Latest Odisha News

ତିରୁପତି ମନ୍ଦିର ହୁଣ୍ଡିଙ୍କୁ ଅଜ୍ଞାତ ଭକ୍ତ ଦାନ କଲେ ୨ କେଜି ସୁନା

ହାଇଦ୍ରାବାଦ: ଜଣେ ଅଜ୍ଞାତ ଭକ୍ତ ତିରୁପତି ମନ୍ଦିର ହୁଣ୍ଡିକୁ ୨ କେଜି ସୁନା ଦାନ ଆକାରରେ ଦେଇଛନ୍ତି । ତିରୁମାଲା ହିଲ୍ସ ସ୍ଥିତ ଭଗବାନ ଭେଙ୍କଟେଶ୍ୱରଙ୍କ ମନ୍ଦିର ହୁଣ୍ଡି ଖୋଲି ଖୋଲାଯିବା ପରେ ତା’ ଭିତରେ ଅନେକ ଗୁଡିଏ ଗୋଲ୍ଡ ବାର୍ ମିଳିଥିଲା । ସେଗୁଡିକ ଦୁଇ କିଲୋ ଓଜନର ଥିଲା ବୋଲି ଜଣାପଡିଥିଲା ।

ମନ୍ଦିର ପରିଚାଳନା କମିଟି ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ, ଜୁନ୍ ୧୧ରେ ମନ୍ଦିରକୁ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବା ପର ଠାରୁ ମାସ ଶେଷ ହେବା ଯାଏଁ ମନ୍ଦିରକୁ ନଗଦ ୧୬.୭ କୋଟି ଟଙ୍କା ବି ଦାନ ଆକାରରେ ମିଳିଛି । ଏହି ସମୟ ମଧ୍ୟରେ ପ୍ରାୟ ଅଢେଇ ଲକ୍ଷ ଭକ୍ତ ମନ୍ଦିରକୁ ଆସିଥିଲେ।

Leave A Reply

Your email address will not be published.