କବିତା : ନଈ ସେପାରି ଗାଁ
ରାଜ କିଶୋର ନାୟକ
ନଈ ସେପାରି ଗାଁ
ସେ ଗାଁ ଉପରେ ସବୁଜ ପତରେ
ଲେଖା ମୋ ପ୍ରିୟାର ନାଁ (୦)
ଅଳସୀ ନଈର ସୁନେଲୀ ଢେଉରେ
ପ୍ରିୟା ମୋ ଦେଖଇ ମୁହଁ
ନିର୍ମଳ ଶରତେ ଅନାଵିଳ ଜଳେ
ପଖାଳେ ତା ଗୋରା ଦେହ
କାଶତଣ୍ଡୀ ବଣେ ପାଦ ଥାପି ଥାପି
ଖେଳେ କନକ କନିଆଁ
ନଈ ସେପାରି ଗାଁ…