Latest Odisha News

BREAKING NEWS

ଓଡ଼ିଶାକୁ ମିଳିଲା ୫୦୦ କୋଟି ଟଙ୍କାର ‘ଅମ୍ଫାନ୍’ ସହାୟତା; ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସରକାର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଓଡ଼ିଶା ଗସ୍ତରେ ଆସି ରାଜ୍ୟର ‘ଅମ୍ଫାନ୍’ ପ୍ରଭାବିତ ବାତ୍ୟାଞ୍ଚଳ ଆକାଶମାର୍ଗରୁ ପରିଦର୍ଶନ କରିଥିଲେ । ବାତ୍ୟା କ୍ଷୟକ୍ଷତି ସମ୍ପର୍କିତ ସମୀକ୍ଷା କରିବା ସହିତ ଓଡ଼ିଶାକୁ ଆଗୁଆ ୫୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ । ଆଜି ଓଡ଼ିଶାକୁ ମିଳିଛି ଏହି ୫୦୦ କୋଟି ଟଙ୍କାର ‘ଅମ୍ଫାନ୍’ ସହାୟତା ରାଶି ।

୨୪ ଘଣ୍ଟା ନ’ପୁରୁଣୁ ୫୦୦ କୋଟି ଟଙ୍କାର ଏହି ଅର୍ଥ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ମିଳିଯାଇଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ କୁମାର ଜେନା ଟ୍ୱିଟ୍ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ।

ଏଥିସହିତ ବାତ୍ୟା ପରବର୍ତ୍ତୀ ପରିସ୍ଥିତି ଲାଗି କେନ୍ଦ୍ର ସରକାରଙ୍କ ଏହି ତ୍ୱରିତ୍ ପଦକ୍ଷେପକୁ ସରକାରଙ୍କ ପକ୍ଷରୁ ଶ୍ରୀ ଜେନା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.