Latest Odisha News

BREAKING NEWS

Yearly Archives

2021

ଭାରତରେ କରୋନା ସ୍ଥିତି ହୃଦୟ ବିଦାରକ: WHO ମୁଖ୍ୟ

ଜେନେଭା: ଭାରତରେ ବଢୁଥିବା କରୋନା ସଂକ୍ରମଣ ମାମଲା ଏବଂ ମୃତ୍ୟୁହାର ଉଦବେଗ ହେଉଥିବା ନେଇ ସୋମବାର ଦିନ ଚିନ୍ତା ପ୍ରକଟ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ୍। ଗଣମାଧ୍ୟମକୁ ସେ ସୂଚନା ଦେଇ କହିଛନ୍ତି ଯେ ଭାରତରେ କରୋନା ସ୍ଥିତି ଅତ୍ୟନ୍ତ ହୃଦୟ…

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କରୋନା କବଳରେ ଭିଭିଆଇପି । ବହୁ ରାଜନେତା, ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ସଂକ୍ରମିତ ହେଉଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ତେବେ ରାଜେଶ ଭୂଷଣ କିମ୍ବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବରେ କୌଣସି…

ଛତ୍ରପୁର ଇଣ୍ଡିଆ ବ୍ୟାଙ୍କ ATM ତାଡି ଲୁଟ୍ ଉଦ୍ୟମ

ଛତ୍ରପୁର: ବିଳମ୍ବିତ ରାତିରେ ମାତିଲେ ଲୁଟେରା । ବ୍ୟାଙ୍କ ଏଟିଏମ୍ ତାଡି ଟଙ୍କା ଲୁଟ୍ ଉଦ୍ୟମ । ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରରେ ଥିବା ଇଣ୍ଡିଆନ୍ ବ୍ୟାଙ୍କ ATMରୁ ଟଙ୍କା ଚୋରି ଉଦ୍ୟମ ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ATM ସର୍ଟର ଓ ମେସିନ୍ ତାଡ଼ି କିଛି ଦୁର୍ବୃତ୍ତ ଲୁଟ୍ ଉଦ୍ୟମ…

ଝାମୁ ଯାତ୍ରା ପାଇଁ କାକଟପୁର ମା’ ମଙ୍ଗଳାଙ୍କ ମନ୍ଦିର ପରିସରରେ ୧୪୪ ଧାରା

ପୁରୀ: କାକଟପୁର ମା’ ମଙ୍ଗଳାଙ୍କ ମନ୍ଦିରରେ ଜାରି ହେଲା ୧୪୪ ଧାରା । ଆଜି ଶେଷ ଚୈତ୍ର ମଙ୍ଗଳବାରରେ ମା’ଙ୍କର ଝାମୁ ଯାତ୍ରା ହେବ । କରୋନା କାଳରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମଙ୍ଗଳା ମନ୍ଦିର ପରିସରରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । କୋଭିଡ୍ କଟକଣା ମଧ୍ୟରେ ଝାମୁ ଯାତ୍ରା…

ଆଜିଠୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ନାମଲେଖା ଆରମ୍ଭ

ଭୁବନେଶ୍ୱର: ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଓଡିଶାର ସବୁ ସରକାରୀ ବିଦ୍ୟାଳୟ ଗୁଡିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନାମଲେଖା ଆରମ୍ଭ ହେବାକୁ ଯାଉଛି। ପ୍ରାଥମିକ/ମାଧ୍ୟମିକ ଶ୍ରେଣୀ ପାଇଁ ନୂଆ ଆଡମିଶନ ୨୦୨୧ ମସିହା ମେ ୩୧ ସୁଦ୍ଧା ଶେଷ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି।…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ  ତା୨୭-୪-୨୦୨୧ ମଙ୍ଗଳବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଅପ୍ରେଲ ୨୭ ତାରିଖ ମଙ୍ଗଳବାର ମେଷ ୧୪ ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ଭୁକ୍ତ ପ୍ରତିପଦା ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର  ଆଜିର ଘାତ ବାରମକର ରାଶିର ଆଜିର ନିଷେଧ ଖାଦ୍ୟ :  ମତ୍ସ୍ୟ,…

କବିତା : ମନସ୍ତତ୍ତ୍ୱ

ସୁପ୍ରିୟା ପଣ୍ଡା  ଏଇ ଚୁପଚାପ ବେଳର ଅସୁମାରୀ କେତେ ପ୍ରହେଳିକା ପ୍ରଶ୍ନର ପାଚେରୀ ପୁଣି ନିରୀମାଖୀ ମନ ଆତଙ୍କିତ ସବୁ ତାରା ମାଳ ଖିନଭିନ  ଛାତି ଝଡ଼ ପରି ଟିକେ ସ୍ନେହ ପୁଣି ନିରବତା ! କେତେବେଳେ ସ୍ନେହ ଆକୁଳତା ଭରା ଉକ୍ତି ଗଦ ଗଦ ଭାବ ସମୁଦ୍ରକୁ ଶଙ୍ଖେ ସୁଖ ପାରିଲା ପଣ…

ବିଶିଷ୍ଟ ଶିକ୍ଷାବିତ୍ ବିଜୟ ବିଷ୍ଣୁଙ୍କ ଦେହାନ୍ତ

ଭୁବନେଶ୍ୱର: ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଇଂରାଜୀ ପଢ଼ାଉଥିବା ବିଶିଷ୍ଟ ଶିକ୍ଷାବିତ୍ ଡ. ବିଜୟ ବିଷ୍ଣୁଙ୍କର ଦେହାନ୍ତ ହୋଇଛି। ସୂଚନା ଅନୁଯାୟୀ, ଗତ ଏକ ବର୍ଷ ଧରି ଅଗ୍ନାଶୟ କର୍କଟ ରୋଗରେ ବିଷ୍ଣୁ (୫୫) ଏପ୍ରିଲ୍ ୨୪ରେ ମୃତ୍ୟୁ ବରଣ କରିଥିଲେ। ତାଙ୍କ ପତ୍ନୀ ଅଳକାନନ୍ଦ ମିଶ୍ର…

କରୋନା ପାଇଁ କେନ୍ଦ୍ର ଜାରି କଲା ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ : ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି କରୋନା ସଂକ୍ରମଣ । ଏଭଳିସ୍ଥିତିରେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କୋଭିଡ କଟକଣାକୁ ଜୋରଦାର କରିବାକୁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ଗତ ସପ୍ତାହେ ହେବ ଦେଶରେ ପଜିଟିଭ୍ ହାର ୧୦…

ଶିଶୁପୁତ୍ରର ମୃତ ଦେହକୁ ଅସମ୍ମାନ

ଢେଙ୍କାନାଳ:ପାଞ୍ଚ ବର୍ଷର ଶିଶୁପୁତ୍ରର ମୃତ ଦେହକୁ ଅସମ୍ମାନ। ଢେଙ୍କାନାଳ ହସ୍ପିଟାଲରୁ ମିଳିଲାନି ମହାପ୍ରୟାଣ ଗାଡ଼ି । କାନ୍ଧରେ ପକେଇ ବୋହି ବୋହି ନେବା ବାଟରେ ଅଟକାଇଲେ ଲୋକେ। ଆଉ ବେସରକାରୀ ଶବବୁହା ଗାଡିରେ ପଠାଇଲେ ଘରକୁ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି ।