Latest Odisha News

BREAKING NEWS

ଟ୍ରକ-ଭ୍ୟାନ୍ ଧକ୍କାରେ ୪ ମୃତ, ୫ ଗୁରୁତର

ଫୁଲବାଣୀ: ଭୋଜି ଖାଇ ଫେରିବା ବାଟରେ ଛକିଥିଲା ମୃତ୍ୟୁ । ଦୁର୍ଘଟଣା ନେଲା ୪ ଜୀବନ । ଆଉ ୫ ଜଣ ଗୁରୁତର ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଫୁଲବାଣୀ ସଦର ଥାନା ଲାହାବାଡ଼ିରେ ଭ୍ୟାନ୍‌ ଓ ଟ୍ରକ୍‌ ମଧ୍ୟରେ ଦୁର୍ଘଟଣାରେ ୪ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଦୁଇ ଜଣ ଶିଶୁ ଅଛନ୍ତି ।

୫ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କର ଅବସ୍ଥା ସଂକଟାପନ୍ନ ରହିଛି । ମୃତହାତମାନେ ଗୁମ୍ମାଗଡ଼ାରୁ ତାଳପଡ଼ାକୁ ଭୋଜି ଖାଇବାକୁ ଯାଇଥିଲା । ସେଠାରୁ ଫେରିବା ବାଟରେ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Comments are closed, but trackbacks and pingbacks are open.