକ୍ରି ପାଇଁ ସ୍ଥିର କରିଛନ୍ତି ।

Leave A Reply

Your email address will not be published.