Latest Odisha News

BREAKING NEWS

Yearly Archives

2020

+୨ ଖାତା ରିଚେକିଂ ଆବେଦନ ଆରମ୍ଭ

ଭୁବନେଶ୍ୱର: +୨ କଳା ଏବଂ ଧନ୍ଦାମୂଳକ ଶିକ୍ଷାର ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ୧୧ ରୁ ୨୫ ସେପ୍ଟେମ୍ବର ମଧ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ର ୱେବସାଇଟ୍ ଜରିଆରେ ଅନଲାଇନରେ ଉତ୍ତର ବୁକଲେଟର ରିଚେକିଂ ପାଇଁ ଆବେଦନ କରିପାରିବେ। ପୁନଃ ମୂଲ୍ୟାୟନ ଫିସ୍ ବାବଦକୁ…

ଓଡିଶାର ନୂଆ କଂଗ୍ରେସ ପ୍ରଭାରୀ ହେଲେ ଚେଲ୍ଲା କୁମାର

ଭୁବନେଶ୍ୱର: ଓଡିଶା ପାଇଁ ଏଆଇସିସି ପକ୍ଷରୁ ଚେଲ୍ଲାକୁମାରଙ୍କୁ ନୂଆ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ପୂର୍ବରୁ ଜିତେନ୍ଦ୍ର ସିଂ ଓଡିଶା ପ୍ରଭାରୀ ଥିବା ବେଳେ ଏବେ ଚେଲ୍ଲାକୁମାରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଚେଲ୍ଲାକୁମାର ଗତ ନିର୍ବାଚନରେ ତାମିଲନାଡୁର କ୍ରିଷ୍ଣଗିରି ନିର୍ବାଚନ…

ଜୀବନର ଟ୍ରାୟଲୋଜୀ

ଇତିଶ୍ରୀ ନାୟକ ମୁଁ ଆଉ ଜୀବନ ଗୋଟେ ରିଭଲଭିଂ ଡୋରର ଏପଟେ ସେପଟେ ନା ମୁଁ ତାକୁ ଛୁଇଁ ପାରେ ନା ସେ ମୋତେ।। ଜୀବନଟା କମ୍ପ୍ଯୁଟର ପ୍ରୋଗ୍ରାମିଂର ଶୂନ୍ ଆଉ ଏକର ଖେଳ ନୁହେଁ ଶୂ୍ନ ଆଉ ଏକ ମଝିର ଯାତ୍ରା ହିଁ ବୋଧେ ଜୀବନ।। ଜୀବନର ହିସାବ କିତାବ ସରିଯିବା ଆଗରୁ ଏଇଠି…

ଜନମ ହେଲା ରସଗୋଲା

କାଇଁ କେତେ ଯୁଗ ତଳର ଘଟଣା । ସାରା ଓଡ଼ିଶା ମୁଳକରେ ସଡକ ବୋଲି କହିଲେ ସେତେବେଳେ ଥିଲା ଜଗନ୍ନାଥ ସଡକ । ତୀର୍ଥଧାମ କହିଲେ ଜଗନ୍ନାଥ-ପୁରୀ । ଅବଢ଼ା ବୋଇଲେ ଲୋକେ ମୁଣ୍ଡରେ ହାତ ଲଗାଇ କହୁଥିଲେ, " ଭାଗ୍ୟରେ ଥିଲେ ତୁଣ୍ଡରେ ବାଜେ । ଦେବତାଙ୍କୁ ସୁଦ୍ଧା ଦୁର୍ଲଭ । ମଣିଷ ଜନ୍ମ ପାଇ ଜଗନ୍ନାଥ…

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ କରୋନା

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଶ୍ରୀ ସ୍ବାଇଁ ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ସେ କରୋନା ପଜିଟିଭ ଚିହ୍ନଟ ପରେ ଡାକ୍ତରଙ୍କ ପରାମର୍ଶରେ ହୋମ୍ ଆଇସୋଲେସନ୍ ରହିଛନ୍ତି। ନିକଟରେ ତାଙ୍କ…

ପରଲୋକରେ ସ୍ୱାମୀ ଅଗ୍ନିବେଶ

ନୂଆଦିଲ୍ଲୀ: ଆର୍ଯ୍ୟ ସମାଜ ନେତା ସ୍ୱାମୀ ଅଗ୍ନିବେଶଙ୍କର ଆଜି ଦେହାନ୍ତ ହୋଇଯାଇଛି । ନୂଆଦିଲ୍ଲୀର ଲିଭର ଆଣ୍ଡ ବିଲିଆରୀ ସାଇନ୍ସେସ୍ ଇନଷ୍ଟିଚୁଚରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେ ଗତ କିଛି ଦିନ ହେଲା ଯକୃତ ସିରୋସିସ୍ ରୋଗରେ ପୀଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୦…

ଭୁବନେଶ୍ୱରରେ ୧୫ ହଜାର ଟପିଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୪୧୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୧୨ ଜଣ କ୍ୱାରେଣ୍ଟାଇନ୍ ଏବଂ ୩୦୧ଟି ସ୍ଥାନୀୟ ମାମଲା ରହିଛି । ସମସ୍ତ କରୋନା…

ଓଡିଶାରୁ ସୁସ୍ଥ ହେଲେ ସର୍ବାଧିକ ୪୬୦୧ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୪୬୦୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସୁସ୍ଥ ହୋଇଥିବା ୪୬୦୧ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୭୪୪ ଆକ୍ରାନ୍ତ ସୁସ୍ଥ, କଟକ ୪୨୫, ସୁନ୍ଦରଗଡ଼ ୨୬୭,…

ପ୍ରିୟଙ୍କା ଗାନ୍ଧୀଙ୍କ ଘର ଭାଙ୍ଗିବାକୁ ମଧ୍ୟ ପଛାଇବୁ ନାହିଁ: ବିଜେପି ନେତ୍ରୀ

ହିମାଚଳ ପ୍ରଦେଶ: ମୁମ୍ବାଇରେ କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିବା ଘଟଣା ପରେ ହିମାଚଳ ବିଜେପି ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ବଙ୍ଗଳା ଭାଙ୍ଗି ଦେବାକୁ ଧମକ ଦେଇଛନ୍ତି । ହିମାଚଳ ପ୍ରଦେଶର ବିଜେପି ମହିଳା ଶାଖା ମୁଖ୍ୟ ମୁମ୍ବାଇରେ କଙ୍ଗନାଙ୍କ କାର୍ଯ୍ୟାଳୟ ଉପରେ ହୋଇଥିବା ଆକ୍ରମଣ କୁ ଏକ…

କରୋନା ବ୍ୟାପିବା ଭୟରେ କିମ୍ ଜୋଙ୍ଗଙ୍କ ଅଜବ ନିର୍ଦ୍ଦେଶ, ଚୀନ ପଟୁ ଯିଏ ଆସୁଛି ଗୁଳି ମାର

ୱାଶିଂଟନ: କରୋନା ମହାମାରୀକୁ ରୋକିବା ପାଇଁ ଉତରକୋରିଆର ଏକଚ୍ଛତ୍ରବାଦ ଶାସକ କିମ୍ ଜୋଙ୍ଗ ଅଜବ ନିର୍ଦ୍ଦେଶ ଦେଇଛନ୍ତି । ଚୀନ ପଟୁ ଯିଏ ଆସୁଛି ତାକୁ ଗୁଳି କର ବୋଲି ସେ ତାଙ୍କ ସୈନ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦକ୍ଷିଣ କୋରିଆରେ ନିୟୋଜିତ ଆମେରିକାର ଜଣେ କମାଣ୍ଡର ଏହା କହିଛନ୍ତି ।…