ଗପ: ସିଂହପୁରରେ ପାଠପଢ଼ା
ଶ୍ରୀ ନିଶାକର ଦାସ ଜଣେ ଗାନ୍ଧିବାଦୀ ସର୍ବୋଦୟ କର୍ମୀ । ଜନ୍ମ ପରାଧୀନ ଭାରତବର୍ଷର ଅବିଭକ୍ତ କଟକ ଜିଲ୍ଲାର ଏକ ପଲ୍ଲୀଗ୍ରାମ ସିଂହପୁରରେ । ଦାସଙ୍କୁ ମାତ୍ର ପାଞ୍ଚ ବରଷ ହୋଇଥିବା ବେଳେ ହୃଦ୍ଘାତରେ ବାପା ପରଲୋକ ଚାଲିଗଲେ । ଦାସେ ନିଜେ ତିନି ଭାଇ । ନିଶାକର ବାବୁ ସବା ସାନ । ପାଠ ପଢ଼ାଇବା…