Latest Odisha News

BREAKING NEWS

Yearly Archives

2025

ମାଓବାଦୀଙ୍କ ବର୍ବରକାଣ୍ଡ: ୩ ଗ୍ରାମବାସୀଙ୍କ କଲେ ହତ୍ୟା

ଛତିଶଗଡ: ଛତିଶଗଡ଼ରେ ମାଓବାଦୀଙ୍କ ବର୍ବରକାଣ୍ଡ। ତିନି ଜଣଙ୍କ ଗଳାକାଟି କରିଛନ୍ତି ହତ୍ୟା । ବିଜାପୁର ଜିଲ୍ଲା ଗଙ୍ଗଲୁର ଥାନା ପେଦା କୋରେମ ଗାଁରେ ଘଟିଛି ବୀଭତ୍ସ ହତ୍ୟା । ମାଓବାଦୀ ଦଳକୁ ଠାବ କରିବା ପାଇଁ ସୁରକ୍ଷା ବାହିନୀ ସେହି ଅଞ୍ଚଳକୁ ଗସ୍ତ କରିଛନ୍ତି। ସ୍ଥାନୀୟ ଲୋକଙ୍କୁ ଆତଙ୍କିତ…

ଆଜି ୭ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ; ୨୦ ଯାଏଁ ରାଜ୍ୟରେ ବର୍ଷା

ଭୁବନେଶ୍ବର:ରାଜ୍ୟରେ ଆସନ୍ତା ୨୦ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଡଘଡି ସହ ବର୍ଷାହେବାର ସମ୍ଭାବନା ରହିଛି । ଏହି ସୂଚନା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଛି । ଆଜି ମୟୂରଭଞ୍ଜ,କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ବାଲେଶ୍ବର, ଭଦ୍ରକ ଓ…

ଶ୍ରୀ ଭାଗବତ ସାର ୭୧: ଶ୍ରୀମଦ ଭାଗବତରେ ସ୍ଥାନ ପାଇଛି ପୂଜା ଅର୍ଚ୍ଚନା, ଶ୍ରୀମନ୍ଦିରରେ ପ୍ରଚଳିତ ସଂଗୀତ ଚର୍ଚ୍ଚା ଓ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ରଚନା କାଳରେ ଶ୍ରୀଜଗନ୍ନାଥ ଦାସଙ୍କ ଉପରେ ପରମ ବୈଷ୍ଣବ ଶ୍ରୀ ରାମାନୁଜଙ୍କ ପ୍ରଭାବ ଥିବା ଅନୁମାନ କରାଯାଇଛି। ଶ୍ରୀ ରାମାନୁଜ ଦକ୍ଷିଣ ଭାରତରେ ଚଉଦଟି ବିଷ୍ଣୁ ମନ୍ଦିରର ତତ୍ୱାବଧାରକ ଥିଲେ। ସେଠାରେ ପୂଜା ଅର୍ଚନା…

ଟାଟା ପାୱାର ପକ୍ଷରୁ ୨୪୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ସୋଲାର ରୁଫ୍‌ଟପ୍ ସମାଧାନ ଉନ୍ମୋଚିତ

ଭୁବନେଶ୍ୱର: ଟାଟା ପାୱାର ରିନୁଏବଲ୍ ଏନର୍ଜି ଲିମିଟେଡ୍ (ଟିପିଆର୍‌ଇଏଲ୍‌) ପକ୍ଷରୁ ଏହାର ‘ଘର ଘର ସୋଲାର’ ଅଭିଯାନ ଅଧୀନରେ ଓଡ଼ିଶାର ଭୁବନେଶ୍ୱରରେ ଭାରତର ସବୁଠୁ ସୁଲଭ ରୁଫଟପ୍ ସୋଲାର ସମାଧାନର ଶୁଭାରମ୍ଭ କରାଯାଇଛି । କମ୍ପାନୀର ଗ୍ରାହକ କୈନ୍ଦ୍ରୀକ ଫାଇନାନ୍ସ ମଡେଲ୍ ଓଡ଼ିଶା ଜନସଂଖ୍ୟାର…

ସୁଧୁରୁଛି ଶ୍ରୀଜିଉଙ୍କ ସ୍ବାସ୍ଥ୍ୟ; ସେପଟେ ରଥରେ ସଂଯୋଗ ହେଲା ଜଂଘା କଣ୍ଟା

ପୁରୀ: ସ୍ନାନଯାତ୍ରା ପରେ ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କ ଅଣସର ପିଣ୍ଡିରେ ଶାସ୍ତ୍ରାନୁମୋଦିତ ଚିକିତ୍ସା ଚାଲିଛି । ବିଶ୍ୱାବସୁ ତଥା ବିଦ୍ୟାପତି ବଂଶଧର (ଦଇତାପତି)ମାନେ ଏହି ଗୁପ୍ତସେବାରେ ଲାଗିଛନ୍ତି । ପଞ୍ଚମୀରେ ଶଯ୍ୟାଶାୟୀ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଜଡିବୁଟିଯୁକ୍ତ ଫୁଲୁରି ତେଲ ଲାଗି…

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଗୋପାଳପୁର: ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା । ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ଏହି ମାମଲାକୁ ରେଡ୍‌ ଫ୍ଲାଗ ଶ୍ରେଣୀଭୁକ୍ତ କରାଯାଇଥିବା ନେଇ ସେ…

ଆମେରିକାରେ ପାକ୍‌ ସେନା ମୁଖ୍ୟଙ୍କୁ ତୀବ୍ର ବିରୋଧ, ଅସୀମ ମୁନିରଙ୍କ ବିରୋଧରେ ସ୍ଲୋଗାନ

ନୂଆଦିଲ୍ଲୀ:ଆମେରିକାରେ ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନିରଙ୍କୁ ପ୍ରବଳ ବିରୋଧ । ୱାସିଂଟନ ଡିସିରେ ପିଟିଆଇ ସମର୍ଥକଙ୍କ ବିକ୍ଷୋଭ । ମୁନିରଙ୍କୁ ଗଣହତ୍ୟାକାରୀ, ପାକିସ୍ତାନୀଙ୍କ ହତ୍ୟାକାରୀ କହିଲେ ବିକ୍ଷୋଭକାରୀ। କେବଳ ଏତିକି ନୁହେଁ ‘ଅସୀମ ମୁନିର ତୁମେ ଏକଛତ୍ରବାଦୀ, ଭୀରୁ’ ସ୍ଲୋଗାନ…

ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେ଼ମୀ ପକ୍ଷରୁ ‘ନୂତନ ଅପରାଧିକ ଆଇନ’ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତ ପୋଲିସ ଭବନଠାରେ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କ ନିମନ୍ତେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେ଼ମୀ ପକ୍ଷରୁ ଆୟୋଜିତ "ନୂତନ ଅପରାଧିକ ଆଇନ" ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ…

ଆଇଏଏସ୍‌ ଧୀମାନ ଚକମାଙ୍କ ଜାମିନ ଆବେଦନ ଖାରଜ

ଭବାନୀପାଟଣା: ଧର୍ମଗଡ଼ ଉପଜିଲ୍ଲାପାଳ ଥିବା ଆଇଏଏସ୍‌ ଧୀମାନ ଚକମାଙ୍କ ଜାମିନ ଆବେଦନ ଖାରଜ । ଜାମିନ ଆବେଦନ ଖାରଜ କଲେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ଚକମା । କ୍ରସର ମାଲିକଙ୍କଠାରୁ ଲାଞ୍ଚ ନେଲା ବେଳେ ଧରିଥିଲା…

ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ସେବାପୂଜା ସମ୍ପର୍କିତ ରେକର୍ଡ ଅଫ୍‌ ରାଇଟ୍ସର ସମୀକ୍ଷା ପାଇଁ ସମିତି ଗଠିତ

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ନିଯୁକ୍ତ ବିଭିନ୍ନ ନିଯୋଗମାନଙ୍କ ଦ୍ୱାରା କରାଯାଉଥିବା ସେବାପୂଜ ସମ୍ପର୍କିତ ରେକର୍ଡ ଅଫ୍‌ ରାଇଟ୍ସ (ROR)ର ସମୀକ୍ଷା ପାଇଁ ଗଠନ ହେଲା ଦୁଇ ସଦସ୍ୟବିଶିଷ୍ଟ ସମିତି । ରାଜ୍ୟ ସରକାର, ଓଡ଼ିଶା ଉଚ୍ଚ ନ୍ୟାୟଳୟର ଅବସରପ୍ରାପ୍ତ ନ୍ୟାୟମୂର୍ତ୍ତି ଡଃ. ଦୁର୍ଗା…