କବିତା : ଦାବାନଳର ଦୁନ୍ଦୁଭି
ଅଭିଜିତ ଦେବର୍ଷି
ବ୍ୟସ୍ତବହୁଳ ପୃଥିବୀକୁ ମୁହିଁ ଆଖି ପୁରାଇ ଦେଖୁଦେଖୁ
ଗ୍ରହଣ ଲାଗିଛି ସୁଖରେ ତାର, ଗ୍ରାସ କଲା ପୁଣି କିଏ ତାକୁ ?
କିଏ ଏ ଚାଇନା କିଏ ଏ କରୋନା ଆସିଛି ପରାଏ କାଳ ପରି
ଚଞ୍ଚଳ ମନ, ସୁପ୍ତ ଜୀବନ, ବସିବିକି ଏବେ ହାତ ଧରି ?
ଅକାଳେ ଅନ୍ଧାର ମନୁଷ୍ୟ ଜୀବନେ,ଅଦିନରେ ବର୍ଷା ଘଡ଼ଘଡ଼ି
ନପାରେ ମୁଁ ଚିରି,ହାତରେ ମଶାଲ ଖଦ୍ୟୋତ ପରି ଯିବି ମାଡ଼ି
ସ୍ତାଣୁ ପ୍ରାୟେ ମନ, ନୈରାଶ୍ୟ ଜୀବନ ନୂଆ ଆଶା ମୁହିଁ ଜଗାଇବି
ଶତାବ୍ଦୀ ର ଏହି ମହାମାରୀ ପାଇଁ ମୂର୍ତୁ ସଂଜିବନୀ ଛିଞ୍ଚିଦେବି
ପରାଣରୁ ପ୍ରାଣ ଉଡ଼ିକି ବୁଲିବି , ଜାଣିଛି ଅପାର କଷ୍ଟ ହେବ
ମୋର ଏ ପ୍ରୟାସ କାଳେ ତା ମନରେ ନୂଆ ଉଦ୍ଦୀପନା ଭରିଦେବ
ଉଠିବ ସେ ପୁଣି ମୋର ନିଜ ଜାତି , ଉଠି ନିଶ୍ଚୟ ସେ ନାଦ ଦେବ
ଘନ ଅନ୍ଧକାରେ ଏ ଧରା ଆକାଶେ ଆଲୋକାଭାଷ ଦେଖାଦେବ
ହାରି ନାହିଁ କେବେ ହାରିବ ତ ନାହିଁ , ଏ ଭାରତ ମାଟିର ସନ୍ତାନ
ନବ ସ୍ପୃହା, ନବ ଦାବାନଳ ଆଗେ ମହାମାରୀର ତ ନାହିଁ ସ୍ଥାନ।
ବତିମୀରା, ବିରିଡ଼ି ରୋଡ, ଜଗତସିଂହପୁର
Comments are closed.