Latest Odisha News

BREAKING NEWS

ତେଲେଙ୍ଗାନା କଂଗ୍ରେସ ନେତା ହନୁମନ୍ଥ ରାଓ କରୋନା ସଂକ୍ରମିତ

ହାଇଦ୍ରାବାଦ: ତେଲେଙ୍ଗାନା କଂଗ୍ରେସର ବରିଷ୍ଠ ନେତା ଭି.ହନୁମନ୍ଥ ରାଓ କରୋନା ସଂକ୍ରିମିତ ହୋଇଥିବା ଜଣାପଡିଛି । ପୂର୍ବତନ ପ୍ରଦେଶ କମିଟି ଅଧ୍ୟକ୍ଷ ଗଣମାଧ୍ୟମକୁ ନିଜ ଆଡୁ ଏହି ଖବର ଜଣାଇଥିଲେ । ୭୨ ବର୍ଷୀୟ ରାଓ ଜନ୍ମଦିନ ଅବସରରେ ସଫେଇ କର୍ମଚାରୀଙ୍କୁ କମ୍ବଳ ବାଂଟିଥିଲେ । ଏହା ପରେ ତାଙ୍କ ଦେହ ଭଲ ରହି ନ ଥିଲା । ଫଳରେ ବାଧ୍ୟ ହୋଇ ସେ କରୋନା ଟେଷ୍ଟ କରିଥିଳେ ଏବଂ ଏଥିରେ ପଜିଟିଭ ଥିବା ଜଣାପଡିଥିଲେ ।

ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି କୁହାଯାଇଛି । ତେଲେଙ୍ଗାନରେ ୭ହଜାରରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ୨୦୪ଜଣଙ୍କର ଏହି ମହାମାରୀରେ ମୃତ୍ୟୁ ଘଟିଛି ।

Leave A Reply

Your email address will not be published.