Latest Odisha News

BREAKING NEWS

ଓଡ଼ିଶାରେ ଖୁବଶିଘ୍ର ଉପଲବ୍ଧ ହେବ ମଦ ହୋମ୍ ଡେଲିଭରି !

ଭୁବନେଶ୍ୱର: ଖୁବ୍ ଶିଘ୍ର ରାଜ୍ୟରେ ହୋଇପାରେ ମଦର ହୋମ୍ ଡେଲିଭରି । ଏନେଇ ସରକାର ସପ୍ତାହକ ମଧ୍ୟରେ ନିଷ୍ପତ୍ତି ଗ୍ରହଣ କରିପାରନ୍ତି ବୋଲି ଏକ ରିପୋର୍ଟ ପ୍ରକାଶିତ ହୋଇଛି ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରାଜ୍ୟ ସରକାର ମଦର ଘରୋଇ ବିତରଣ ଲାଗି ଯୋଜନା କରୁଛନ୍ତି ଏବଂ ଏସମ୍ପର୍କରେ ସପ୍ତାହକ ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଆଶା ରହିଛି ।

କାଉଣ୍ଟର୍ ବିକ୍ରୟ ଲାଗି ଗତ ସପ୍ତାହରେ ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଚିଠି ମାଧ୍ୟମରେ ଜଣାଇଥିଲେ । ତେବେ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଏହା ଅସୁବିଧା ସୃଷ୍ଟି କରିପାରେ ବୋଲି ଏବଂ ଲକ୍ ଡାଉନ୍ ଅବଧି ନ ସରିବା ପର୍ଯ୍ୟନ୍ତ ଏହା କାଉଣ୍ଟର୍ ଗୁଡ଼ିକରେ ସାମାଜିକ ଦୂରତା ରକ୍ଷା କରିବାରେ ବାଧା ସୃଷ୍ଟି କରିପାରେ ବୋଲି ଚିନ୍ତା ପ୍ରକଟ କରିଥିଲେ ।

ଇତିମଧ୍ୟରେ, ଅବକାରୀ ବିଭାଗ କମିଶନର, ଓଏସବିସିଏଲ, ଏମଡ଼ି, ଅବକାରୀ ବିଭାଗ ଡେପୁଟି କମିଶନର କଟକ, ଖୋର୍ଦ୍ଧା, ବ୍ରହ୍ମପୁର ଏବଂ ଯାଜପୁର ଏକ୍ସାଇଜ୍ ସୁପରିଣ୍ଟେଣ୍ଡେଣ୍ଟ୍ ମାନଙ୍କୁ ନେଇ ଏକ ଛଅ ଜଣିଆ କମିଟି ଗଠନ କରାଯାଇଛି । ପଡ଼ୋଶୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ରେ କିପରି ଓ କେଉଁ ଦରରେ ମଦ ହୋମ ଡେଲିଭରୀ ହେଉଛି ସେ ସମ୍ପର୍କରେ ତର୍ଜମା କରାଯିବ ।

ଲକଡ଼ାଉନର ଚତୁର୍ଥ ପର୍ଯ୍ୟାୟରେ ଏକାକୀ ଷ୍ଟାଣ୍ଡ ଖୋଲିବାକୁ କେତେକ ରାଜ୍ୟ ସରକାର ଅନୁମତି ଦେଇଥିଲେ ଏବଂ ରେଷ୍ଟୁରାଣ୍ଟ ଗୁଡ଼ିକୁ କରୋନା ମହାମାରୀ ଯୋଗୁଁ ଏହାକୁ ଅନୁମତି ପ୍ରଦାନ କରାଯାଇନଥିଲା । କାଉଣ୍ଟରରୁ ମଦ କିଣିବା ବେଳେ ଜନସାଧାରଣ ସାମାଜିକ ଦୂରତା ରକ୍ଷା କରିବାରେ ଅବହେଳା କରିବା ନେଇ ସେତେବେଳେ ଚିନ୍ତା ପ୍ରକଟ କରାଯାଇଥିଲା ।

ବେଙ୍ଗାଲୁରୁ ଏବଂ ଦିଲ୍ଲୀ ସହରରେ ମଦ କାଉଣ୍ଟର୍ ଗୁଡ଼ିକ ଖୋଲିବା ପରେ ଲୋକମାନେ ସକାଳୁ ଦୋକାନ ଆଗରେ ଧାଡ଼ି ବାନ୍ଧି ଛିଡ଼ା ହେବାର ଲକ୍ଷ୍ୟ କରାଗଲା । କିଛି ଆଉଟଲେଟ ଗୁଡ଼ିକରେ ସାମାଜିକ ଦୂରତା ପାଳନ କରାଯାଉଥିବା ବେଳେ ଅନ୍ୟ କିଛି ଦୋକାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା ।

ସେହିପରି ଭାବେ ନିକଟରେ ସୁପ୍ରିମକୋର୍ଟ ମଧ୍ୟ ସାମାଜିକ ଦୂରତା ବଜାୟ ରଖିବା ନେଇ ରାଜ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ ।

ରାଜ୍ୟରେ ହୋମ୍ ଡେଲିଭରି ଆରମ୍ଭ ହେଲେ ୨୦୮୨ଟି ମଦ ଦୋକାନ ଗୁଡ଼ିକ ବିତରଣ କରିବାକୁ ସକ୍ଷମ ହୋଇପାରିବେ ।

ଏଠାରେ ଉଲ୍ଲେଖଯୋଗ୍ୟ, ରାଞ୍ଚିରେ ସ୍ୱିଗି ମଦର ହୋମ୍ ଡେଲିଭରି ଲଞ୍ଚ୍ କରିଛି ।

ସେହିପରି ଭାବେ ଜମାଟୋ ମଧ୍ୟ ମଦର ହୋମ୍ ଡେଲିଭରି କରିବାକୁ ଯୋଜନା ପ୍ରସ୍ତୁତ କରିଥିବା ସୂଚନା ମିଳିଛି । ଏନେଇ ସରକାରଙ୍କୁ ମଧ୍ୟ ଜମାଟୋ ଅନୁରୋଧ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.