Latest Odisha News

BREAKING NEWS

Yearly Archives

2021

ଜଣେ ମହିଳା ଭାରତର ପ୍ରଧାନ ବିଚାରପତି ହେବାର ସମୟ ଆସିଛି; ସିଜେଆଇ ଏସ୍‌ଏ ବବ୍‌ଡେ

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଏସ୍ ବବଡେ ଗୁରୁବାର କହିଛନ୍ତି ଯେ ଏପରି ସମୟ ଆସିଛି ଯେତେବେଳେ ଜଣେ ମହିଳା ଭାରତର ପ୍ରଧାନ ବିଚାରପତି ହେବା ଉଚିତ୍। ନ୍ୟାୟପାଳିକାରେ ମହିଳାଙ୍କ ଅଧିକ ପ୍ରତିନିଧିତ୍ୱ ନିଶ୍ଚିତ କରିବାକୁ କଲେଜିୟମର ମନୋଭାବ ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା…

ପରିବାରର ୮ କରୋନା ପଜିଟିଭ, ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଏହି ଗାଁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟନା ବ୍ଲକର ସ୍ବାମୀବିରଜ୍ୟଗୋବିନ୍ଦପୁର ଗାଁର ୱାର୍ଡ ନଂ-୬ରେ ଗୋଟିଏ ପରିବାରର ଆଠ ଜଣ ସଦସ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳକୁ ମାଇକ୍ରୋ-କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ଗୁରୁବାର ସନ୍ଧ୍ୟା…

ଭାଇରାଲ ହେଉଛି ସୋନୁ ସୁଦଙ୍କ ଆଉ ଏକ ନୂଆ ଟାଲେଣ୍ଟ; ଦେଖନ୍ତୁ ଭିଡିଓ‌

ନୂଆଦିଲ୍ଲୀ: ସୋନୁ ସୁଦଙ୍କ ଆଉ ଏକ ନୂଆ ଟାଲେଣ୍ଟ ଦେଖିବାକୁ ମିଳିଛି। ସେ ଏକ ବିବାହ ବ୍ୟାଣ୍ଡ ବଜାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ସେ ଏହି ଭିଡିଓ ନିଜ ଇନଷ୍ଟାଗ୍ରାମ ସେୟାର କରି ପ୍ରଶଂସକଙ୍କୁ ବୁକିଂ ପାଇଁ ନିମନ୍ତ୍ରଣ କରିଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସେୟାର୍‌ କରି ସୋନୁ…

କେମିତି କଟକରୁ ହାଇଦ୍ରାବାଦ ଖସି ଯାଇଥିଲା ହାଇଦର ? କହିଲେ ପୋଲିସ କମିଶନର

କଟକ: ଗାଙ୍ଗଷ୍ଟର ହାଇଦର ଗିରଫ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କଟକ ପୋଲିସକୁ ପ୍ରଶଂସା କରିଛନ୍ତି । ପୋଲିସ କମିଶନର ପ୍ରେସମିଟ୍ କରି କହିଛନ୍ତି- ୧୨୦ଘଣ୍ଟାର ଅପରେସନ ପରେ ତେଲଙ୍ଗାନାରୁ ହାଇଦରକୁ ଗିରଫ କରାଯାଇଛି । ୨ଟି ମାମଲାରେ ସମ୍ବଲପୁର ଜେଲରେ ଆଜୀବନ ସଜ୍ଜା କାଟୁଛି…

ଦୈନିକ ସଂକ୍ରମଣ ମାମଲାରେ ମୁମ୍ବାଇକୁ ଟପିଲା ଦିଲ୍ଲୀ

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଥିବା ବେଳେ ବୁଧବାର ଦିନ ଦିଲ୍ଲୀରେ ୧୭,୦୦୦ ରୁ ଅଧିକ କରୋନା ମାମଲା ରିପୋର୍ଟ ହୋଇଛି। ସୂଚନା ଅନୁଯାୟୀ ଏହା ଦେଶର ସବୁଠାରୁ ଅଧିକ କରୋନା ପ୍ରଭାବିତ ସହର ଭାବେ ଉଭା ହୋଇଛି। ଯାହା ଫଳରେ ମୁମ୍ବାଇକୁ ପଛରେ ପକାଇ ଦେଇଛି…

ଟିକା ଅଭାବରୁ ୮୦୦ଟି କେନ୍ଦ୍ରରେ ଟିକାକରଣ ବନ୍ଦ, ଆଜି ପହଞ୍ଚିବ ଆଉ ୩ ଲକ୍ଷ କୋଭିସିଲ୍ଡ

ଭୁବନେଶ୍ୱର: ରାଜ୍ୟରେ ଏବେବି ଟିକା ଅଭାବ ଲାଗି ରହିଛି । ଫଳରେ ଗତକାଲି ୧୦୫୦ ଟିକାକରଣ କେନ୍ଦ୍ରରେ ଟିକା ଦିଆଯାଇଥିବା ବେଳେ ଆଜି ମାତ୍ର ୭୦୦ଟି କେନ୍ଦ୍ରରେ ଟିକାକରଣ କରାଯାଉଛି । ଭ୍ୟାକ୍ସିନ୍ ନିଅଣ୍ଟ କାରଣରୁ ଆଜି ରାଜ୍ୟର ୮୦୦ ଟି କେନ୍ଦ୍ରରେ ଟିକାକରଣ ବନ୍ଦ ରହିଛି । କୋରାପୁଟ ଜିଲ୍ଲାରେ…

ଦିଗବିଜୟ ସିଂହଙ୍କୁ କରୋନା

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଶୁକ୍ରବାର ଦିନ କରୋନା ପଜିଟିଭ୍ ହୋଇଛନ୍ତି। ଏବେ ସେ ତାଙ୍କ ବାସଭବନରେ କ୍ବାରେଣ୍ଟାଇନରେ ଥିବା ଜଣାପଡିଛି। https://twitter.com/digvijaya_28/status/1382915784507203584?s=19 ଏନେଇ ସେ ଟ୍ବିଟ କରି ସୂଚନା…

କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁରଜେୱାଲା କରୋନା ପଜିଟିଭ

ନୂଆଦିଲ୍ଲୀ କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁରଜେୱାଲା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ନିଜେ ଶୁକ୍ରବାର ଦିନ କୋଭିଡ୍‌ ପଜିଟିଭ ହୋଇଥିବା ସୂଚନା ଦେଇଛନ୍ତି। କଂଗ୍ରେସ ଦଳର ମୁଖ୍ୟ ମୁଖପାତ୍ର ଟ୍ୱିଟରରେ ପୋଷ୍ଟ କରି କହିଛନ୍ତି ଯେ, "ମୋର କୋଭିଡ୍‌ ରିପୋର୍ଟ ପଜିଟିଭ ଆସିଛି।…

ଦିନକରେ ଦେଶରେ ୨ ଲକ୍ଷ ୧୭ ହଜାରରୁ ଉର୍ଦ୍ଧ୍ବ କରୋନା ସଂକ୍ରମିତ, ୧୧୮୫ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ ଏବେ ଧିରେଧିରେ କରୋନା ଗ୍ରାଫ୍ ବଢୁଥିବା ନଜରକୁ ଆସିଛି। ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ସଂକ୍ରମିତ ହୋଇଛନ୍ତି ୨ ଲକ୍ଷ ୧୭ ହଜାର ୩୫୩ ଜଣ । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା…

କରୋନା ନେଲା ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରଣଜିତ ସିହ୍ନାଙ୍କ ଜୀବନ

ନୂଆଦିଲ୍ଲୀ: ଦେଶରେ ଲଗାତାର ଦ୍ୱିତୀୟ ଦିନ ଲାଗି ଦୈନିକ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ଉପରେ ରହିଛି । ସଂକ୍ରମଣ ଭଳି ମୃତ୍ୟୁ ସଂଖ୍ୟା ବଢ଼ୁଛି । କରୋନାରେ ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରଣଜିତ ସିହ୍ନାଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ସକାଳେ ରଣଜିତ ସିହ୍ନାଙ୍କ ମୃତ୍ୟୁ ଦିଲ୍ଲୀରେ ହୋଇଛି ।…