Latest Odisha News

BREAKING NEWS

Yearly Archives

2023

ଦଳୀୟ କନ୍ଦଳ ପାଇଁ ଦୁଇ ମାସ ପରେ ବି ପୂରଣ ହୋଇପାରୁନି ବାଚସ୍ପତି ପଦ: ବିରୋଧୀ

ଭୁବନେଶ୍ୱର: ବିଧାନସଭାର ବାଚସ୍ପତି ପଦ ଦୁଇ ମାସରୁ ଊର୍ଦ୍ଧ୍ୱ ହେବ ଖାଲି ପଡ଼ିଥିବା ବେଳେ ଏହା କେବେ ପୂରଣ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଶାସକ ବିଜୁ ଜନତା ଦଳ ନୂଆ ବାଚସ୍ପତି ନିଯୁକ୍ତିରେ ବିଳମ୍ବକୁ ନେଇ ବିରୋଧୀଙ୍କ ସମାଲୋଚନାର ଶିକାର ହୋଇଥିବା ବେଳେ ସରକାର ସାମ୍ବିଧାନିକ…

ଭାରତୀୟ କୁସ୍ତି ସିଂଘ ନିର୍ବାଚନ ଅଗଷ୍ଟ ୧୨ରେ

ନୂଆଦିଲ୍ଲୀ: ଅଗଷ୍ଟ ୧୨ରେ ଭାରତୀୟ କୁସ୍ତି ସଂଘର ନିର୍ବାଚନ ହେବ ବୋଲି ଶୁକ୍ରବାର ଘୋଷଣା କରାଯାଇଛି । ପୂର୍ବରୁ ଆଡହକ କମିଟି ନିର୍ବାଚନ ଜୁଲାଇ ୬ରେ ହେବ ବୋଲି ଧାର୍ଯ୍ୟ କରିଥିଲେ । ମହାରାଷ୍ଟ୍ର, ହରିୟାଣା, ତେଲେଙ୍ଗାନା, ରାଜସ୍ଥାନ ଓ ହିମାଚଳପ୍ରଦେଶକୁ ଏଥିପାଇଁ ଅଯୋଗ୍ୟ ଘୋଷିତ…

୧.୫୫ କୋଟି ଟଙ୍କା ଠକେଇର ଶିକାର ହେଲେ ବିବେକ ଓବରୟ

ମୁମ୍ବାଇ: ଠକେଇର ଶିକାର ହେଲେ ବଲିଉଡ ଅଭିନେତା ବିବେକ ଓବରୟ । ତାଙ୍କ ବିଜନେସ ପାର୍ଟନର ୧.୫୫ କୋଟି ଟଙ୍କାର ଠକେଇ କରିଥିବା ଜଣାଯାଇଛି । ଏ ନେଇ ବିବେକଙ୍କ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ ଏକ ମାମଲା ରୁୁଜୁ କରି ଘଟଣାର ତଦନ୍ତ ଚଳାଇଛି ।…

କ୍ୟାବିନେଟ୍ ବୈଠକରେ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ, ମାଆଙ୍କ ପାଇଁ ୧ ଲକ୍ଷ ସ୍କୁଟି ଋଣରେ ସୁଧ ସମ୍ପୂର୍ଣ୍ଣ ଛାଡ଼

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ୧୧ଟି ବିଭାଗର ୧୭ଟି ପ୍ରସ୍ତାବ ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ । କ୍ୟାବିନେଟ୍ ବୈଠକରେ ମିଶନ ଶକ୍ତି ସ୍କୁଟର ଯୋଜନା ପାଇଁ ୫୨୮.୫୫ କୋଟି…

ଭିନ୍ନ ପରମ୍ପରା: ବିବାହ ସମୟରେ ମାଛ ଭସାନ୍ତି ବରକନ୍ୟା

ମଣିପୁର: ମଣିପୁର ଏବେ ହିଂସାକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛି । ନିକଟରେ ସେଠାର ଏକ ଭୟାନକ ଭିଡିଓ ଲୋକଙ୍କୁ ଚକିତ କରିଛି, ଯେଉଁଥିରେ ଅନେକ ପୁରୁଷ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ନେଉଛନ୍ତି । ଏହି କାରଣରୁ ବିଶ୍ୱ ସ୍ତରରେ ଭାରତର ଏହି ରାଜ୍ୟ ଚର୍ଚ୍ଚାରେ ରହିଛି । ଏଭଳି ଘଟଣାକୁ…

ଦ୍ରୁତ ବେଗରେ ଫିଟ ହେଉଛନ୍ତି ବୁମରାହ, ପନ୍ତ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ୫ଜଣ ଷ୍ଟାର ଖେଳାଳି ଏନସିଏରେ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି । ଏହି ୫ଜଣ ଖେଳାଳି ହେଲେ ଯଶପ୍ରୀତ ବୁମରାହ, ପ୍ରସିଦ୍ଧ କ୍ରିଷ୍ଣା, ଶ୍ରେୟାସ ଆୟାର, କେଏଲ ରାହୁଲ ଓ ରିଷଭ ପନ୍ତ । ବୁମରାହ ଏବେ ଫିଟ ହେବା ସହ ରିହ୍ୟାବ କ୍ୟାମ୍ପରେ ବୋଲିଂ ଅଭ୍ୟାସ ଆରମ୍ଭ…

ମଣିପୁର ଘଟଣା ସମଗ୍ର ଭାରତ ପାଇଁ ଲଜ୍ଜା: ଉର୍ଫି ଜାଭେଦ

ମୁମ୍ବାଇ: ନିଜର ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ଉର୍ଫି ଜାଭେଦ । ନିଜ ପୋଷାକକୁ ନେଇ ଅଧିକାଂଶ ସମୟ ବିବାଦରେ ରହୁଥିବା ଉର୍ଫି ଏବେ ମଣିପୁରରେ ଘଟିଥିବା ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ମଣିପୁରରେ…

ମୋଦିଙ୍କୁ ମହଙ୍ଗା ପଡିବ ଛତିଶଗଡ ମନ୍ତବ୍ୟ !

ଭୁବନେଶ୍ୱର: ମଣିପୁର ହିଂସା ସମ୍ପର୍କିତ ମନ୍ତବ୍ୟରେ ଛତିଶଗଡ଼କୁ ଯୋଡିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ। ମଣିପୁର ହିଂସାକାଣ୍ଡ ଘଟଣା ସହ ଛତିଶଗଡ଼ର ଆଇନଶୃଙ୍ଖଳା ସ୍ଥିତିକୁ ତୁଳନା କରି ମୋଦି ଛତିଶଗଡ଼କୁ ବଦନାମ କରିବାକୁ ଚେଷ୍ଟା…

ପ୍ରିୟଙ୍କାଙ୍କ ତିନି ଶିକାର

ଭୁବନେଶ୍ୱର: ମଧ୍ୟପ୍ରଦେଶରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ଜନ ଆକ୍ରୋଶ ମହାରାଲିରେ ଯୋଗ ଦେଇ ପ୍ରିୟଙ୍କା ବିଜେପିକୁ ଟାର୍ଗେଟ କରିଛନ୍ତି। ଦେଶର ରାଜନୈତିକ ସ୍ଥିତି ଓ ରାଜନେତାଙ୍କ ବ୍ୟବହାରକୁ ନେଇ ପ୍ରିୟଙ୍କା ମୋଦିଙ୍କୁ ଟାର୍ଗେଟ…

ରତ୍ନଭଣ୍ଡାର ଖୋଲିବାକୁ ପୁରୀ ଗଜପତିଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଖୋଲାଯାଉ ରତ୍ନଭଣ୍ଡାର । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଦାବି କରି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଚିଠି ଲେଖିଛନ୍ତି । ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଛନ୍ତି । ଚିଠିରେ ଉଲ୍ଲେଖ…