Latest Odisha News

BREAKING NEWS

ଟିମ୍ ଇଣ୍ଡିଆର ୮୭ ବର୍ଷିୟା ସୁପର ଫ୍ୟାନଙ୍କ ପରଲୋକ…

ଲଣ୍ଡନ: ଭାରତୀୟ କ୍ରିକେଟ ଟିମର ସୁପରଫ୍ୟାନ ୮୭ ବର୍ଷୀୟା ଚାରୁଲତା ପଟେଲଙ୍କ ପରଲୋକ ହୋଇଯାଇଛି । ଗତ ବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ବିଶ୍ୱକପରେ ଚାରୁଲତା ଟିମ୍ ଇଣ୍ଡିଆର ମ୍ୟାଚ ଷ୍ଟାଡିୟମରେ ଉପଭୋଗ କରିଥିଲେ ।

ଏତେ ବର୍ଷ ବୟସରେ କ୍ରିକେଟ ଉପଭୋଗ କରୁଥିବା ଦେଖି ବିରାଟ କୋହଲି ଏବଂ ଅନ୍ୟମାନେ ତାଙ୍କ ନିକଟକୁ ଯାଇଥିଲେ । କୋହଲି ଏବଂ ଚାରୁଲତାଙ୍କ ଫଟୋ ଭାଇରାଲ ହୋଇଥିଲେ ।

ସେବେଠାରୁ ସେ ଟିମ୍ ଇଣ୍ଡିଆର ସୁପରଫ୍ୟାନ ଆଖ୍ୟା ପାଇଥିଲେ । ବୋର୍ଡ ପକ୍ଷରୁ ତାଙ୍କ ପାଇଁ ଭାରତ ଖେଳୁଥିବା ସମସ୍ତ ମ୍ୟାଚ ନିମନ୍ତେ ଟିକେଟର ବ୍ୟବସ୍ଥା କରାଯାଇଥିଲା ।

ଚାରୁଲତାଙ୍କ ପରିବାରବର୍ଗ ଇନଷ୍ଟ୍ରାଙ୍ଗାମରେ ତାଙ୍କ ନିଧନ କଥା ଉଲ୍ଲେଖ କରିଥିଲେ । ପରେ ବିସିସିଆଇ ମଧ୍ୟ ଅଫିସିଆଲ ସାଇଟରେ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଖବର ପାଇବା ପରେ କୋହଲୀଙ୍କ ସମତେ ଅନ୍ୟମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.