କବିତା : କେନ୍ଦ୍ରରେ ତୁମେ
ରାଜ କିଶୋର ଦାସ
ତୁମ ଆଡ଼କୁ ହାତ ଟେକି
ବୁଡ଼ି, ବୁଡ଼ି, ଯାଉଥିଲା ବେଳେ, ବିଶ୍ଵାସ ଥାଏ, ତୁମେ ହାତ ବଢ଼େଇବ, ଉଦ୍ଧାରିବ !
ମିଛ ।
ବୁଡ଼େଇବାରେ ସିଦ୍ଧ ତୁମେ
ହସ ନ’ଆସିଲେ ବି, ହସୁଥାଅ,
କିଏ ବୁଡ଼ିଲେ, ଭାସିଲେ,
ତୁମର ଯାଏ ଆସେ କେତେ ? ଚନ୍ଦନରେ, ଭେଳାରେ, ହାନ୍ଦୋଳାରେ…