Latest Odisha News

BREAKING NEWS

Yearly Archives

2022

ନବରାତ୍ର ପୂଜା ପାଇଁ ମା’ ବିରଜାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ନବରାତ୍ର ପୂଜା । ଚାଲିଛି ଜଗତଜନନୀ ମା’ଙ୍କ ଆରାଧନା ।  ମା ଦୂର୍ଗା ରୁପରେ ପୂଜା ପାଉଛନ୍ତି ମା’ ବିରଜା । ଏଥିପାଇଁ ପ୍ରାତଃ କାଳରୁ ମା’ ଙ୍କ ପାଦ ସ୍ପର୍ଶ ସହିତ ମୁଖ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ…

ଯେଉଁ ନିୟମକୁ ଲାଗୁ କରିବାକୁ କେନ୍ଦ୍ରମନ୍ତ୍ରୀ ଗଡକରୀ ଉତ୍ସାହିତ ଥିଲେ ଏବେ ଟାଳିଲେ କାହିଁକି?

ନୂଆଦିଲ୍ଲୀ: ବିଜନେସ ଟାଇକୁନ ସାଇରସ ମିସ୍ତ୍ରୀଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ପରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ସମସ୍ତ କାରରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ଏହି ନିୟମ ଅକ୍ଟୋବର ୧ ଅର୍ଥାତ ଆଜିଠୁ ସାରା ଦେଶରେ ଲାଗୁ ହେବ ବୋଲି ବୋଲି…

ଥାନା ଭିତରେ ଆତ୍ମହତ୍ୟା

ବ୍ରହ୍ମପୁର:ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଭିତରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ଏହାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି। ମୃତକ ଜଣକ ହେଲେ ଚମାଖଣ୍ଡି ଗ୍ରାମର ତ୍ରିଲୋଚନ ରେଡ଼ି(୩୨)। ମିଳିଥିବା ସୂଚନା ଅନୁଯାୟୀ, ତ୍ରିଲୋଚନା ପୂର୍ବରୁ ଅନେକ ଗଣ୍ଡଗୋଳ ମାମଲାରେ ସଂପୃକ୍ତ ଥିଲେ ।…

ଜାତିସଂଘରେ ଋଷ ବିରୋଧରେ ଭୋଟ୍ ଦେବାରୁ ବିରତ ରହିଲା ଭାରତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନର ୪ ଅଞ୍ଚଳକୁ ନିଜ ଦେଶରେ ସାମିଲ କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏହାକୁ ବିରୋଧ କରି ଆମେରିକା ଏବଂ ଆଲବେନିଆ ଜାତିସଂଘର ସୁରକ୍ଷା ପରିଷଦରେ ଋଷ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଛନ୍ତି। ତେବେ ଭାରତ ଭୋଟିଂ ସମୟରେ ବିରତ ରହି ଋଷ ସହ…

ଆଉ ତିନି ମାସ ଅତିରିକ୍ତ ଚାଉଳ ପାଇବେ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ

ଭୁବନେଶ୍ୱର: ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ମାନଙ୍କୁ ଆଉ ତିନି ମାସ ପାଇଁ ଅତିରିକ୍ତ ଚାଉଳ ମିଳିବ । ଅତିରିକ୍ତି ଭାବେ ୫ କେଜି ଚାଉଳ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ୨.୯୨ ଲକ୍ଷ ପରିବାରର ୯.୦୫ ଲକ୍ଷ ହିତାଧିକାରୀ ଉପକୃତ ହେବେ…

କୁକୁର ବାନ୍ଧିବା ଘଟଣା:ଏନଏଚଆରସିରେ ମାମଲା

ବ୍ରହ୍ମପୁର:ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ ୧୨ଟି କୁକୁରକୁ ଗୋଡ଼ ଓ ମୁହଁ ବାନ୍ଧିବା ଘଟଣା ଜାତୀୟ ମାନବାଧିକାର କମିଶନରେ ପହଞ୍ଚିଛି। ବ୍ରହ୍ମପୁରର ସମାଜେସବୀ ରବିନ୍ଦ୍ର କୁମାର ମିଶ୍ର ଏନେଇ କମିଶନରେ ଅଭିଯୋଗ କରିଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, କୁକୁରଗୁଡ଼ିକୁ ଅତି…

ରାଜ୍ୟସଭାର ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଲେ ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ: ରାଜସ୍ଥାନ ଜୟପୁରରେ କଂଗ୍ରେସ 'ଜଣେ ବ୍ୟକ୍ତି, ଗୋଟିଏ ପଦ' ନିୟମ କରିଥିଲା। ଏବେ ଏହି ନିୟମକୁ ମାନି ରାଜ୍ୟସଭା ବିରୋଧୀ ଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି ମଲ୍ଲିକାର୍ଜୁନ ଖଡଗେ। ଯିଏକି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଖଡଗେ ତାଙ୍କ…

ନାଟୋ ଦେଶର ସଦସ୍ୟ ହେବା ପାଇଁ ୟୁକ୍ରେନର ଆବେଦନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଋଷ ୟୁକ୍ରେନର ୪ଟି ଅଞ୍ଚଳକୁ ଦଖଲ କରିନେବା ପରେ ୟୁକ୍ରେନ ନାଟୋ ଦେଶର ସଦସ୍ୟ ହେବା ପାଇଁ ଆବେଦନ କରିଛି। ଶୁକ୍ରବାର ୟୁକ୍ରେନ ମିଡିଆ ଏହି ସୂଚନା ଦେଇଛି। ପୁଟିନ ୟୁକ୍ରେନର ୧୫ ପ୍ରତିଶତ ଅଞ୍ଚଳକୁ ଋଷ ସହିତ ମିଶାଇବାକୁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି।…

[ଦେଖନ୍ତୁ ଭିଡିଓ] ମିଠା ମକା ଚାଷ ମେଣ୍ଟାଉଛି ପରିବାରର ଗୁଜୁରାଣ

କାମାକ୍ଷାନଗର: ପରିବାର ଗୁଜୁରାଣ ମେଣ୍ଟାଇବାରେ ସହାୟକ ହୋଇଛି ମିଠା ମକା ଚାଷ । ମିଠା ମକା ଚାଷ ବଦଳାଇ ଦେଇଛି ଚାଷୀ ମାନଙ୍କର ଜୀବନ ଶୈଳୀ । ବର୍ତ୍ତମାନ ମକା ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ଅନେକ ଚାଷୀ ।ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକର ବିଭିନ୍ନ ଅଂଚଳରେ ଦେଖିବାକୁ ମିଳିଛି…

ସୋସିଆଲ୍ ମିଡିଆରେ ଫେକ୍ ଆକାଉଣ୍ଟ ଖୋଲିବା ସାଇବର ଅପରାଧ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବଢୁଥିବା ସାଇବର ଅପରାଧକୁ ଦେଖି ଚେତାଇଲା ଓଡିଶା ପୁଲିସ। ଫେସବୁକ, ଟୁଇଟର ଏବଂ ଇନଷ୍ଟାଗ୍ରାମ ଭଳି ଫ୍ଲାଟଫର୍ମରେ ଫେକ୍ ଆଇଡି କରି କିମ୍ବା ଅନ୍ୟ କାହାର ଫଟୋ ଆଣି ଫେସବୁକ ପ୍ରୋଫାଇଲରେ ରଖି ସଂଚାଳନ କରିବାକୁ ଅପରାଧ ବୋଲି କହିଛି ଓଡିଶା ପୋଲିସ। ଓଡ଼ିଶା…