Latest Odisha News

BREAKING NEWS

କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ରାଉରକେଲାର ଏହିସବୁ ସ୍ଥାନ ସିଲ୍

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଆଉ ତିନି ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ପ୍ରଶାସନ ପକ୍ଷରୁ କିଛି ଅଞ୍ଚଳକୁ ସିଲ୍ କରାଯାଇଛି।

ସମସ୍ତ ଆକ୍ରାନ୍ତଙ୍କୁ ରାଉରକେଲା କୋଭିଡ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି।

ଚତୁର୍ଥ ଓ ପଞ୍ଚମ ଆକ୍ରାନ୍ତଙ୍କ ସୂଚନା ମିଳିବା ପରେ ବିଶ୍ରା ଅଞ୍ଚଳରେ ପୂର୍ବ ଘୋଷିତ କଣ୍ଟେନମେଣ୍ଚ ଜୋନ ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତ୍ତର ରଖାଯାଇଛି।

ସେହିପରି ୬ଷ୍ଠ ପଜିଟିଭ ଆକ୍ରାନ୍ତ ନାଲା ରୋଡର ବାସିନ୍ଦା ହୋଇଥିବାରୁ ନାଲା ରୋଡ୍ ଅଞ୍ଚଳ ତଥା ତତ୍ ସଂଲଗ୍ନ ଅଞ୍ଚଳକୁ ଆଜି ତାରିଖରୁ ଅନ୍ୟାଦେଶ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି।

ପ୍ରାପ୍ତ ସୂଚନାନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମ କମିଶନରଙ୍କ ଆଦେଶ କ୍ରମେ ଏହି ସବୁ ଅଞ୍ଚଳକୁ ସିଲ୍ କରାଯାଇଛି।

ସିଲ୍ ହୋଇଥିବା ଅଞ୍ଚଳ-

ରାଉରକେଲା ସହରର ଜନତା ନିବାସ ଲେନ ପଏଣ୍ଚ ଠାରୁ ମହତାବ ରୋଡ ପଏଣ୍ଟ

ମେନ ରୋଡର ମଧ୍ୟଭାଗ, ଯାହାକି ଜନତା ନିବାସ ଲେନ ଏବଂ ଅନ୍ୟ ପଟେ ଏଗ୍ ଓ ଭେଜିଟେବଲ୍ ଲେନ୍ କୁ ସ୍ପର୍ଶ କରୁଥିବା ପଏଣ୍ଟ

ଡେଲି ମାର୍କେଟର ଏଗ୍ ଓ ଭେଜିଟେବଲ୍ ଲେନ୍ ପଏଣ୍ଟ ଠାରୁ ରେଲୱେ ଲାଇନ୍ ବାଉଣ୍ଡରୀ

ଆନନ୍ଦ ଭବନ ଲେନ୍ ଠାରୁ ରିଙ୍ଗ ରୋଡ୍ ସ୍ପର୍ଶ କରୁଥିବା ପଏଣ୍ଟ, ଆନନ୍ଦ ଭବନ ଲେନ୍ ଠାରୁ ବିଗ୍ ବଜାର ସ୍ପର୍ଶ କରୁଥିବା ମିଡିଲ୍ ପଏଣ୍ଟ

ନେତାଜୀ ମାର୍ଗ ଦେଇ ରେଲୱେ ଲାଇନ୍ ସ୍ପର୍ଶ କରୁଥିବା ବିଗ ବଜାର ପାର୍ଶ୍ୱ ଲେନ୍ କୁ କଣ୍ଚେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି।

ସେହିପରି କଣ୍ଚେନମେଣ୍ଟ ଜୋନ ସଂଲଗ୍ନ କିଛି ଅଞ୍ଚଳକୁ ବଫର ଜୋନ ଭାବେ ଚିହ୍ନଟ କରାଯାଇଛି। ସେଗୁଡିକ ହେଲା-

ପାୱାରା ହାଉସ ରୋଡ ଠାରୁ ରିଙ୍ଗ ରୋଡକୁ ସ୍ପର୍ଶ କରୁଥିବା ପଏଣ୍ଟ,

ତେଲୁଗୁପଡ଼ା ନିକଟ ରେଲୱେ ଲାଇନ ବାଉଣ୍ଡେରୀକୁ ସ୍ପର୍ଶ କରୁଥିବା ଲାଲ ବିଲ୍ଡିଂ ରୋଡ୍ ପଏଣ୍ଟ,

ଗୋଟିଏ ପଟେ ପାୱାର ହାଉସ ରୋଡ୍ ଏବଂ ଅନ୍ୟ ପଟେ ଲାଲ୍ ବିଲ୍ଡିଂ ରୋଡ୍ ଠାରୁ ରେଲୱେ ଲାଇନ୍ କୁ ସ୍ପର୍ଶ  କରୁଥିବା ମେନ୍ ରୋଡର ପଏଣ୍ଟ,

ମଧୁସୁଦନ ମାର୍ଗ ରୁ ରିଙ୍ଗ ରୋଡ୍ କୁ ସ୍ପର୍ଶ କରୁଥିବା ପଏଣ୍ଟ, ମଧୁସୁଦନ ଛକ ପଏଣ୍ଟ ଏବଂ ରାଉରକେଲା ରେଲୱେ ଷ୍ଟେସନ ପ୍ରସ୍ଥାନ ଗେଟ୍।

କଣ୍ଚେନମେଣ୍ଟ ଜୋନରେ ଏହି ସମୟରେ ବ୍ୟକ୍ତିଗତ ଯାତାୟତ, ଯାନବାହାନ ଚଳାଚଳ, ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତଥା ଅନୁଷ୍ଠାନ ସଂପୂର୍ଣ୍ଣ ବନ୍ଦ ରହିବ।

ଏହି ସମୟରେ ପ୍ରଶାସନ ତରଫରୁ ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ଲାଗି ଯୋଜନା କରାଯାଇଛି। ବଫର ଜୋନରେ କେବଳ ରାସନ ସାମଗ୍ରୀର ହୋଲ୍ ସେଲ୍ ଦୋକାନ ହିଁ ଖୋଲିପାରିବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.