Latest Odisha News

BREAKING NEWS

Yearly Archives

2022

୧୬ ସାଇକେ ଆଷ୍ଟ୍ରୟଡ: ଏଠାରେ ଅଛି ୭୦୦ କ୍ୱିଟିଂଲିୟନ ଡଲାର ମୂଲ୍ୟର ଖଣିଜ ପଦାର୍ଥ

ୱାଶିଂଟନ: ରହସ୍ୟରେ ଭରପୂର ହୋଇ ରହିଛି ମହାକାଶ । ବୈଜ୍ଞାନିକମାନଙ୍କ ଗବେଷଣାରେ ଜଣାପଡିଛି ପୃଥିବୀ ବାସୀଙ୍କ ମୂଲ୍ୟବାନ ବିବେଚନା କରାଯାଉଥିବା ପଦାର୍ଥ ୧୬ ସାଇକେ ଆଷ୍ଟ୍ରୟଡରେ ପଡି ରହିଛି । ଯଦି ଏହି ମୂଲ୍ୟବାନ ଖଣ୍ଡିଜ ପଦାର୍ଥ ପୃଥିବୀକୁ ଅଣାଯିବ ତାହାହେଲେ କେହି ଗରୀବ ରହିବେ ନାହିଁ ।…

ଘର ମାଲିକ ପାଖେ ବନ୍ଧା କୁନି ଝିଅ: ପୋଲିସ ଘର ମାଲିକକୁ ଖୋଜୁଛି ନା ଖସାଇ ଦେଉଛି ?

ଭୁବନେଶ୍ୱର: ରାଜଧାନୀ ଆସିଥିଲେ ରୋଜଗାର କରି ପେଟର ଭୋକ ମେଣ୍ଟାଇବାକୁ । ପେଟ ପାଇଁ ସଂଘର୍ଷ କରିବାକୁ ଯାଇ କେନ୍ଦ୍ରାପଡା ମାର୍ଶାଘାଇର ଜଣେ ସ୍ୱାମୀ ଏବଂ ସ୍ତ୍ରୀ ମଞ୍ଚେଶ୍ୱର ଥାନା ଅଧିନରେ ଥିବା ଏକ ଘରେ ରହୁଥିଲେ। ତାଙ୍କ ସହିତ ରହୁଥିଲା ତାଙ୍କର 10 ବର୍ଷର ଛୋଟ ଝିଅ। କିନ୍ତୁ ଘର ମାଲିକ…

ଜୁଲାଇ ୯ରେ ପହଲିମାନ ସଂଗ୍ରାମଙ୍କ ପତ୍ନୀ ହେବେ ପାୟଲ

ମୁମ୍ବାଇ: ଜୁଲାଇ ୧୨ରେ ରେସଲର ସଂଗ୍ରାମ ସିଂ ଓ ଅଭିନେତ୍ରୀ ପାୟଲ ରୋହତଗୀଙ୍କ ବାହାଘର ହେବ । ଆଗ୍ରାରେ ବିବାହ କରିବା ନେଇ ପାୟଲ ଆଗ୍ରହ ପ୍ରକାଶ କରିଥିଲେ । ତାଙ୍କ କଥା ରଖି ସଂଗ୍ରାମ ଏଠାରେ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି । ୨୦୧୧ରେ ଆଗ୍ରା ହାଇୱେରେ ଉଭୟ ପରସ୍ପରକୁ ପ୍ରଥମ ଥର ପାଇଁ…

ମୋ ମା’ ଯେତିକି ସରଳ ସେତିକି ଅସାଧାରଣ

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ମା’ ଜୀବନର ୧୦୦ତମ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ତାଙ୍କ ମା’ଙ୍କ ପାଇଁ ଏକ ଭାବପ୍ରବଣତାପୂର୍ଣ୍ଣ ବ୍ଲଗ୍‌ ଲେଖିଛନ୍ତି । ମା’ଙ୍କ ସହ ବିତାଇଥିବା ପିଲାଦିନର କିଛି ସ୍ବତନ୍ତ୍ର ମୁହୂର୍ତ୍ତର ସେ ସ୍ମୃତିଚାରଣ କରିଛନ୍ତି ।…

‘ଅଗ୍ନିପଥ’ ହିଂସା ଆଶଙ୍କାରେ ବ୍ରହ୍ମପୁର ଷ୍ଟେସନରେ କଡ଼ା ସୁରକ୍ଷା

ବ୍ରହ୍ମପୁର: 'ଅଗ୍ନିପଥ' ବିରୋଧରେ ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ବିଶେଷ କରି ପଡୋଶୀ ଆନ୍ଧ୍ରପ୍ରଦେଶର କେତେକ ସ୍ଥାନରେ ଟ୍ରେନରେ ନିଆଁ ଲଗାଇଦେବା ସହ ବ୍ୟାପକ ଭଙ୍ଗାରୁଜା ମଧ୍ୟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସତର୍କ ହୋଇଯାଇଛି ରେଳ ବିଭାଗ। ବ୍ରହ୍ମପୁର ରେଳ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ନଜର ପକାଇବା କଣ ରହିଛି ଆଜି ଦିନ ତମାମ ଖବର:  ଭାଟିକାନ୍ ସିଟିରେ ପୋପ୍ ଫ୍ରାନସିସଙ୍କୁ ଭେଟିବେ ନବୀନ , ଦିଲ୍ଲୀ ଗସ୍ତ ପୂର୍ବରୁ ଆସିଲା ମୁୂଖ୍ୟମନ୍ତ୍ରୀଙ୍କ ଇଟଲୀ ଓ ଦୁବାଇ ଗସ୍ତ ସୂଚୀ । ୨୦ରୁ ଆରମ୍ଭ ହେବ ପ୍ରତିନିଧି ମଣ୍ଡଳୀ ସହ ବିଦେଶ ଗସ୍ତ । ୱାର୍ଲଡ ଫୁଡ଼ କାର୍ଯ୍ୟକ୍ରମରେ…

ବ୍ରହ୍ମପୁରରେ ‘ଅଗ୍ନିପଥ’କୁ ତୀବ୍ର ବିରୋଧ

ବ୍ରହ୍ମପୁର: କେନ୍ଦ୍ର ସରକାରଙ୍କ 'ଅଗ୍ନିପଥ' ଯୋଜନାକୁ ଦେଶବ୍ୟାପୀ ବିରୋଧ କରାଯାଉଥିବା ବେଳେ ବ୍ରହ୍ମପୁର ସହରରେ ମଧ୍ୟ ଏହାର ପ୍ରଭାବ ପଡିଛି। ବିଭିନ୍ନ ସଂଗଠନ ଏବଂ ସେନାରେ ନିଯୁକ୍ତି ଆଶାୟୀଙ୍କ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପୂର୍ବାହ୍ନରେ ବହୁ ସଂଖ୍ୟକ ସେନା…

500 ବର୍ଷ ପରେ କାଳୀକା ମାତାଙ୍କ ମନ୍ଦିରର ଧ୍ବଜା ଉଡ଼ାଇଲେ ପ୍ରଧାନମନ୍ତ୍ରୀ

ଆଜି ଗୁଜରାଟରେ ପ୍ରଧାନମନ୍ତ୍ରୀ ପାଭଗଡ ପାହାଡରେ  କାଳୀକା ମାତାଙ୍କ ନୂଆ ମନ୍ଦିରର ଉଦଘାଟନ କରିଛନ୍ତି । ମା କାଳୀଙ୍କ ଏହା ଥିଲା ପୁରାତନ ମନ୍ଦିର  ।  ମନ୍ଦିରର ପୁନଃ ବିକାଶ ଅତି ସୁନ୍ଦର ଦେଖାଯାଉଛି ।  ଏଥି ମଧ୍ୟରେ ମନ୍ଦିର ‘ପରିସର' ତିନି ସ୍ତରରେ ସମ୍ପ୍ରସାରଣ, ଷ୍ଟ୍ରିଟ୍ ଲାଇଟ୍‌,…

ବିଦେଶ ଗଲେ ନବୀନ, କାହା ନେତୃତ୍ୱରେ ଚାଲିବ ରାଜ୍ୟ ସରକାର ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶରେ ଗସ୍ତରେ ଯିବେ। ଏଥିପାଇଁ ସେ ଏବେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ୨୦ ତାରିଖରେ ନୂଆଦିଲ୍ଲୀରୁ ଇଟାଲୀ ଗସ୍ତରେ ଉଡ଼ାଣ ଭରିବେ। ବିଦେଶ ଗସ୍ତ କାର୍ଯ୍ୟକ୍ରମ ଶେଷ କରି ୩୦ ତାରିଖରେ ଭୁବନେଶ୍ୱର ଫେରିଆସିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ୧୦…

ରାଷ୍ଟ୍ରପତି ପ୍ରାର୍ଥୀ ହେବେନି ଫାରୁକ, ସକ୍ରିୟ ରାଜନୀତିରେ ରହିବେ

ଶ୍ରୀନଗର: ନ୍ୟାଶନାଲ କନଫେରେନ୍ସ ନେତା ଫାରୁକ ଅବଦୁଲ୍ଲା ରାଷ୍ଟ୍ରପତି ହେବା ନେଇ ଅନିଚ୍ଛା ପ୍ରକାଶ କରିଛନ୍ତି । ଜମ୍ମୁ ଏବଂ କଶ୍ମୀରରେ ସେ ସକ୍ରିୟ ରାଜନୀତିରେ ରହିବାକୁ ଚାହୁଁଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ମୋ ନାଁ ରାଷ୍ଟ୍ରପତି ପଦ ପାଇଁ ଉଠିଥିବାରୁ ନିଜକୁ ଗର୍ବିତ ଅନୁଭବ କରୁଛି,…