Latest Odisha News

BREAKING NEWS

Yearly Archives

2021

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ବିଜାପୁର ସହ କ’ଣ ରହିଛି ବିଜେପିର ସମ୍ପର୍କ ?

ଭୁବନେଶ୍ୱର: ସାରା ଦେଶରେ ଶୋକର ଛାୟା ଖେଳାଇଛି ବିଜାପୁର ବର୍ବରତା । ରକ୍ତାକ୍ତ ସଂଘର୍ଷରେ ସହିଦ ହୋଇଥିଲେ ୨୪ ଓ ଆହତ ୩୧ ଯବାନ । ଅନ୍ୟପଟେ ମାଓବାଦୀଙ୍କ କବଳରେ ଏବେ ବି ଜଣେ ଯବାନ ରହିଛନ୍ତି । ଅନ୍ୟପଟେ ଏହି ମାମଲାରେ ଜଣେ ବିଜେପି ନେତା ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି । ଚହଳ…

ଆସିକାର ପାଞ୍ଚଟି ପଞ୍ଚାୟତରେ ଲାଗିଲା ୧୪୪ ଧାରା

ଆସିକା : ରାଜ୍ୟରେ ଏବେ କାୟା ମେଲାଉଛି କରୋନା ସଂକ୍ରମଣ । ପଜିଟିଭ୍ ସଂଖ୍ୟା ବଢୁଥିବାରୁ ସରକାରଙ୍କ ଚିନ୍ତା ବି ବଢ଼ିଲାଣି । କିପରି ସଂକ୍ରମଣକୁ ରୋକାଯିବ ସେନେଇ କଡ଼ା ପଦକ୍ଷେପ ନେଉଛି ପ୍ରଶାସନ । ଏହି କ୍ରମରେ ଗଞ୍ଜାମ ଜିଲ୍ଲା ଆସିକାର ପାଞ୍ଚଟି ପଞ୍ଚାୟତରେ ଲାଗିଛି ୧୪୪ ଧାରା । ଏନେଇ…

କାର୍ଯ୍ୟସ୍ଥଳୀରେ ଟିକାକରଣକୁ କେନ୍ଦ୍ର ସରକାରଙ୍କ ଅନୁମତି

ନୂଆଦିଲ୍ଲୀ : ଦେଶରେ ଲଗାତର ଭାବେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା କମାଇବା ସହ କରୋନା ମୁକାବିଲା ପାଇଁ ଟିକାକରଣ ନିୟମରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ଆଗାମୀ ଦିନରେ ଘରୋଇ ସଂସ୍ଥାରେ ଟିକାକରଣ କରାଯାଇପାରିବ । ଏଥିପାଇଁ କେନ୍ଦ୍ର ସରକାର ଅନୁମତି…

ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ: କୋଟିଆର ୨୨ ଗାଁରେ ୧୪୪ ଧାରା ଜାରି

ଭୁବନେଶ୍ୱର: କୋଟିଆର ୨୨ଟି ଗାଁରେ ଆଜି ସନ୍ଧ୍ୟା ୫ଟାରୁ ଆସନ୍ତାକାଲି ସନ୍ଧ୍ୟା ୬ଟା ଯାଏଁ ୧୪୪ ଧାରା ଜାରି କରାଯାଇଛି । ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ ଥିବାରୁ ୧୪୪ ଧାରା ଜାରି ହୋଇଛି । ୨୨ଟି ଗାଁରେ ମାଜିଷ୍ଟ୍ରେଟ କ୍ଷମତା ନେଇ ରହିବେ ୨୨ ଅଫିସର । ଅଫିସରଙ୍କ ସହ ୨୨ ଗାଁରେ ବ୍ୟାପକ…

ମମତାଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ, ୪୮ ଘଂଟା ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ

କୋଲକାତା: ନିର୍ବାଚନ କମିଶନ ବୁଧବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୂଖ୍ୟ ମମତା ବାନାର୍ଜୀଙ୍କୁ ନୋଟିସ ଜାରୀ କରିଛନ୍ତି । ଧର୍ମକୁ ଆଧାର କରି ସେ ଭୋଟ ମାଗିଥିବାରୁ ଇସି ୪୮ ଘଂଟା ମଧ୍ୟରେ ଏହାର ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଉତର ସନ୍ତୋଷଜନକ ନ ହେଲେ ତାଙ୍କ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୪୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ, ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୨୪୬ କରୋନା ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ…

ଯବାନ ରାକେଶ୍ୱର ସିଂ ମାନହାସଙ୍କୁ ଫେରାଇ ଆଣିବାକୁ ଅନୁରୋଧ

ଭୁବନେଶ୍ୱର: ମୋ ବ।ପାଙ୍କୁ ଜଲ୍‌ଦି ଫେରାଇ ଆଣ.. . .କୋହଭରା କଣ୍ଠରେ ଆକୁଳ ହୋଇ କାନ୍ଦୁଛି କୁନି ଝିଅ । କିଛି ଦିନ ହେଲା ବ।ପାଙ୍କୁ ନଦେଖି ଝିଅର ଆଖିରେ ଲୁହ ରହୁନି । ସେପଟେ ଛାତିକୁ ପଥର କରି ପୁଅର ଫେରିବା ବାଟକୁ ଚାହିଁ ବସିଛି ମା’ । କେବେ ଫେରିବ ତାର ଅଲିଅଳ ପୁଅ , ଦିନ ବିତିଗଲାଣି…

ଭୁବନେଶ୍ବରରୁ ୧୦୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ, ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୧୦୩ ଜଣ ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୨୪ ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ, ୭୯ ଲୋକାଲ କେସ୍‌ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ । ଚିହ୍ନଟ…

ସାଇ ଭୋପାଳ କେନ୍ଦ୍ରରେ ୨୪ ଆଥଲେଟଙ୍କ ସମେତ ୩୬ କରୋନା ସଂକ୍ରମିତ

ଭୋପାଳ: ଭାରତୀୟ କ୍ରୀଡା ପ୍ରାଧୀକରଣ ବିଭାଗ (ସାଇ)ର ଭୋପାଳ ସେଂଟରରେ ୨୪ ଆଥଲେଟଙ୍କ ସମେତ ୩୬ଜଣ କରୋନା ସଂକ୍ରମିତ ହୋଇଛନ୍ତି । ୩ ଏବଂ ୬ ଏପ୍ରିଲରେ କରାଯାଇଥିବା କୋଭିଡ-୧୯ ଟେଷ୍ଟରେ ଉପରୋକ୍ତ ଆଥଲେଟଙ୍କ ନମୁନା ପଜିଟିଭ ଆସିଥିଲା । ତେବେ ଏମାନଙ୍କ ମଧ୍ୟରେ ଅଲିମ୍ପିକ କ୍ୱାଲିଫାଇ କରିଥିବା…

ରାଜ୍ୟକୁ ଘାରିଛି କରୋନା ଭୟ: ନବମ, ଏକାଦଶ ପିଲାଙ୍କ କ୍ଲାସ୍ ବାତିଲ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଅସମ୍ଭାଳ ହେଲାଣି କରୋନା ସ୍ଥିତି । ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣକୁ କିଛି ମାତ୍ରାରେ ହ୍ରାସ କରିବାକୁ ଆଜି ସ୍କୁଲ ଓ ଗଣଶିକ୍ଷା ବିଭାଗ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛି । ୮ ତାରିଖରୁ ରାଜ୍ୟରେ ନବମ ଓ ଏକା‌ଦଶ ଶ୍ରେଣୀ କ୍ଲାସ୍‌ ଏପ୍ରିଲ୍ ୩୦…