Latest Odisha News

ଆଜି ‘ଅନ୍ତର୍ଜାତୀୟ ମହିଳା ଦିବସ’: ‘ମୋ ବସ’ରେ ମହିଳା ଯାତ୍ରୀଙ୍କୁ ମାଗଣା ସେବା

ଭୁବନେଶ୍ୱର : ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖକୁ ସାରା ଦେଶରେ ‘ଅନ୍ତର୍ଜାତୀୟ ମହିଳା ଦିବସ’ ଭାବେ ପାଳନ କରାଯାଉଛି । ଏହି ଅବସରରେ ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଛାତ୍ରୀମାନେ ବାଲୁକା କଳା ନିର୍ମାଣ କରିଛନ୍ତି ।

ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସୁଦର୍ଶନ । ଅନ୍ତର୍ଜାତୀୟ ମହିଳା ଦିବସରେ ତାଙ୍କର ୧୧ ଜଣ ଛାତ୍ରୀ ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳାକୃତି ନିର୍ମାଣ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ୱରରେ ଆଜି ‘ମୋ ବସ’ରେ ଯାତ୍ରା କଲେ ମହିଳା ଯାତ୍ରୀମାନଙ୍କୁ କୌଣସି ଭଡା ଦେବାକୁ ପଡିବ ନାହିଁ । ଅର୍ଥାତ୍ ମହିଳା ଯାତ୍ରୀମାନେ ଆଜି ମାଗଣାରେ ବସ ଯାତ୍ରା କରିବେ । ଏନେଇ କ୍ୟାପିଟାଲ୍ ରିଜ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଘୋଷଣା କରାଯାଇଛି ।

ଅଧିକ ପଢନ୍ତୁ: ମାର୍ଚ୍ଚ ୮କୁ କାହିଁକି ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଏ ?

ବର୍ତ୍ତମାନ ‘ମୋ ବସ’ରେ ସମୁଦାୟ ଗାଇଡ୍ ମାନଙ୍କ ମଧ୍ୟରୁ ୩୦ ପ୍ରତିଶତ ମହିଳା ଅଛନ୍ତି ବୋଲି ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.