Latest Odisha News

BREAKING NEWS

Yearly Archives

2020

ଅକ୍ଟୋବର ସୁଦ୍ଧା କରୋନା ଟୀକା !

ନୂଆଦିଲ୍ଲୀ: ବଢିବାରେ ଲାଗିଛି କରୋନା ସଙ୍କଟ । ପ୍ରତିଷେଧକ ଟୀକା ନବାହାରିବା ଯାଏଁ ଏହାକୁ ରୋକ୍ ଲଗାଇବା ଅସମ୍ଭବ । ଅନେକ ସ୍ଥାନରେ ସ୍ଥିତି ଅସମ୍ଭାଳ ହୋଇଗଲାଣି । ଶକ୍ତିଶାଳୀ ରାଷ୍ଟ୍ର ଗୁଡିକ ମଧ୍ୟ କରୋନାର କରାଳ ରୂପ ଆଗରର ଧରାଶାୟୀ ହୋଇଗଲେଣି । ସଭିଙ୍କ ମୁଁହରେ ଏବେ ଗୋଟିଏ ପ୍ରଶ୍ନ କେବେ…

ରଥଯାତ୍ରା ପୂର୍ବରୁ ସ୍ନାନ ମଣ୍ଡପ ସ୍ଥିତି ପରଖିଲେ ଏଏସଆଇ ଟିମ୍

ପୁରୀ: ଆସନ୍ତା ଜୁନ୍ ୨୩ରେ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ପୁରୀ ରଥର ଅବ୍ୟହିତ ଯାତ୍ରା ପୂର୍ବରୁ ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ)ର ଏକ ବୈଷୟିକ ଦଳ ରବିବାର ଦିନ ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ସ୍ନାନା ମଣ୍ଡପର ଯାଞ୍ଚ କରିଛନ୍ତି। ଶ୍ରୀଜିଉଙ୍କ ସ୍ନାନା ଯାତ୍ରା ଆସନ୍ତା…

ସଙ୍ଗରୋଧ କେନ୍ଦ୍ରରୁ ବାହାରି ରାସ୍ତାରେ ବସିଲେ ପ୍ରବାସୀ: ସ୍ୱାବ ପରୀକ୍ଷା କରାଯାଇନଥିବା ଅଭିଯୋଗ

କଟକ: କଟକ ଜିଲ୍ଲା ତିଗିରିଆରରେ ପ୍ରବାସୀ ଓଡିଆଙ୍କ ରାସ୍ତାରୋକ ଅଭିଯୋଗ। ଏଥର ପ୍ରବାସୀମାନେ ଆଣିଛନ୍ତି ସଙ୍ଗିନ ଅଭିଯୋଗ । କଟକ ଜିଲ୍ଲା ତିଗିରିଆ ବ୍ଲକ ଜମାଦେଇପୁର ସଂଗରୋଧ କେନ୍ଦ୍ରରେ ଥିବା ପ୍ରବାସୀଙ୍କୁ ବିନା ସ୍ବାବ୍‌ ଟେଷ୍ଟରେ ଛାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ…

କରୋନା ଅପଡ଼େଟ୍: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ରବିବାର ଦିନ ୧୧ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୫୦ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି।…

ଜୁନ୍ ୧୭ରେ ଓଡିଶାରେ ଖୋଲିବ ନାହିଁ ସ୍କୁଲ୍

ଭୁବନେଶ୍ୱର: ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ଜୁନ୍ ୧୭ରେ ରାଜ୍ୟର ସ୍କୁଲ ଖୋଲିବ ନାହିଁ ବୋଲି ରବିବାର ଦିନ ଓଡ଼ିଶା ସରକାର ସୂଚନା ଦେଇଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି ଯେ କେନ୍ଦ୍ର ଦ୍ୱାରା ଜାରି କରାଯାଇଥିବା ସଂଶୋଧିତ…

କରୋନା ଯୋଦ୍ଧାଙ୍କ ସମ୍ମାନରେ କିଟ୍, କିସ୍ ଓ କିମ୍‌ସ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ଗାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଶନିବାର କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ କିମ୍‌ସ ପରିସରରେ କିଟ୍‌, କିମ‌ସ ଓ କିସର ପଦାଧିକାରୀ ଓ କର୍ମଚାରୀମାନେ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି। ଏହି ଅବସରରେ କୋଭିଡ୍‌ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇ…

ଆଜି ଦେଶବାସୀଙ୍କୁ ମୋଦିଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକଡାଉନ୍ ୪.୦ର ଶେଷ ଦିନରେ ତଥା ରବିବାର ଦିନ ୧୧ଟା ସମୟରେ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ‘ମନ କି ବାତ'ର ୬୪ ତମ ଏପିସୋଡରେ ପ୍ରଧାନମନ୍ତ୍ରୀ କୋଭିଡ-୧୯ କାରଣରୁ ଦେଶରେ ଚାଲିଥିବା ପରିସ୍ଥିତି…

ରାଜ୍ୟରେ ଗୋଟିଏ ଦିନରେ ଚିହ୍ନଟ ହେଲେ ସର୍ବାଧିକ ୧୨୯ କରୋନା ପଜିଟିଭ, କେଉଁଠୁ କେତେ ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ବିଜୁଳି ବେଗରେ ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୧୨୯ କରୋନା ପଜିଟିଭ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮ ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା…

ଦୂର ଦିଗବଳୟ…

ଦୂର ଦିଗବଳୟ... ଆର୍ଯ୍ୟଭଟ୍ଟ ମହାନ୍ତି ଆକାଶର ଛାତିତଳେ ସମୟ-ଅସମୟରେ ତୁମ ଛବି ଆଙ୍କି ହୋଇଯାଏ, ଅଜାଣତରେ ମନତଳେ, ହୃଦୟର ବିସ୍ତୀର୍ଣ୍ଣ ବେଳାରେ । ମୁଁ ତୁମକୁ ଚାହେଁ ନାହିଁ, ମୋ ଯୌବନ ଯଜ୍ଞବେଦୀ ପରେ ରକ୍ତ ମାଂସ ଅର୍ଘ୍ୟ ଦେବାଲାଗି ଚାହେଁନା ମୁଁ କେବେବି ତୁମକୁ ବଧୂବେଶରେ…

ବେକାବୁ କରୋନା: ଦେଶରେ ୨୪ ଘଣ୍ଟାରେ ୮ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ, ୫ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…