Latest Odisha News

BREAKING NEWS

ସତର୍କତା ଓ ସଚେତନତା ହିଁ କରୋନା ବିରୋଧୀ ଲଢେଇର ମୂଳମନ୍ତ୍ର: ମୋଦି

ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ ଦେଶ ଲକଡାଉନ୍‌ରୁ ବାହାରି ଆସିଛି । ଦେଶ ଏବେ ଅନଲକ୍ ପର୍ଯ୍ୟାୟରେ । ତେବେ ଏହି ସମୟରେ ଦେଶବାସୀଙ୍କୁ ଅଧିକ ସଚେତନ ରହିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ନିବେଦନ କରିଛନ୍ତି । ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନାକୁ ପରାଜିତ କରିବା ଏବଂ ଅର୍ଥନୀତିକୁ ସୁଦୃଢ କରିବା ଓ ଶକ୍ତିଶାଳୀ କରିବା ଜରୁରୀ । ଲକଡାଉନ୍ ଅପେକ୍ଷା ଅନଲକ୍ ସମୟରେ ଆମକୁ ଅଧିକ ସତର୍କ ଓ ସଚେତନ ରହିବାକୁ ପଡିବ ।

ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ବାର୍ତ୍ତା ଦେଇଛନ୍ତି ଯେ, ସତର୍କତା ହିଁ କରୋନା ଦାଉରୁ ସମସ୍ତଙ୍କୁ ରକ୍ଷା କରିବ । ଏଥିପାଇଁ ସମସ୍ତେ ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ଅବଲମ୍ବନ କରନ୍ତୁ । ତେବେ ବିଶ୍ୱରେ କରୋନା ଭଳି ଜଟିଳ ପରିସ୍ଥିତିରେ ମଧ୍ୟ ସରକାର ଅନେକ ଐତିହାସିକ ପଦକ୍ଷେପ ନେଇଥିବା ମୋଦି କହିଛନ୍ତି । ବର୍ଷ ବର୍ଷ ଧରି ଖଣିକ୍ଷେତ୍ର ଲକଡାଉନ୍ ହୋଇରହିଥିଲା ।

ବାଣିଜ୍ୟିକ ନିଲାମକୁ ମଂଜୁରୀ ଦେବାର ମାତ୍ର ଗୋଟିଏ ନିଷ୍ପତ୍ତି ପରିସ୍ଥିତିକୁ ସମ୍ପୂର୍ଣ୍ଣ ବଦଳାଇଦେଇଛି । ମହାକାଶ କ୍ଷେତ୍ରରେ ମଧ୍ୟ ସୁଧାର ଆସିଛି । ସେହିପରି କୃଷି କ୍ଷେତ୍ରକୁ ଅନଲକ୍ କରିଦିଆଯାଇଛି । ଚାଷୀମାନଙ୍କୁ ନିଜ ଫସଲ ଯେକୌଣସି ସ୍ଥାନରେ ଏବଂ ଯେକୌଣସି ବ୍ୟକ୍ତିଙ୍କୁ ବିକ୍ରି କରିବାର ସ୍ୱାଧୀନତା ମିଳିଛି । ଅନ୍ୟପଟେ କୃଷକଙ୍କୁ ଅଧିକ ଋଣ ମିଳିବା ମଧ୍ୟ ସୁନିଶ୍ଚିତ ହୋଇଥିବା ପ୍ରଧାନମନ୍ତ୍ରୀ ରେଡିଓ ବାର୍ତ୍ତାରେ କହିଛନ୍ତି ।

Leave A Reply

Your email address will not be published.