Latest Odisha News

BREAKING NEWS

ଟ୍ରକ ଆଗକୁ ଡେଇଁ ଆତ୍ମହତ୍ୟା କଲେ ମର୍ଣ୍ଣିଂ ଓ୍ବାକରେ ଯାଇଥିବା ଯୁବକ !

ବାଲେଶ୍ଵର: ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥରେ ଆଜି ସକାଳୁ ସକାଳୁ ଘଟିଛି ଏକ ଅଭାବନୀୟ ଘଟଣା ।ମର୍ଣ୍ଣିଂ ଓ୍ବାକରେ ଯାଇଥିବା ଜଣେ ଯୁବକ ଟ୍ରକ୍ ଆଗକୁ ଡେଇଁ ଜୀବନ ହାରିଥିବା ଅଭିଯୋଗ ହୋଇଛି ।

ସୂଚନାନୁସାରେ, ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ସୋର ଉତ୍ତରେଶ୍ବର ନିକଟରେ ଯୁବକ ଜଣଙ୍କ ମର୍ଣ୍ଣିଂ ଓ୍ବାକ୍ କରୁଥିଲେ । ହଠାତ୍ ରାସ୍ତାରେ ଆସୁଥିବା ଏକ ଟ୍ରକ୍ ଆଗକୁ ସେ ଡେଇଁ ପଡିଥିଲେ।
ମୃତ ଯୁବକଙ୍କର ଏପର୍ଯ୍ୟନ୍ତ ପରିଚୟ ମିଳିନାହିଁ । ତେବେ ଯୁବକ ଜଣଙ୍କ କଣ ପାଇଁ ଟ୍ରକ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ତାହା ଏଯାଏଁ ସ୍ପଷ୍ଟ ଭାବେ ଜଣାପଡିନାହିଁ ।

ଖବର ପାଇ ଘଟଣାସ୍ଥଳରେ ସୋର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ମୃତଦେହ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave A Reply

Your email address will not be published.