Latest Odisha News

BREAKING NEWS

ଝାଡ଼ଖଣ୍ଡ ନିର୍ବାଚନ: କେତେକ ପ୍ରମୁଖ ପ୍ରାର୍ଥୀ ଓ ଆସନ ସମ୍ପର୍କରେ ଜାଣନ୍ତୁ…

ଋାଞ୍ଚି: ଝାଡ଼ଖଣ୍ଡରେ ଆସନ୍ତାକାଲି ୧ମ ପର୍ଯ୍ୟାୟ ଭୋଟଗ୍ରହଣ ଅନୁଷ୍ଠିତ ହେଉଛି । ରାଜ୍ୟର ୮୧ଟି ବିଧାନସଭା ଆସନ ମଧ୍ୟରୁ ୧ମ ପର୍ଯ୍ୟାୟ ନିର୍ବାଚନରେ ଶନିବାର ଦିନ ୧୩ଟି ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବାକୁ ଯାଉଛି ।

ଆସନ୍ତାକାଲି ଅର୍ଥାତ ଶନିବାର ଦିନ ଯେଉଁ ୧୩ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ ସେହି ନିର୍ବାଚନ ମଣ୍ଡଳୀଗୁଡ଼ିକ ହେଉଛି – ଛତ୍ରା, ଗୁମଲା, ବିଷ୍ଣୁପୁର, ଲୋହରଡ଼ଗା, ମାନିକା, ଲଟେହାର, ପାନକି, ଡାଲଟନଗଞ୍ଜ, ବିଶ୍ରାମପୁର, ଛତ୍ରପୁର, ହୁସେନବାଦ, ଗରୱାଲ, ଭବନ୍ତପୁର ନିର୍ବାଚନ ମଣ୍ଡଳୀ ।

ଲୋହରଡ଼ଗା ଆସନରେ କଂଗ୍ରେସ ପ୍ରାର୍ଥୀ ରାମେଶ୍ୱର ଓର୍ସେନ ଏବଂ ବିଜେପିର ସୁଖଦେବ ଭଗତଙ୍କ ମଧ୍ୟରେ କଡ଼ା ମୁକାବିଲା ହେଉଛି । ମାନିକା ଆସନରେ କଂଗ୍ରେସର ରାମଚନ୍ଦ୍ର ସିଂହ ଓ ବିଜେପିର ରଘୁପାଲ ସିଂହଙ୍କ ମଧ୍ୟରେ କଡ଼ା ମୁକାବିଲା ହେଉଛି । ଏହି ଆସନରେ ଜେଭିଏମର ପ୍ରାର୍ଥୀ ରାଜପାଲ ସିଂହ ମଧ୍ୟ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ ହୋଇଛନ୍ତି । ଲଟେହାର ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ପ୍ରକାଶ ରାମ ନିର୍ବାଚନ ଲଢୁଛନ୍ତି ।

ସେହିପରି ଭାବେ ପାନକି ଆସନରେ ବିଜେପି ପ୍ରାର୍ଥୀ ଶଶି ଭୂଷଣ ମେହେଟା ଏବଂ ଜେଭିଏମ ପକ୍ଷରୁ ରୁଦ୍ର କୁମାର ଶୁକ୍ର ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଡ଼ାଲଟାଗଞ୍ଜରେ ଆଲୋକ ଚୌରାସିଆ ବିଜେପି ପକ୍ଷରୁ ନିର୍ବାଚନ ଲଢୁଥିବା ବେଳେ କଂଗ୍ରେସ ପକ୍ଷରୁ କେ ଏନ ତ୍ରିପାଠୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏହି ଆସନରେ ଜେଭିଏମ ପକ୍ଷରୁ ରାହୁଲ ଅଗ୍ରୱାଲ ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ଆସନ୍ତାକାଲି ଅନୁଷ୍ଠିତ ହେଉଥିବା ମତଦାନରେ ବିଶ୍ରାମପୁର ଆସନରେ ବିଜେପିର ରାମଚନ୍ଦ୍ର ଚନ୍ଦ୍ରଭାବସୀ ନିର୍ବାଚନ ଲଢୁଥିବା ବେଳେ କଂଗ୍ରେସ ପକ୍ଷରୁ ଚନ୍ଦ୍ରଶେଖର ଦୁବେ ନିର୍ବାଚନ ଲଢୁଛନ୍ତି । ଭବନ୍ତପୁରରୁ ବିଜେପି ପ୍ରାର୍ଥୀ ଭାନୁ ପ୍ରତାପ ସାହି ଏବଂ କଂଗ୍ରେସ ପ୍ରାର୍ଥୀ କେପି ଯାଦବଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେଉଛି ।

ଝାଡ଼ଖଣ୍ଡ ବିଧାନସଭାରେ ସରକାର ଗଠନ କରିବାକୁ ହେଲେ ୪୧ ଆସନର ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ପଡ଼ିବ । ରାଜ୍ୟରେ ଗତ ୨୦୧୪ ନିର୍ବାଚନରେ ୮୧ଟି ଆସନରୁ ବିଜେପି ଓ ଆଜସୁ ମେଣ୍ଟକୁ ୪୨ଟି ଆସନ ମିଳିଥିବା ବେଳେ ଜେଏମଏମ ଓ କଂଗ୍ରେସ ମେଣ୍ଟକୁ ୩୩ଟି ଆସନ ମିଳିଥିଲା । ବିଜେପି ମେଣ୍ଟ୪୧ ମ୍ୟାଜିକ୍ ନମ୍ବର ଅକ୍ତିଆର କରି ସରକାର ଗଠନ କରିବାକୁ ସକ୍ଷମ ହୋଇଥିଲା ।

Leave A Reply

Your email address will not be published.