Latest Odisha News

BREAKING NEWS

Yearly Archives

2026

କଟକରେ ଅଳ୍ପକେ ବର୍ତ୍ତିଲେ ରୋଗୀ ଓ କର୍ମଚାରୀ: ଖାନନଗର ଛକ ନିକଟରେ ଜଳିଗଲା ଆମ୍ବୁଲାନ୍ସ

କଟକ: ସହରର ଖାନନଗର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଭୟଙ୍କର ଅଘଟଣ ଘଟିଯାଇଛି। ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସରେ ହଠାତ୍ ନିଆଁ ଲାଗିଯିବାରୁ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଛି। ତେବେ ସୌଭାଗ୍ୟବଶତଃ ଆମ୍ବୁଲାନ୍ସରେ ଥିବା ଶିଶୁ ରୋଗୀ, ଦୁଇ ଜଣ ମହିଳା ଏବଂ ୩ ଜଣ ଗାଡ଼ି…

ସ୍କୁଲ୍ ପିଲାଙ୍କ ପାଇଁ ବଡ଼ ଆଶ୍ୱାସନା: ରାଜ୍ୟରେ ଲାଗୁ ହେଲା NEP-2020, ବର୍ଷକୁ ୧୦ ଦିନ ‘ବ୍ୟାଗ୍‌-ମୁକ୍ତ’ ହେବେ…

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ଏକ ବଡ଼ ଓ ଯୁଗାନ୍ତକାରୀ ସଂସ୍କାର ଆଣିଛନ୍ତି ରାଜ୍ୟ ସରକାର। ଗତ କିଛି ବର୍ଷ ଧରି କୋମଳମତି ଶିଶୁଙ୍କ ପିଠିରେ ବସ୍ତାନିର ବୋଝ ଏବଂ ପାଠପଢ଼ାର ମାନସିକ ଚାପକୁ ନେଇ ଯେଉଁ ଉଦ୍‌ବେଗ ପ୍ରକାଶ ପାଉଥିଲା, ତାହାର ଅନ୍ତ ଘଟିବାକୁ ଯାଉଛି। ଜାତୀୟ…

ଇରାନ ଉପରେ ଇସ୍ରାଏଲର ବଡ଼ ଆକ୍ରମଣ: ତେହେରାନ ସମେତ ଅନେକ ସହରରେ ଶୁଭିଲା ଭୟଙ୍କର ବିସ୍ଫୋରଣର ଶବ୍ଦ

ତେହେରାନ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଦୀର୍ଘଦିନର ଉତ୍ତେଜନା ସୋମବାର ଭୋର ସମୟରେ ଏକ ସଂଘାତିକ ମୋଡ଼ ନେଇଛି। ଇରାନ ପକ୍ଷରୁ ହୋଇଥିବା ମିସାଇଲ୍ ମାଡ଼ର ଜବାବରେ ଇସ୍ରାଏଲ୍ ବାୟୁସେନା ଇରାନର ରାଜଧାନୀ ତେହେରାନ ସମେତ ଅନେକ ପ୍ରମୁଖ ସହରର ସାମରିକ ଘାଟି ଉପରେ ଜୋରଦାର ଆକ୍ରମଣ କରିଛି। ଏହି…

୨୬ ଜିଲ୍ଲାକୁ କାଳବୈଶାଖୀ ଆଲର୍ଟ, ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ବର୍ଷାର ପ୍ରଭାବ ଜାରି ରହିଛି। ଆଜି ରାଜ୍ୟର ୨୬ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆଲର୍ଟ ଜାରି କରିଛି। ସେଥିରୁ ୭ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ ୧୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି। ବିଜୁଳି ଘଡ଼ଘଡ଼ି ସହ…

ଫିଲିପାଇନ୍ସରେ ଭୂକମ୍ପର ଭୟଙ୍କର ଝଟକା, 8.2 ତୀବ୍ରତାର ଭୂକମ୍ପ ପରେ ସୁନାମି ସତର୍କତା ଜାରି

ଫିଲିପାଇନ୍ସର ଦକ୍ଷିଣ ଅଞ୍ଚଳ ମିଣ୍ଡାନାଓ ଦ୍ୱୀପ ନିକଟରେ ସୋମବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସେସ୍ (GFZ) ଅନୁସାରେ ଭୂକମ୍ପର ପ୍ରାରମ୍ଭିକ ତୀବ୍ରତା 8.2 ମାପାଯାଇଥିଲା। ଭୂକମ୍ପ ପରେ ଫିଲିପାଇନ୍ସ ସହ ଇଣ୍ଡୋନେସିଆ ଓ ଅନ୍ୟ କିଛି…

Earthquake Hits: ଥରିଲା ଉତ୍ତରପୂର୍ବ ଭାରତ; ୫.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଆସାମ, ମେଘାଳୟ ଏବଂ ଉତ୍ତରପୂର୍ବର ଅନେକ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ରବିବାର ରାତି ପ୍ରାୟ ୧୧.୦୬ ରେ ଭୁଟାନ ନିକଟରେ ୫.୭ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଆସାମର କିଛି ଅଂଶରୁ ପ୍ରାୟ ୨୫୨ କିଲୋମିଟର ଦୂରରେ ଥିଲା ଏବଂ ଉତ୍ତର-ପୂର୍ବର…

ଝଗଡା ହେଲା ବୋଲି ଶିଶୁକୁ ମିଠାରେ ବିଷ ଦେଲେ ପଡୋଶୀ !ଶିଶୁଭବନରେ ଚାଲିଛି ଚିକିତ୍ସା …

କଟକ:ଏକ ଦୁଃଖଦ ଓ ଅମାନୁଷିକ ଘଟଣା ସାମ୍ନାକୁ ଆସିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ୫ ବର୍ଷର ଶିଶୁକୁ ମିଠାରେ ପଡୋଶୀ ବିଷ ଦେଇ ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ବାହାବଳପୁର ଗାଁରେ । ଗତ ମାସ ୨୨ ତାରିଖ ଦିନ ୫ ବର୍ଷର ନିଷ୍ପାପ ଶିଶୁ…

ମାଆଙ୍କ ପାଇଁ ଛତା ନେଇ ଯାଇଥିଲେ ନାବାଳକ…ବଜ୍ରାଘାତରେ ଚାଲିଗଲା ଜୀବନ

ଭଦ୍ରକ: ବଜ୍ରାଘାତରେ ଚାଲିଗଲା ନାବାଳକର ଜୀବନ। ୧୦ ବର୍ଷର ନାବାଳକ ନିଜ ମାଆଙ୍କୁ ଗୁହାଳ ଘରୁ ଆଣିବାକୁ ଛତା ନେଇ ଯାଇଥିଲେ। ଆଉ ଛତା ନେଇ ଗୁହାଳରେ ପହଞ୍ଚିବା ପୂର୍ବରୁ ବଜ୍ରାଘାତରେ ଚାଲିଗଲା ନାବାଳକର ଜୀବନ। ଏହି ଅଘଟଣ ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧି ବନ୍ଧଗାଁ ପଞ୍ଚାୟତ ସାମଲ ସାହିରେ…

Indian man shot dead in US: ଆମେରିକାରେ ଭାରତୀୟ ଯୁବକଙ୍କୁ ହତ୍ୟା; ପିଜା ଡେଲିଭରି କରିବାକୁ ଡାକିଲେ.. ପହଞ୍ଚିବା…

ନୂଆଦିଲ୍ଲୀ:ଆମେରିକାର ଫିଲାଡେଲଫିଆରେ ଅଂଶୁଲ କୁଞ୍ଚା ନାମକ ଜଣେ ଭାରତୀୟ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତେଲେଙ୍ଗାନାର ୨୮ ବର୍ଷୀୟ ଯୁବକ, ଆମେରିକାରେ ଏକ ପାର୍ଟ-ଟାଇମ୍ ପିଜା ଡେଲିଭରୀ ବୟ ଭାବରେ କାମ କରୁଥିଲେ । ପିଜା ଡେଲିଭରି ଦେବା ବାହାନାରେ ତାଙ୍କୁ ଏକ ଖାଲି ଘରକୁ ଡାକି…

ଭାରତୀୟ ଟିମ ପକ୍ଷରୁ ଖେଳିବା ପାଇଁ ସିରିୟସ ନାହାନ୍ତି ବୁମରାହ !

ନୂଆଦିଲ୍ଲୀ: ଶ୍ରେୟାଶ ଆୟାରଙ୍କ ନେତୃତ୍ୱରେ ଚୟନ କମିଟି ଆୟର୍ଲାଣ୍ଡ, ଇଂଲଣ୍ଡ ଓ ଏସିଆନ ଗେମ୍ସ ପାଇଁ ଦଳ ଘୋଷଣା କରାଯାଇଛି । ଏଥିରେ ଅନେକ ବଡ ଧରଣର ପରିବର୍ତନ କରାଯାଇଛି । ହାର୍ଦ୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ ବୁମରାହଙ୍କୁ ବିଶ୍ରାମ ଦିଆଯାଇଛି । ଇଂଲଣ୍ଡ ଗସ୍ତରେ ବୁମରାହ ଓହରିବା ନେଇ…