Latest Odisha News

ପୁରୀର ବିକାଶ ଲାଗି ୨୬୫ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀ ସହରର ଭିତ୍ତିଭୂମି ବିକାଶ ସମ୍ପର୍କରେ ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୬୫ କୋଟି ଟଙ୍କାର ୫ଗୋଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ରଧାମକୁ ସାରା ବିଶ୍ୱର ବିଭିନ୍ନ କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତ ଆସୁଛନ୍ତି । ସେମାନଙ୍କୁ ପୁରୀ ସହରରେ ଉନ୍ନତମାନର ସେବା ଓ ସୁବିଧା ଯୋଗାଇ ଦେବା ପାଇଁ ଅଭଡ଼ା ଯୋଜନାରେ ୫ଗୋଟି ଭିତ୍ତିଭୂମି ବିକାଶ ପ୍ରକଳ୍ପ ଆରମ୍ଭ ହେବ । ପୁରୀର ପୁରୁଣା ଜେଲ୍ ପରିସର, ଯାତ୍ରୀକା ଏବଂ ମ୍ୟୁନିସିପାଲିଟି ମାର୍କେଟର ବିକାଶ କରାଯାଇ ସେଠାରେ ୧୨୫୦ଟି ଦୋକାନ ଘର ନିର୍ମାଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ପୁରୀର ପୁରୁଣା ଜେଲ୍ ପରିସରରେ ବହୁତଳ ବିଶିଷ୍ଟ ପାର୍କିଂ ବ୍ୟବସ୍ଥାର ବିକାଶ କରାଯିବ । ଏଠାରେ ୪୦୦ କାର୍ ପାଇଁ ପାର୍କିଂ ସୁବିଧା ରହିବ । ସେହିପରି ଯାତ୍ରୀକାରେ ମଧ୍ୟ ବହୁତଳ କାର୍ ପାର୍କିଂ ବ୍ୟବସ୍ଥା କରାଯିବ । ସେଠାରେ ମଧ୍ୟ ୪୦୦ କାର୍ ପାର୍କିଂ କରାଯିବ । ଏହାଦ୍ୱାରା ପୁରୀକୁ ଆସୁଥିବା ଯାତ୍ରୀମାଙ୍କର ଗାଡ଼ି ପାର୍କିଂ ସମସ୍ୟା ଦୂର କରାଯାଇପାରିବ ।

Leave A Reply

Your email address will not be published.