Latest Odisha News

BREAKING NEWS

Yearly Archives

2022

ଆସନ୍ତା ଦୁଇ ଦିନ ସାରା ଓଡ଼ିଶାରେ ସଂଧ୍ୟା ୬ରୁ ସକାଳ ୬ ବନ୍ଦ ରହିବ ପେଟ୍ରୋଲ ପମ୍ପ

ଭୁବନେଶ୍ୱର: ନିକଟରେ କେନ୍ଦ୍ର ସରକାର ତେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କଲେ କିନ୍ତୁ ଦର କମ୍ କରିବା ବେଳେ ପେଟ୍ରୋଲ ପମ୍ପ ମାଲିକଙ୍କ କଥା ଚିନ୍ତା କରିନାହାନ୍ତି କେନ୍ଦ୍ର ସରକାର। ଏହାଦ୍ୱାରା କ୍ଷତି ସହିବାକୁ ପଡୁଛି ବୋଲି ରାଜ୍ୟ ପେଟ୍ରେଲିୟମ ସଂଘର ସଭାପତି ଶଙ୍କର ସାହୁ କହିଛନ୍ତି ।…

ନାଟକ ପାଇଁ ବ୍ରହ୍ମପୁରରେ ମଞ୍ଚ ଅଭାବ; କଳାକାରଙ୍କ ଉଦ୍‌ବେଗ

ବ୍ରହ୍ମପୁର : ସାଂସ୍କୃତିକ ଦୃଷ୍ଟିକୋଣରୁ ବ୍ରହ୍ମପୁର ସହରର ଅନେକ ଗୁରୁତ୍ୱ ରହୁଛି । କିନ୍ତୁ ଏଠାରେ ମଞ୍ଚ ନାଟକ ପରିବେଷଣ ପାଇଁ ଉପଯୁକ୍ତ ମଞ୍ଚ ନାହିଁ । ଏଣୁ ସହରରେ ନାଟକ ଉପଯୋଗୀ ମଞ୍ଚ ସ୍ଥାପନ ପାଇଁ ବ୍ରହ୍ମପୁର ସହରର ବିଭିନ୍ନ ନାଟ୍ୟ ସଂଗଠନର କର୍ମକର୍ତ୍ତାମାନେ ଦାବି କରିଛନ୍ତି ।…

ଆଇପିଏଲ ଡାକରା ପାଇବା ପରେ ବାହାଘର ଘୁଂଚାଇ ଦେଇଥିଲେ ରଜତ

ନୂଆଦିଲ୍ଲୀ: ଆଇପିଏଲ ଏଲିମିନେଟର ମୁକାବିଲାରେ ବୁଧବାର ରଜତ ପାଟୀଦାରଙ୍କ ଆକର୍ଷଣୀୟ ଶତକ ସହାୟତାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କ୍ୱାଲିଫାୟର ୨କୁ ଉନ୍ନୀତ ହୋଇଛି । ବିରାଟ କୋହଲି, ଗ୍ଲେନ ମ୍ୟାକ୍ସୱେଲ ଓ ଫାପ ଡୁ ପ୍ଲେସି ଫେଲ ମାରିଥିବା ବେଳେ ସେ କିନ୍ତୁ ଖେଳିଥିଲେ ସ୍ମରଣୀୟ ଇନିଂସ ।…

ଏଥର ବି ବାର୍କ ରିପୋର୍ଟରେ ଓଡ଼ିଆରେ ଏକ ନମ୍ବର ଓଟିଭି, ହିନ୍ଦୀ ଏବଂ ଇଂରାଜୀ ନ୍ୟୁଜ ଚାନେଲରେ କିଏ ଏକ ନମ୍ବର?

ଭୁବନେଶ୍ୱର: କେଉଁ ଟିଭି ଚ୍ୟାନେଲକୁ କେତେ ଲୋକ ଦେଖୁଛନ୍ତି, ଏହାକୁ ମାପୁଥିବା ସଂସ୍ଥା ବାର୍କ ତାର ସାପ୍ତାହିକ ରିପୋର୍ଟ ପ୍ରକାଶ କରିଛି । ଏଥିରେ ପୂର୍ବଭଳି ମଧ୍ୟ ଓଡ଼ିଆ ନ୍ୟୁଜ ଚ୍ୟାନେଲରେ ଓଟିଭି ଏକ ନମ୍ବର ସ୍ଥାନରେ ରହିଥିବା ବେଳେ କନକ ନ୍ୟୁଜ ଦ୍ୱିତୀୟ ସ୍ଥାନରେ ରହିଛି । ଓଡ଼ିଆ…

ଜୟପୁରରୁ ଦୁଇ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ଜୟପୁର: ଜୟପୁର ସଦର ଥାନା ଅର୍ନ୍ତଗତ କୋଲାବ ସାଇଡରୁ ଜବତ ହୋଇଛି ଦୁଇ କ୍ୱିଣ୍ଟାଲ ଗଞ୍ଜେଇ । ଏହା ସହ ଗିରଫ ହୋଇଛନ୍ତି ଦୁଇ ଅଭିଯୁକ୍ତ । ରାଜ୍ୟ ବାହାରକୁ ଏକ କାର (ସିଜି ୨୯-ଏ- ୫୦୦୮) ଯୋଗେ ଚାଲାଣ ବେଳେ ଜୟପୁର ସଦର ପୋଲିସ ଚଢ଼ଉ କରିଥିଲା । ଜାତୀୟ ରାଜପଥ-୨୬ ଜୟପୁର ରାଜପଥ ଦେଇ ଛତିଶଗଡ଼ର…

କିଏ ଯିବେ ରାଜ୍ୟସଭା, ବଢ଼ିଲା ଚର୍ଚ୍ଚା: ବିଧାୟକ ଅନନ୍ତ ଜେନା ନେଲେ ନାମାଙ୍କନ ସେଟ୍

ଭୁବନେଶ୍ୱର: ସୁବାସ ସିଂ କଟକ ମେୟର ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଖାଲି ପଡିଥିବା ରାଜ୍ୟସଭା ଆସନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ୍ ୪ଟି ଆସନ ପାଇଁ ଏବେ ରାଜ୍ୟସଭା ନିର୍ବାଚନ ହେବ । ସଂଖ୍ୟା ଦୃଷ୍ଟିରୁ ବିଜେଡି ସମସ୍ତ ଆସନରେ ବାଜିମାତ କରିବ । ଗତକାଲି ତିନୋଟି ଏବଂ ଆଜି…

‘ସରକାରୀ ଅନୁଷ୍ଠାନ ଗୁଡିକ ପ୍ରତି ଲୋକଙ୍କ ଦୃଷ୍ଟିଭଙ୍ଗୀରେ ମୋ ସରକାର ବ୍ୟାପକ ପରିବର୍ତ୍ତନ ଆଣିଛି’

ଭୁବନେଶ୍ୱର: ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ମୋ ସରକାର ଏକ ନୂଆ ମଡେଲ ଦେଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ମୋ ସରକାର ଉପକ୍ରମ ସଂପର୍କରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ବୈଠକରେ ସମସ୍ତ ବିଭାଗ ଏହି କାର୍ଯ୍ୟକ୍ରମରେ…

ଏସିଆ କପ ହକି: ଇଣ୍ଡୋନେସିଆକୁ ୧୬-୦ରେ ହରାଇ ସୁପର ୪ରେ ଭାରତ

ଜାକାର୍ତା: ଏଠାରେ ଅନୁଷ୍ଠିତ ଏସିଆ କପ ହକିରେ ଗୁରୁବାର ଭାରତ ଚମତ୍କାର ପ୍ରଦର୍ଶନ କରିଛି । ଶେଷ ପୁଲ ମ୍ୟାଚରେ ଇଣ୍ଡୋନେସିଆକୁ ୧୬-୦ ବୃହତ ବ୍ୟବଧାନରେ ହରାଇ ଭାରତ ସୁପର ୪ରେ ପ୍ରବେଶ କରିଛି । ଭାରତକୁ ଏହି ମ୍ୟାଚରେ ପାକିସ୍ତାନଠାରୁ ଅଧିକ ଗୋଲ ବ୍ୟବଧାନରେ ଜିତିବା ଜରୁରୀ ଥିଲା । ଏଥିସହ…

ତେଲ ଦର କମିବା ପରେ ବସ୍ ଭଡା କମିଲା

ଭୁବନେଶ୍ୱର: କେନ୍ଦ୍ର ସରକାର ତେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ବିଭିନ୍ନ ସ୍ଥାନରେ ପେଟ୍ରୋଲ ଦର 9 ଟଙ୍କାରୁ ଅଧିକ ଏବଂ ଡିଜେଲ ଦର 7 ଟଙ୍କାରୁ ଅଧିକ ହ୍ରାସ ପାଇଛି। ଏହାପରେ ବିଭିନ୍ନ ଜିନିଷର ଦର ଦାମ କମୁଛି । ଏହି କ୍ରମରେ ରାଜ୍ୟରେ ବସ ଭଡା ମଧ୍ୟ କମିଛି । ସାଧାରଣ ବସ୍…

ସାବିତ୍ରୀ ବ୍ରତ ବେଳେ ଫଳ ବଜାରରେ ନିଆଁ, ଯାହା ଧରିବ କିଲୋ ୧୦୦ ଟଙ୍କା

ଭୁବନେଶ୍ୱର: ଆସୁଛି ସାବିତ୍ରୀ ବ୍ରତ । ବିବାହିତ ହିନ୍ଦୁ ନାରୀଙ୍କ ପାଇଁ ଏହା ଏକ ବଡ଼ ପର୍ବ । ଏହାପୂର୍ବରୁ କିନ୍ତୁ ଫଳ ବଜାରରେ ନିଆଁ ଲାଗିଯାଇଛି । ଦାମ ଏପରି ହୋଇଛି ଯେ ଯେକୌଣସି ବ୍ୟକ୍ତି ଫଳ କିଣିବା ପୂର୍ବରୁ ଦଶ ଥର ଭାବିବ । ଗୋଟିଏ ପଟେ ସାବିତ୍ରୀ ବ୍ରତ ଅନ୍ୟପଟେ ଫଳ ବଜାରର ଦର ଶୁଣି…