Latest Odisha News

BREAKING NEWS

ଶ୍ରୀମନ୍ଦିର ଚାରିପାଖ ଖାଲି କରିବା ନିଷ୍ପତ୍ତିକୁ ସେବାୟତଙ୍କ ତୀବ୍ର ବିରୋଧ

ପୁରୀ: ଜଷ୍ଟିସ୍ ବିପି ଦାସ କମିଶନଙ୍କ ସୁପାରିଶ କ୍ରମେ ଶ୍ରୀ ଜଗନ୍ନାଥ ମନ୍ଦିରର ଚତୁଃପାଶ୍ୱର୍ରୁ କିଛି ସ୍ଥାନକୁ ଉଚ୍ଛେଦ କରିବା ଲାଗି ରାଜ୍ୟ କ୍ୟାବେନଟ୍ ନେଇଥିବା ନିଷ୍ପତ୍ତିକୁ ସ୍ଥାନୀୟ ବାସିନ୍ଦା ଓ ସେବାୟତମାନେ ନାପସନ୍ଦ କରିଛନ୍ତି ।

“ଏହା ବିରୋଧରେ ଦରକାର ପଡିଲେ ଆମେମାନେ ହାଇକୋର୍ଟର ଦ୍ୱାରସ୍ଥ ହେବୁ” ବୋଲି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ଏପରିକି ମନ୍ଦିର ଚାରି ପାଶ୍ୱର୍ରୁ ପ୍ରାୟ ୭୫ମି. ପର୍ଯ୍ୟନ୍ତ ସ୍ଥାନ ଯଦି ଖାଲି କରାଯାଏ, ତା’ହେଲେ ଏହା ଭିତରେ ଥିବା ଅନେକ ମଠ ଓ ମନ୍ଦିର ମଧ୍ୟ ଭାଙ୍ଗିବାକୁ ପଡିବ । ଯାହାଦ୍ୱାରା ପୁରୀର ଐତିହ୍ୟ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ଶ୍ରୀ ଜଗନ୍ନାଥ ମନ୍ଦିର ଚାରି ପାଶ୍ୱର୍ର ପ୍ରାୟ ୭୫ମିଟର ପରିସୀମା ମଧ୍ୟରେ ୧୫ଟି ମନ୍ଦିର, ୨୦ ମଠ, ୧୦ ଆଶ୍ରମ ଏବଂ ଶହେରୁ ଅଧିକ ବାସଗୃହ ଓ ଦୋକାନ ରହିଛି ।

Leave A Reply

Your email address will not be published.