Latest Odisha News

BREAKING NEWS

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଆଜି ଶ୍ରାଦ୍ଧବାର୍ଷିକୀ, ଜାଣନ୍ତୁ ତାଙ୍କ ସମ୍ପର୍କରେ…

ଭୁବନେଶ୍ୱର: ଆଧୁନିକ ଓଡିଆ ସାହିତ୍ୟର ଜଣେ ବରେଣ୍ୟ ସାଧକ ଭାବେ ଖୁବ୍ ପରିଚିତ ଥିଲେ ଲକ୍ଷ୍ମୀକାନ୍ତ ମହାପାତ୍ର ।

ପ୍ରାକ୍‌-ସ୍ୱାଧୀନତା କାଳରେ ସେ ଅନେକ ଜାତୀୟତାବୋଧ ସଙ୍ଗୀତ ରଚନା କରିଥିଲେ, ଯାହା ସେସମୟରେ ଯୁବସମାଜ ମଧ୍ୟରେ ବିଦ୍ରୋହର ବହ୍ନି ପ୍ରଜ୍ୱଳିତ କରିପାରୁଥିଲା ।

୧୯୫୩ ମସିହା ଫେବୃଆରୀ ୨୪ ତାରିଖରେ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ।

ଓଡିଶାର ଜାତୀୟ ସଙ୍ଗୀତ ମାନ୍ୟତା ପାଇଥିବା ‘ବନ୍ଦେ ଉତ୍କଳ ଜନନୀ’ ତାଙ୍କ ଲେଖନୀରୁ ଉଦ୍ଧୃତ । ଯାହାକୁ ସେ ୧୯୧୨ ମସିହାରେ ବାଲେଶ୍ୱର ଠାରେ ଅନୁଷ୍ଠିତ ଏକ ସମ୍ମୀଳନୀରେ ପରିବେଷଣ ଲାଗି ରଚନା କରିଥିଲେ ।

ପିଲାଟିବେଳୁ ସେ କଳାପ୍ରେମୀ, ନୃତ୍ୟ, ଗୀତ ଓ ଅଭିନୟ, ଲେଖାଲେଖା ପ୍ରତି ତାଙ୍କର ଖୁବ୍ ରୁଚି ରହିଥିଲା । ୧୯୧୩ ମସିହାରେ ସେ ସ୍ନାତ୍ତକ ଉର୍ତ୍ତୀଣ୍ଟ ହେବା ଳେବକୁ ସାହିତ୍ୟିକ ମହଲରେ ଖୁବ୍ ପରିଚିତ ହୋଇସାରିଥିଲେ ।

ସ୍ୱର୍ଗତଃ ମହାପାତ୍ର ତାଙ୍କ ଜୀବନକାଳ ମଧ୍ୟରେ ବହୁ ରଚନା କରିଥିଲେ ମଧ୍ୟ କଣାମାମୁ, ଜୀବନ ସଙ୍ଗୀତ, ଚଟକ ଚନ୍ଦ୍ରହାସ, ଚମ୍ପୂ ଓ ପାନ ମହାତ୍ମା ଆଦି ତାଙ୍କର ଶ୍ରେଷ୍ଠ କୃର୍ତ୍ତି ରହିଥିଲା ।
ତାଙ୍କର ଏଭଳି ଉଚ୍ଚକୋଟିର ରଚନା ଲାଗି ୧୯୩୩ ମସିହାରେ ତାଙ୍କୁ ‘କାନ୍ତକବି’ର ଉପାଧି ଦିଆଯାଇଥିଲା ।

ସେ ୧୯୮୮ ମସିହା ଡିସେମ୍ବର ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ ।

 

Leave A Reply

Your email address will not be published.