Latest Odisha News

ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ୪୧ତମ ରାଜ୍ୟ ଚାରୁକଲା ପୁରସ୍କାର ପ୍ରଦାନ ଉତ୍ସବ

ଚଳିତ ବର୍ଷଠାରୁ ଚାରୁକଳାରେ ୧୨ଟି ପୁରସ୍କାର ପ୍ରଦାନ ପୁରସ୍କୃତ ହେଲେ ବିଭିନ୍ନ ବର୍ଗର ୧୨ ଜଣ କୃତୀ ଶିଳ୍ପୀ

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ ଦ୍ୱାରା ଆୟୋଜିତ ୪୧ତମ ରାଜ୍ୟ ଚାରୁକଳା ପୁରସ୍କାର ପ୍ରଦାନ ଉତ୍ସବ ସ୍ଥାନୀୟ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉଚ୍ଚସ୍ତରୀୟ ଚୟନ କମିଟି ଦ୍ୱାରା ଚୟନ ହୋଇଥିବା ୧୨ ଜଣ ଶିଳ୍ପୀ ଯଥା :- ଚିତ୍ରଶିଳ୍ପୀ ସୋଫିୟା ୟାସ୍ମିନ୍‌, ଦିନେଶ ମୁଦୁଲି, ବିକ୍ରମ କେଶରୀ ଫାରକ, ନରେନ୍ଦ୍ର କୁମାର ମାଝୀ ଓ ନରେଶ ସୁନା, ଭାସ୍କର୍ଯ୍ୟରେ ଭିକାରୀ ପ୍ରଧାନ, କାନ୍ତ କିଶୋର ମହାରଣା ଓ ହିମାଂଶୁ ମହନ୍ତ, ମୁଦ୍ରଣ କଳାରେ ଅମୀୟ ରଞ୍ଜନ ଓଝା ଓ ଅଙ୍କିତା ସାହୁ ଏବଂ ପାରମ୍ପରିକ କଳାରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ପୁଷ୍ପାଞ୍ଜଳି ରାଓ ପ୍ରମୁଖଙ୍କୁ ରାଜ୍ୟସ୍ତରୀୟ ଚାରୁକଳା ପୁରସ୍କାର-୨୦୨୩ରେ ପୁରସ୍କୃତ କରାଯାଇଥିଲା । ପୁରସ୍କୃତ ଶିଳ୍ପୀମାନଙ୍କୁ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ଉପଢୌକନ, ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା।

ଏହି ଅବସରରେ କାଡେମୀର ସଭାପତି ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ୍‌ ମୁଖ୍ୟ ଅତିଥି, ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

ବାସ୍ତବତାକୁ ନିଖୁଣ ରୂପ ଦେବାରେ ଜଣେ ଶିଳ୍ପୀ ସର୍ବଦା ଗୁରୁତ୍ୱ ଦେଇଥାଏ ବୋଲି ସେ ଉଲ୍ଲେଖ କରିଥିଲେ । ଗୋଟିଏ ଜାତିର ଅଗ୍ରଗତି ନିମନ୍ତେ ତା’ର ଐତିହ୍ୟ, ସଂସ୍କୃତି ପ୍ରମୁଖ ଭୂମିକା ତୁଲାଇଥାଏ । ଶିଳ୍ପୀମାନଙ୍କର ବାସ୍ତବଧର୍ମୀ କାରୁକାର୍ଯ୍ୟ ସର୍ବଦା ଉତ୍ସାହପ୍ରଦ ରହିଛି ଏବଂ ସେମାନେ ନିରନ୍ତର ପ୍ରୟାସ ଜାରି ରଖିବାକୁ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

ପ୍ରାରମ୍ଭରେ ଏକାଡେମୀର ସଚିବ ପଞ୍ଚାନନ ସାମଲ ଅତିଥିମାନଙ୍କୁ ପରିଚୟ ପ୍ରଦାନପୂର୍ବକ ସ୍ୱାଗତ କରିଥିବା ବେଳେସ୍ୱତନ୍ତ୍ର ଶାସନ ସଚିବ ତଥା ଏକାଡେମୀର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ମଧୁସୂଦନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ମୃତୁ୍ୟଞ୍ଜୟ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.