Latest Odisha News

BREAKING NEWS

Yearly Archives

2022

ଘୂର୍ଣ୍ଣିବଳୟ ସକ୍ରିୟ, କାଲିଠୁ ଲଘୁଚାପ; ୧୦ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବର୍ଷିଲା, ଭସେଇଲା, ବୁଡ଼େଇଲା । ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବାର…

ରାଜ୍ୟଗୋଷ୍ଠୀ କ୍ରୀଡା: ୧୦ ହଜାର ମିଟର ୱାକ ରେସରେ ପ୍ରିୟଙ୍କାଙ୍କୁ ରୌପ୍ୟ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାର ୯ମ ଦିବସରେ ଭାରତ ପାଇଁ ପଦକ ଜିତିଛନ୍ତି ମହିଳା ରେସ ୱାକର ପ୍ରିୟଙ୍କା ଗୋସ୍ୱାମୀ । ସେ ୧୦ ହଜାର ମିଟର ରେସରେ ରୌପ୍ୟ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଛନ୍ତି । ପ୍ରିୟଙ୍କା ୪୩.୩୮ ମିନିଟରେ ତାଙ୍କ ରେସ୍ ସମ୍ପୂର୍ଣ୍ଣ କରିଥିଲେ । ୪୨.୩୪ ମିନିଟ…

ଭାରତର ୭୫ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେବେ ଆଫ୍ରିକାନ-ଆମେରିକୀୟ ଗାୟିକା ମିଲବେନ

ନୂଆଦିଲ୍ଲୀ: ଲୋକପ୍ରିୟ ଆଫ୍ରିକାନ-ଆମେରିକୀୟ ଗାୟିକା ମ୍ୟାରୀ ମିଲବେନ ଭାରତର ୭୫ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେବେ । ଇଣ୍ଡିଆନ କାଉନ୍ସିଲ ଫର କଲଚରାଲ ରିଲେଶନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମିଲେବନ ଓମ ଜୟ ଜଗଦୀଶ ଓ ଜନ ଗଣ ମନ ନିଜସ୍ୱ ଶୈଳୀରେ ଗାନ କରି ଚର୍ଚ୍ଚାକୁ ଆସିଥିଲେ ।…

ସିଏ ମଦାରୀ ତୁମେ ମାଙ୍କଡ଼; ଷ୍ଟକହୋମ୍ ସିନଡ୍ରୋମ୍: ହଜିଯାଏ ସ୍ୱାଧୀନତା, ଲାଗିଯାଏ ପରାଧୀନତାର ବେଡ଼ି…

ଭୁବନେଶ୍ୱର: ନିଜର ସ୍ୱାର୍ଥ ସାଧନ ପାଇଁ ଜଣେ ମଦାରୀ ଜଙ୍ଗଲରୁ ଅସହାୟ ଅବସ୍ଥା ଦେଖି କୌଣସି ଏକ ଶିଶୁ ମାଙ୍କଡ଼ଟିଏ ଅଖାରେ ପୂରାଇ ନେଇ ଆଣେ । ମାଙ୍କଡ଼ଟି ଅତ୍ୟନ୍ତ ଦୁର୍ବଳ ହୋଇନଯିବା ପର୍ଯ୍ୟନ୍ତ ତାକୁ ଅନାହାରରେ ରଖେ । ଶିଶୁ ମାଙ୍କଡ଼ଟି ଅତ୍ୟନ୍ତ କ୍ଷୁଧାର୍ତ୍ତ ହୋଇ ଅତି ବିକଳ ଭାବେ ମଦାରୀ…

ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ହମାସର ବରିଷ୍ଠ କମାଣ୍ଡର ନିହତ

ଜେରୁଜେଲମ: ପୁନର୍ବାର ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଛି । ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହମାସର ଜଣେ କମାଣ୍ଡର ନିହତ ହୋଇଛନ୍ତି । ଏହି ସଂଘର୍ଷରେ ଅନେକ ଆହତ ହୋଇଛନ୍ତି । ହମାସ ପକ୍ଷରୁ ମଧ୍ୟ ଇସ୍ରାଏଲ ଉପରେ ଘନ ଘନ ଆକ୍ରମଣ କରାଯାଉଛି । ଗତ ସପ୍ତାହରେ ଜଣେ ପାଲେଷ୍ଟାଇନ…

କାଶୀପୁରରେ ଗୁଣି ସନ୍ଦେହରେ ଜଣକୁ ହତ୍ୟା; ୬ ଜଣ ଗିରଫ

ରାୟଗଡ଼ା: ଗୋଟିଏ ପଟେ କାଶୀପୁର ବ୍ଲକରେ ହଇଜାରେ ମୁଣ୍ଡ ଗଡୁଥିବା ବେଳେ ଏବେ ଗୁଣି ସନ୍ଦେହରେ ଶୁକ୍ରବାର ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି । କାଶୀପୁର ବ୍ଲକରେ ଅନ୍ଧବିଶ୍ୱାସର କୁପରିଣତି ଦଇ ମାଝୀ ନାମକ ବ୍ୟକ୍ତିଙ୍କ ହତ୍ୟା ହୋଇଛି । ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ,…

୭୫୦ ଛାତ୍ରୀ ପ୍ରସ୍ତୁତ କରିଥିବା ଛୋଟ ରକେଟ ଜାତୀୟ ପତାକା ନେଇ ମହାକାଶକୁ ଯିବ, ଆସନ୍ତାକାଲି ଉତକ୍ଷେପଣ

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ ତମ ବର୍ଷ ପୂର୍ତ୍ତି ଅବସରରେ ମହାକାଶରେ ଜାତୀୟ ପତାକା ଫର ଫର ହୋଇ ଉଡିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହା ଆଶା ଥିଲା। ଏଥିପାଇଁ ସେ ଚାରି ବର୍ଷ ପୂର୍ବେ ୧୫ ଅଗଷ୍ଟ ୨୦୧୮ରେ ଘୋଷଣା କରିଥିଲେ ଯେ ୭୫ ବର୍ଷ ପୂର୍ତ୍ତି ଅବସରରେ ମହାକାଶରେ ଜାତୀୟ ପତାକା…

୭୦ ଲକ୍ଷ ରାସନକାର୍ଡଧାରୀଙ୍କୁ ସନ୍ଦେହ ନଜରରେ ଦେଖିଲା କେନ୍ଦ୍ର, ସ୍ଥିତି ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ପ୍ରାୟ ୭୦ ଲକ୍ଷ ହିତାଧୀକାରୀଙ୍କୁ ସନ୍ଦେହ ନଜରରେ ଦେଖିବା ଆରମ୍ଭ କରିଛି କେନ୍ଦ୍ର ସରକାର। ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଆବଶ୍ୟକ ତଥ୍ୟ ପଠାଇଛନ୍ତି। ଏବେ ରାଜ୍ୟ…

ଚୀନ୍-ତାଇଓ୍ୱାନ ବିବାଦ ଭିତରେ ତାଇଓ୍ୱାନ ପ୍ରତିରକ୍ଷା ବିଶେଷଜ୍ଞଙ୍କ ମୃତ ଦେହ ଉଦ୍ଧାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମେରିକାର ଲୋକସଭାର ବାଚସ୍ପତି ନାନସୀ ପେଲୋସିଙ୍କ ତାଇୱାନ ଗସ୍ତ ପରେ ଚୀନ ଏବଂ ତାଇଓ୍ୱାନ ମଧ୍ୟରେ ବିବାଦ ତେଜିଛି । ଚୀନ ସୀମାରେ ଯୁଦ୍ଧାସ୍ତ୍ର ଜରିଆରେ ନିଜର ପତିଆରା ଜାହିର କରୁଥିବା ବେଳେ ତାଇୱାନ ମଧ୍ୟ ପ୍ରସ୍ତୁତ ରହିଛି । ଏହାରି ଭିତରେ ତାଇୱାନର ଜଣେ ବରିଷ୍ଠ…

ମଦ ଚଢ଼ାଉ ବେଳେ ତହସିଲଦାରଙ୍କୁ ଆକ୍ରମଣ

ବ୍ରହ୍ମପୁର: ଗଂଜାମ ଜିଲା ପାତ୍ରପୁର ବ୍ଲକ ତଥା ଜରଡା ଥାନା ଅନ୍ତର୍ଗତ ବୁଢ଼ୀ ଘାଟିଗାଁରେ ଶନିବାର ପୂର୍ବାହ୍ନରେ ମଦ ଧରପଗଡ଼ ବେଳେ ଉତ୍ତେଜନା ଦେଖା ଦେଇଛି। କେତେକ ଗ୍ରାମବାସୀଙ୍କ ଆକ୍ରମଣରେ ତହସିଲଦାର ଅମିତ କୁମାର ନାୟକ ଏବଂ ଅବକାରୀ ବିଭାଗର କେତେକ କର୍ମଚାରୀ ଆହତ ହୋଇଛନ୍ତି।…