Latest Odisha News

BREAKING NEWS

ପୁରୀରେ ପହଞ୍ଚିଲା ୫ମ ପର୍ଯ୍ୟାୟ ରଥକାଠ

ପୁରୀ: ଆସନ୍ତା ଏପ୍ରିଲ୍ ୨୬ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ତିଥି । ଏହି ପବିତ୍ର ତିଥିରେ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ପାଳିତ ହେବା ସହିତ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ନରେନ୍ଦ୍ର ପୁଷ୍କରିଣୀରେ ଏହି ଦିନ ଚାପ ଖେଳ ଅନୁଷ୍ଠିତ ହେବା ସହିତ ଚନ୍ଦନ ଯାତ୍ରା ଆରମ୍ଭ ହେବ । ତେବେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ରଥକାଠ ଅନୂକୁଳ ଏହି ପବିତ୍ର ଅକ୍ଷୟ ତୃତୀୟାରେ ଅନୁଷ୍ଠିତ ହେବ । ଏବେ ରଥଖଳାରେ ରଥକାଠ ସଂଗ୍ରହ ହୋଇ ଏକତ୍ରିତ ହେବାରେ ଲାଗିଛି ।

ପୁରୀ ବଡ଼ଦାଣ୍ଡରେ ପଞ୍ଚମ ପର୍ଯ୍ୟାୟ ରଥକାଠ ପହଞ୍ଚିଛି । ଆଜି ୨ଟି ଟ୍ରକରେ ଏହି ରଥକାଠ ଆସି ପହଞ୍ଚିଥିବାର କାଠ ପହଞ୍ଚିଛି । ୫ମ ପର୍ଯ୍ୟାୟରେ ୪୨ ଖଣ୍ଡ କାଠ ଆସି ପହଞ୍ଚିଛି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏହି କାଠଗୁଡ଼ିକୁ ରଖାଯାଇଛି ।

ଅକ୍ଷୟ ତୃତୀୟା ଦିନ ରଥକାଠ ଗୁଡ଼ିକର ପାରମ୍ପରିକ ପୂଜାର୍ଚ୍ଚନା କରାଯାଇ ଅନୂକୁଳ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.