Latest Odisha News

BREAKING NEWS

ଭାରତ-ଦକ୍ଷିଣଆଫ୍ରିକା ଟି୨୦ ସିରିଜ ଅଗଷ୍ଟ ଶେଷ ଭାଗରେ ହୋଇପାରେ !

ନୂଆଦିଲ୍ଲୀ: କରୋନା ମହାମାରୀ କିଛି ମାତ୍ରାରେ ନିୟନ୍ତ୍ରଣକୁ ଆସିଲେ ଅଗଷ୍ଟ ଶେଷ ଆଡକୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟି ଟି୨୦ ମ୍ୟାଚ ଖେଳାଯାଇପାରେ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏହି ସିରିଜ ପାଇଁ ପ୍ରସ୍ତାବ ଦେଇଥିବାରୁ ଦକ୍ଷିଣ ଆଫ୍ରିକା ବୋର୍ଡ ଏ ନେଇ ଆଗ୍ରହୀ ଅଛି ।

ପ୍ରଥମେ ଗ୍ରୀନ ଜୋନରୁ ସମସ୍ତ ଖେଳାଳିଙ୍କୁ ପ୍ରଶିକ୍ଷଣ ଶିବିରକୁ ଅଣାଯିବ । ଏହା ପରେ ସିରିଜ ଆୟୋଜନ ହେବା କଥା ଚିନ୍ତା କରାଯିବ ବୋଲି ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି । ଏହା ବ୍ୟତୀତ ଆଇପିଏଲ ଆୟୋଜନ କଥା ମଧ୍ୟ ଚିନ୍ତା କରାଯାଉଛି ବୋଲି ଅଧିକାରୀଜଣକ କହିଛନ୍ତି । କରୋନା ସଂକ୍ରମଣ ଯୋଗୁ ମାର୍ଚ୍ଚରୁ ସମଗ୍ର ବିଶ୍ୱରେ କ୍ରିକେଟ ଖେଳ ବନ୍ଦ ରହିଛି ।

Leave A Reply

Your email address will not be published.