Latest Odisha News

BREAKING NEWS

ଘରମାଲିକ ଦେଖାଇଲେ ମାନବିକତା, ୭ ଭଡାଟିଆଙ୍କୁ ଘରଭଡା ଛାଡ କଲେ

ଭୁବନେଶ୍ୱର: ଲକ୍‌ଡାଉନ ସମସ୍ତଙ୍କ ଆର୍ଥିକ ମାନଦଣ୍ଡକୁ ଦୋହଲାଇ ଦେଇଛି । ଏହି ପରୀପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘରମାଲିକମାନଙ୍କୁ ମାନବିକତା ଦୃଷ୍ଟିରୁ ଘର ଭଡା ଛାଡ କିମ୍ବା ଟାଳିବା ନେଇ ପରାମର୍ଶ ଦେଇଥିଲେ । ଏହି କ୍ରମରେ ଭୁବନେଶ୍ୱର ବରମୁଣ୍ଡାର ସୌଦାମିନୀ ସାମନ୍ତରାୟ ନାମକ ଜଣେ ଘରମାଲିକ ତାଙ୍କର ସାତଜଣ ଭଡାଟିଆମାନଙ୍କୁ ଘରଭଡା ଛାଡ କରି ଉଦାହରଣ ସୃଷ୍ଟି କରିଛନ୍ତି ।

ସୌଦାମିନିଙ୍କ କହିବାନୁସାରେ, ‘ଲକ୍ ଡାଉନ ସମସ୍ତଙ୍କ ପାଇଁ କଷ୍ଟ ଆଣିଦେଇଛି । ତାଙ୍କ ଘରେ ରହୁଥିବା ଭଡାଟିଆଙ୍କ ମଧ୍ୟରୁ ଅନେକ ଛୋଟମୋଟ ବ୍ୟବସାୟ କି କମ୍ପାନୀରେ ଚାକିରୀ କରୁଛନ୍ତି । ଏହି ସମୟରେ ବ୍ୟବସାୟୀମାନଙ୍କ ବ୍ୟବସାୟ ତ ବନ୍ଦ ଅଛି ତା ସାଙ୍ଗକୁ ଚାକିରିଆମାନେ ଦରମା ପାଇବେ କି ନାହିଁ ସନ୍ଦେହ । ତେଣୁ ଏହି ସମୟରେ ସେମାନଙ୍କୁ ମୁଁ ସାହାଯ୍ୟ କରିବାକୁ ଚାହିଁଲି । ’

ଗତ ଏପ୍ରିଲ ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘରମାଲିକମାନଙ୍କୁ ଭଡାଟିଆଙ୍କଠାରୁ ଘରଭଡା ନ ନେବା ପାଇଁ କିମ୍ବା ବିଳମ୍ବରେ ନେବା ପାଇଁ ନିବେଦନ କରିଥିଲେ ।

Leave A Reply

Your email address will not be published.