Latest Odisha News

BREAKING NEWS

Yearly Archives

2020

ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ

ଖଲ୍ଲିକୋଟ: ପୋଖରୀରେ ଗାଧୋଇବା ବେଳେ ସଲିଳ ସମାଧି । ପାଣିରେ ବୁଡ଼ି ଗଲେ ଦୁଇ ଭଉଣୀ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ତୁଳସୀପୁର ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ମୃତକଙ୍କର ବୟସ ଯଥାକ୍ରମେ ୮ ଓ ୧୦ ବର୍ଷ । ଆଜି ଦୁହେଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ…

ବାଲେଶ୍ୱର ବ୍ୟାଟେଲରେ ବୟସ୍କ ପ୍ରାର୍ଥୀ, ସାଇକଲ ଧରି କରୁଛନ୍ତି ପ୍ରଚାର

ବାଲେଶ୍ୱର: ଆଉ ଦିନ କେଇଟା ପରେ ପଡିବ ବାଲେଶ୍ୱର ଉପନିର୍ବାଚନ ଭୋଟ । ତେବେ ଏହା ପୂର୍ବରୁ ଆରମ୍ଭ ହୋଇସାରିଲାଣି ପ୍ରଚାର ଲଢ଼େଇ। ସବୁ ପ୍ରାର୍ଥୀମାନେ ଭୋଟରଙ୍କୁ ମନାଇବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି । ଜୋରସୋର୍‌ରେ ଚାଲିଛି ପ୍ରଚାର । ବାଲେଶ୍ୱର ସଦର ଉପନିର୍ବାଚନରେ ଏଥର ଲଢୁଛନ୍ତି ୬ ଜଣ…

ଭଡ଼ା ଘରୁ ଇଞ୍ଜିନିୟରିଂ କଲେଜ ପ୍ରଫେସରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭଡ଼ା ଘରୁ ଇଞ୍ଜିନିୟରିଂ କଲେଜ ପ୍ରଫେସରଙ୍କ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ୱର CETର (College of Engineering and Technology) ପ୍ରଫେସର ଭାଗବତ ପ୍ରସାଦ ରଥଙ୍କ ମୃତଦେହ ଘାଟିକିଆ ସ୍ଥିତ ଭଡ଼ା ଘରୁ ଉଦ୍ଧାର କରିଛି ପୋଲିସ । ତାଙ୍କ ଘର କୋରାପୁଟ ଜିଲ୍ଲା ସୁନାବେଡ଼ାରେ…

କୁନି ଝିଅର ନୃତ୍ୟରେ ବିମୁଗ୍ଧ ଅମିତାଭ୍‌

ନୂଆଦିଲ୍ଲୀ: ବିଗ୍‌ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆ ମାଧ୍ୟମରେ ନିଜର ଚିନ୍ତାଧାରା ଏବଂ ଅନୁଭୂତିକୁ ପ୍ରଶଂସକ ଏବଂ ଅନୁସରଣକାରୀଙ୍କ ସହ ବାଣ୍ଟିବାକୁ ପସନ୍ଦ କରନ୍ତି। ତେବେ ଏଇ କିଛି ଘଣ୍ଟା ପୂର୍ବରୁ ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ଜଣେ ଛୋଟ ଝିଅ ହରିୟାଣୀ…

ପଥର କ୍ୱାରୀ ବିସ୍ଫୋରଣ ଘଟଣାରେ ଗୁଣପୁର ତହସିଲଦାର ନିଲମ୍ବିତ

ରାୟଗଡ଼ା: ପଥର କ୍ୱାରୀରେ ବିସ୍ଫୋରଣ ଘଟଣାରେ ଗୁଣପୁର ତହସିଲଦାର ନିଲମ୍ବିତ । ତହସିଲଦାର ଲକ୍ଷ୍ମୀ ନାରାୟଣ ସାବତଙ୍କୁ ଚାକିରିରୁ ସସପେଣ୍ଡ କରିଛନ୍ତି ରାଜ୍ୟ ସରକାର । ରାୟଗଡ଼ା ଜିଲ୍ଲାପାଳଙ୍କ ଅଫିସରେ ସେ ରିପୋର୍ଟ କରିବେ । ବିନା ଅନୁମତିରେ ହେଡକ୍ୱାର୍ଟର୍ସ ଛାଡ଼ି ନଯିବାକୁ ନିର୍ଦ୍ଦେଶ…

ଭୁବନେଶ୍ୱରରେ ଜଣକୁ ଉଠାଇ ନେଲା ଏନ୍‌ଆଇଏ

ଭୁବନେଶ୍ୱର: ଭୁବନେଶ୍ୱରରେ ଜଣକୁ ଉଠାଇ ନେଲା ନ୍ୟାସନାଲ ଇନଭେଷ୍ଟିଗେସନ୍ ଟିମ୍ । ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ ଜଣଙ୍କୁ ଉଠାଇନେଲା NIA । କ୍ରାଇମ୍ ବ୍ରାଞ୍ଚ ଓ କମିସନରେଟ୍ ପୋଲିସ ସହାୟତାରେ ଉଠାଇଲା NIA । ତେବେ କେଉଁ ଲିଙ୍କରେ ଏନ୍‌ଆଇଏ କାହାକୁ ଉଠାଇ ନେଇଛି ତାହା ଏଯାଏଁ ସ୍ପଷ୍ଟ…

ଆସନ୍ତା ବର୍ଷ ଆଇସ୍‌କ୍ରିମ୍‌ ସହିତ ହ୍ୱାଇଟ୍ ହାଉସ୍‌ରେ ଜନ୍ମ ଦିନ ପାଳନ କରିବା; ଜୋ ବିଡେନ୍‌

ଆମେରିକା: ଯୁକ୍ତରାଷ୍ଟ୍ରରେ ଡେମୋକ୍ରାଟିକ୍ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କୁ ମଙ୍ଗଳବାର ୫୬ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ହ୍ୱାଇଟ୍ ହାଉସରେ ତାଙ୍କର ପରବର୍ତ୍ତୀ ଜନ୍ମଦିନ ପାଳନ କରିବା…

ବିହାର ଭୋଟରଙ୍କୁ କଂଗ୍ରେସର ପ୍ରତିଶ୍ରୁତି, କ୍ଷମତାକୁ ଆସିଲେ ମାସିକ ୧୫ଶହ ଟଙ୍କା ବେରୋଜଗାରୀ ଭତ୍ତା

ପାଟନା: ବିଧାନସଭା ନିର୍ବାଚନ ପାଇଁ ବିହାର ରାଜନୀତି ସରଗରମ । ସରକାରକୁ ଆସିଲେ ନିଯୁକ୍ତି ନମିଳିବା ଯାଏ ମାସିକ ୧୫ ଶହ ଟଙ୍କା ଲେଖାଏ ବେରୋଜଗାରୀ ଭତ୍ତା ଦେବ କଂଗ୍ରେସ । ପ୍ରଥମ କ୍ୟାବିନେଟ୍ ବୈଠକରେ ୧୦ ଲକ୍ଷ ନିଯୁକ୍ତି ନେଇ ଫୈସଲା ନିଆଯିବ । ବିହାର ଭୋଟରଙ୍କୁ ଏହି ଦଳ ପ୍ରତିଶ୍ରୁତି ଦେଇଛି…

କ୍ୟାନସର ରୋଗୀଙ୍କୁ ରାସ୍ତା ଉପରେ ଶୁଆଇ ପ୍ରତିବାଦ

କଟକ: ରାଜରାସ୍ତାରେ ଶୋଇଲେ କ୍ୟାନ୍‌ସର ରୋଗୀ । ମିଳିଲାନି ଚିକିତ୍ସା । ଉତ୍ତମ ଚିକିତ୍ସା ଦାବିରେ ରାସ୍ତାରେ ଉପରେ ରୋଗୀଙ୍କୁ ଶୁଆଇ ପ୍ରତିବାଦ କଲେ ଗାଁ ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ-କଳାପଥର ମୁଖ୍ୟ ରାସ୍ତାରେ । କିଛି ଯୁବକ ଜଣେ କ୍ୟାନ୍‌ସର ରୋଗୀଙ୍କୁ ଶୁଆଇ…

କରାଚି ବିସ୍ଫୋରଣ; ଏପର୍ଯ୍ୟନ୍ତ ୩ ମୃତ ୧୫ ଆହତ

କରାଚି: ପଡୋଶୀ ଦେଶ ପାକିସ୍ତାନରେ କରାଚିରେ ଏକ ବଡ଼ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ ଏହି ବିସ୍ଫୋରଣ ଗୁଲଶାନ-ଇ-ଇକବାଲରେ ମସ୍କାନ ଚୋରାଙ୍ଗିର ଦୁଇ ମହଲା କୋଠାରେ ଘଟିଛି। ତେବେ ବ୍ଲାଷ୍ଟ…