Latest Odisha News

BREAKING NEWS

Yearly Archives

2022

କେବଳ ପାକିସ୍ତାନରେ: ଅର୍ଡର୍ କଲେ ଘରେ ପହଂଚୁଛି ଏକେ-୪୭

ଭୁବନେଶ୍ୱର: ଘରେ ରହି ବନ୍ଧୁକ ଅର୍ଡର୍ କରିବା ପିଜ୍ଜା ମଗାଇବା ଭଳି ଖୁବ ସହଜ । ତେବେ ଏହି ସୁବିଧା କେବଳ ପାକିସ୍ତାନୀଙ୍କ ପାଇଁ ଉଦ୍ଧିଷ୍ଟ । ବାସ୍ ତାଲିକା ମଧ୍ୟରୁ ନିଜ ମନ ପସନ୍ଦର ବନ୍ଧୁକ ଚୟନ କରନ୍ତୁ, ଫୋନ୍ କରନ୍ତୁ । ଦାମ୍ ମୁଲଚାଲ୍ ହେବା ପରେ ହୋମ୍ ଡେଲିଭରୀ ହେବ ଭଳିକିଭଳି ଅସଲି…

ଦୁଇ ଦିନ ହେବ ରାଜରାସ୍ତା ଚାଷୀଙ୍କ ଧାରଣା, ଏଯାଏଁ ହେଉନି ସମାଧାନ

ଗଞ୍ଜାମ: ବଢ଼ୁଛି ଚାଷୀଙ୍କ ଅସନ୍ତୋଷ । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବୁରୁଝରୀରେ ଦୁଇଦିନ ହେବ ରାଜରାସ୍ତାରେ ବସି ରହିଛନ୍ତି ଚାଷୀ । ହେଲେ କୌଣସି ସମାଧାନ ହୋଇପାରୁନି । ଯାହାକୁ ନେଇ ତେଜୁଛି ଅସନ୍ତୋଷ । ଦୁଇଦିନ ହେବ ଧାନବସ୍ତା ରାଜରାସ୍ତା ଉପରେ ରଖି ଭୋକ ଉପାସରେ ଚାଷୀ ବସିଥିବାବେଳେ ଏଯାଏଁ…

କାହାକୁ ବିବାହ କଲେ ଅଭିନେତ୍ରୀ ମୌନୀ ରୟ ?

ମୁମ୍ବାଇ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିବାହ କଲେ ଟେଲି ତଥା ଟିଭି ଅଭିନେତ୍ରୀ ମୌନୀ ରୟ । ନିକଟରେ ମୌନୀଙ୍କର ବିବାହ ସମୟର ଫଟୋ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଣ୍ଟିଛି । ସୁରଜ ନାମ୍ବିଆର୍ ନାମକ ଜଣେ ଦୁବାଇର ବିଜନେସ୍ ମ୍ୟାନ୍ ତଥା ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର୍‌ଙ୍କ ହାତ…

ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଶହ ଶହ ଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଛନ୍ତି । ଖବର ଅନୁଯାୟୀ, କରୋନା ପରିସ୍ଥିତିରେ…

ଉତ୍ତର ପ୍ରଦେଶରେ ୧୫ ଫେବୃଆରୀ ଯାଏଁ ସ୍କୁଲ-କଲେଜ ବନ୍ଦ, ଜାରି ରହିବ ଅନଲାଇନ୍ ପାଠପଢ଼ା

ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶରେ ପୁଣି ଥରେ ସ୍କୁଲ, କଲେଜ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପ୍ରଶାସନ ୩୦ ଜାନୁଆରୀ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିଥିଲେ, ଯାହାକୁ ବୃଦ୍ଧି କରି ଫେବୃଆରୀ ୧୫ ଯାଏଁ କରାଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାବେଳେ ଏହିଭଳି ପଦକ୍ଷେପ…

ବିପୁଳ ପରିମାଣର କଫ୍ ସିରପ ଜବତ, ଅଭିଯୁକ୍ତ ଗିରଫ

ବଲାଙ୍ଗୀର : ବଲାଙ୍ଗୀର ଖପ୍ରାଖୋଲରୁ ବିପୁଳ ପରମାଣର କଫ୍ ସିରପ ଜବତ । ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ପ୍ରାୟ ୧୫୫ କଫ୍ ସିରପ ,୩୦ଟି ନିଶା ବଟିକା , ଗୋଟଏ ମୋବାଇଲ, ୧୫ଶହ ଟଙ୍କା ସମେତ କଫ ସିରପ ଚାଲଣକାରୀ ସୁକୁମାର ଭୋଇକୁ ପୋଲିସ ଗିରଫ କରିଛି । ଆଗରୁ ମଧ୍ୟ ସୁକୁମାର ନାରେ ନିଶା…

ସରପଞ୍ଚଙ୍କ ଘରକୁ ବୋମା ମାଡ , ପୋଲିସର ଛାନଭିନ୍ ଜାରି

ପୁରୀ : ପଞ୍ଚାୟତ ନିର୍ବାଚନ ପୂର୍ବରୁ ବୋମାମାଡ । ପୁରୀ ସଦର ଥାନା ଚାରିନଳାର ସରପଞ୍ଚ ପ୍ରାର୍ଥୀ ଘର ପଛପଟେ ବୋମା ମାଡ ହୋଇଛି । ସରପଞ୍ଚ ପ୍ରାର୍ଥୀ ହେଉଛନ୍ତି କାର୍ତ୍ତିକ ପଣ୍ଡା । କାର୍ତ୍ତିକ ଏନେଇ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି । ପୋଲିସ ଘଟଣା…

ମହାକାଶରୁ ଏକ ରହସ୍ୟମୟ ଅବଜେକ୍ଟରୁ ୧୮ ମିନିଟରେ ଥରେ ଆସୁଛି ରେଡିଓ ସିଗ୍ନଲ

ୱାଶିଂଟନ: ପୃଥିବୀଠାରୁ ୪୦୦୦ ପ୍ରକାଶ ବର୍ଷ ଦୂରରେ ଥିବା ମହାକାଶରେ ଏକ ରହସ୍ୟମୟ ଅବଜେକ୍ଟରୁ ପ୍ରତି ୧୮ ମିନିଟରେ ଥରେ ରେଡିଓ ସିଗ୍ନଲ ଆସୁଛି । ଯାହାକୁ ନେଇ ବୈଜ୍ଞାନିକମାନେ ଚିନ୍ତାରେ ପଡି ଯାଇଛନ୍ତି । ଏହା ଏ ଭଳି ଏକ ସିଗ୍ନଲ ଯାହାକୁ ଆଗରୁ ବୈଜ୍ଞାନିକମାନେ ଦେଖି ନ ଥିଲେ । ପ୍ରାରମ୍ଭିକ…

ଶେହନାଜ୍ ଗିଲଙ୍କ ବର୍ଥ ଡ଼େ

ମୁମ୍ବାଇ: ଅଭିନେତ୍ରୀ ଶେହନାଜ ଗିଲଙ୍କୁ କିଏ ବା ନଜାଣିଛି । ନିଜର ଅଭିନୟ ଦ୍ୱାରା ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିିତିଥିବା ଶେହନାଜ୍ ତାଙ୍କ ଚୁଲବୁଲି ଅନ୍ଦାଜ ପାଇଁ ବେଶ୍ ପରିଚିତ ହୋଇପାରିଛନ୍ତି । ବିଗ ବସରେ ‘ପଞ୍ଜାବ କି କ୍ୟାଟରୀନା’ ନାମରେ ପ୍ରସିଦ୍ଧ ଲାଭ କରିଥିବା ଶେହନାଜଙ୍କ ଟିଭି…

କାରଖାନାରେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ଜଣେ ମୃତ ଓ ୩ ଜଣ ଆହତ

ଝାରସୁଗୁଡ଼ା: କାରଖାନାରେ ଫାଟିଲା ୱେଲ୍‌ଡିଂ ଗ୍ୟାସ୍‌ ସିଲିଣ୍ଡର । ବିସ୍ଫୋରଣରେ ଜଣେ ସିକ୍ୟୁରିଟି ଗାର୍ଡଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ଝାରସୁଗୁଡା ଜିଲ୍ଲା କୋଲାବିରା ଥାନା ରଘୁନାଥପାଲ୍ଲୀରେ ଥିବା ଜୟ ହନୁମାନ କାରଖାନାରେ ଭୋର ସମୟରେ ଏହି ଅଘଟଣ ଘଟିଛି । କାରଖାନାର…