Latest Odisha News

BREAKING NEWS

Yearly Archives

2020

ବାଜପେୟୀଙ୍କ ରେକର୍ଡ ଭାଙ୍ଗିଲେ ମୋଦି, ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ଅଧିକ ଦିନ ଦାୟିତ୍ୱରେ ରହିଲେ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁୁରୁବାର ଆଉ ଏକ ସଫଳତା ନିଜ ନାମରେ ଯୋଡିଛନ୍ତି । ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ବିଜେପିର ମୋଦି ଅଧିକ ଦିନ ଦେଶରେ ଶାସନ ଭାର ସମ୍ଭାଳି ଅଟଳ ବିହାରୀ ବାଜପେୟୀଙ୍କ ରେକର୍ଡ ଭାଙ୍ଗିଛନ୍ତି । ବାଜପେୟୀ ୨୨୬୮ ଦିନ ପ୍ରଧାନମନ୍ତ୍ରୀ ଦାୟିତ୍ୱ…

ସ୍ୱତନ୍ତ୍ର ସଚିବ ଅଜୟ ଦାସ ଗିରଫ

ଭୁବନେଶ୍ୱର: ଗିରଫ ହେଲେ କୋଟିପତି ସ୍ୱତନ୍ତ୍ର ସଚିବ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଓଏଏସ୍ ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ଅଜୟ ଦାସଙ୍କୁ ଗିରଫ କରିଛି । ଗତକାଲି ଭିଜିଲାନ୍ସ ତାଙ୍କ ବାସଭବନ ସମେତ ଏକକଳିନ ୫ଟି ସ୍ଥାନରେ ଚଢ଼ାଉ…

ଗଂଜାମର ବିଭିନ୍ନ କୋଭିଡ ହସ୍ପିଟାଲରେ ଏଯାଏଁ ଜନ୍ମଗ୍ରହଣ କରିଛନ୍ତି ୫୭ ଶିଶୁ

ବ୍ରହ୍ମପୁର: ରାଜ୍ୟରେ ସବୁଠୁ ଅଧିକ କୋଭିଡ୍ ପଜିଟିଭ୍ ରୋଗୀ ଗଂଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଯାହା ଏକ ଚିନ୍ତାର ବିଷୟ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲରେ ଜନ୍ମଗ୍ରହଣ କରିଛନ୍ତି ପ୍ରାୟ ୫୭ ଜଣ ଶିଶୁ । ଯାହା କୋଭିଡ ହସ୍ପିଟାଲରେ ଖୁସିର ବାତାବରଣ ତିଆରି କରିଛି ।…

ନକଲି ପୋଲିସ ମାଡାମ୍ କାଟୁଥିଲେ ଅସଲି ଚାଲାଣ !

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ଭାରି ପଡିଛି କରୋନା କାଳ । କିଏ ପେଟ ପୋଷିବା ପାଇଁ ଚୋର ପାଲଟିଲାଣି, ତ କିଏ ଆତ୍ମହତ୍ୟା ପନ୍ଥାକୁ ଆପଣେଇବାକୁ ବାଧ୍ୟ ହେଉଛନ୍ତି । ହେଲେ ଦିଲ୍ଲୀର ଜଣେ ମହିଳା ନିଜକୁ ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର କହି ଲୋକଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରି ଗିରଫ…

ଗଞ୍ଜାମରେ ହାରୁଛି କରୋନା, ୩ ସପ୍ତାହ ତଳେ ସ୍ଥିତି ଯାହା ଥିଲା ଏବେ ନାହିଁ

ଭୁବନେଶ୍ୱର: ରାଜ୍ୟରେ ଉପର ମୁହାଁ ରହିଛି କରୋନା । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି । ତେବେ ପୂର୍ବରୁ ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ଗଂଜାମ ଜିଲ୍ଲାରେ ସ୍ଥିତି ସୁଧୁରିଛି । ଏଠାରେ ସ୍ଥିତି ବଦଳିଛି । ଏଠି ହାରୁଛି କରୋନା । ୩ ସପ୍ତାହ ତଳେ ସ୍ଥିତି ଯାହା ଥିଲା ଏବେ…

ରାଜସ୍ଥାନ ରାଜନୀତି: କାଲି ଗୃହରେ ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି

ଜୟପୁର: ରାଜସ୍ଥାନ ରାଜନୀତିରେ ଏବେବି ଜାରି ରହିଛି ନାଟକ । ଏଠାରେ ଘଡିବେ ଘୋଡା ଛୁଟୁଛି । ଶୁକ୍ରବାର ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ମଧ୍ୟରେ ବିଜେପି ଆସନ୍ତାକାଲି ଗୃହରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ଘୋଷଣା କରିଛି। ତେଣୁ ଅଶୋକ ଗେହଲଟ ସରକାର ସାମ୍ନାରେ ଆସ୍ଥା ଭୋଟ୍…

କରୋନା ରୋଗୀଙ୍କୁ ବୋହିଲେ ନେତା, ହେଲେ କେଉଁଠି?

କୋଲକାତା: କରୋନା ରୋଗୀଙ୍କୁ ବୋହିଲେ ନେତା । ସମସ୍ତଙ୍କୁ ପାଇଁ ସୃଷ୍ଟି କଲେ ଉଦାହାରଣ । କରେନା ମହାମାରୀ ବେଳେ ଜଣେ ରାଜନେତା ସାଜିଲେ ଡ୍ରାଇଭର । କରୋନା ରୋଗୀଙ୍କୁ ବାଇକ୍ ପଛପଟେ ବସାଇ ବୋହିନେଲେ ହସ୍ପିଟାଲ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ । ପଶ୍ଚିମବଙ୍ଗର ଜଣେ…

ପୁନର୍ଜୀବନ ପାଇଲା ସମ୍ବଲପୁରର ରାଣୀ ବଖରୀ, ହେଲେ ରାସ୍ତା ନିର୍ମାଣରେ ଅଟକିଛି କଣ୍ଟା

ସମ୍ବଲପୁର: ସମ୍ବଲପୁର ରାଜଶାସନ ମୂକ ସାକ୍ଷୀ ରାଣୀ ବଖରୀ ବା ରାଣୀ ମହଲ । ୧୬୬୦ ମସିହାରେ ରାଜା ବଳିଆରସିଂହ ନିଜ ରାଣୀଙ୍କ ପାଇଁ ତିଆରି କରିଥିଲେ ଏହି ମହଲ । ତିନି ମହଲା ବିଶିଷ୍ଟ ଏହି ମହଲରେ ରହିଛି ୧୬ଟି ବଖରା । ଦିନେ ରାଣୀ ଓ ତାଙ୍କ ସହଯୋଗୀମାନଙ୍କ କୋଳାହଳରେ ପୁରି ଉଠୁଥିବା ଏହି ମହଲ…

ଘୁଙ୍ଗୁଡି ପାଇଁ ହତ୍ୟାକାରୀ ସାଜିଲା ପୁଅ !

ଉତ୍ତରପ୍ରଦେଶ: ପଢିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ । ଆମ ଜୀବନରେ ଘୁଙ୍ଗୁଡି ଏକ ଅଭିନ୍ନ ଅଙ୍ଗ । ପରିବାରରେ କେହି ନା କେହି ଏପରି ଅଭ୍ୟାସରେ ସଂପୃକ୍ତ ଥାନ୍ତି । ହେଲେ ଘୁଙ୍ଗୁଡି ମାରିବାକୁ ନେଇ ହତ୍ୟାକାଣ୍ଡ ଭଳି ଘଟଣା ଆପଣ କେବେ ବି ଶୁଣିନଥିବେ କି ପଢିନଥିବେ ।…

ବର୍ଷାରେ ଉବୁଟୁବୁ ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ: ବର୍ଷା ପାଣିରେ ଉବୁଟୁବୁ ରାଜଧାନୀ ଦିଲ୍ଲୀ । ମାତ୍ର କିଛି ଘଂଟାର ବର୍ଷାରେ ଜଳାର୍ଣ୍ଣବ ହୋଇଯାଇଛି ଦିଲ୍ଲୀ ସହର ।  ବୁଧବାର ରାତିରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଯୋଗୁଁ ସହରରେ ସବୁଆଡେ ପାଣି ଆଉ ପାଣି ।  ଏତେ ପାଣି ଜମା ହୋଇଥିଲା ଯେ ପାଣି ନିଷ୍କାସନ ହୋଇ ନପାରିବାରୁ ବର୍ଷା…