Latest Odisha News

BREAKING NEWS

କେକେଆର ରଣନୀତି ଫେଲ୍, ମୁମ୍ବାଇ ଆଗରେ ୧୪୯ ରନର ଲକ୍ଷ୍ୟ ରଖିଲା

ଆବୁଧାବି: ଚଳିତ ଆଇପିଏଲରେ ଶୁକ୍ରବାର କୋଲକାତା ନାଇଟ ରାଇଡର୍ସ ୧୪୯ ରନର ବିଜୟ ଲକ୍ଷ୍ୟ ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ରଖିଛି । ଦୀନେଶ କାର୍ତିକଙ୍କ ସ୍ଥାନରେ ଇଅନ ମୋର୍ଗାନ ନୂତନ ରଣନୀତି ସହ ପଡିଆକୁ ଓହ୍ଲାଇଥିଲେ ମଧ୍ୟ ତାହା କୋଲକାତାକୁ ବିଶେଷ ଫାଇଦାରେ ରଖି ନ ଥିଲା । ମୁମ୍ବାଇ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ଦଳ ୨୦ ଓଭରରେ ୫ ଉଇକେଟ ବିନିମୟରେ ୧୪୮ ରନ କରିବାକୁ ସକ୍ଷମ ହୋଇଥିଲା ।

ଅଧିନାୟକ ମୋର୍ଗାନ (୩୯ ନଟଆଉଟ) ଓ ପ୍ୟାଟ କୁମିନ୍ସ (୫୩ ନଟଆଉଟ)ଙ୍କ ବ୍ୟାଟିଂ ଯୋଗୁ ଦଳ ସମ୍ମାନଜନକ ସ୍କୋର କରିପାରି ଥିଲା । ମୁମ୍ବାଇ ପକ୍ଷରୁ ରାହୁଲ ଚହର ୨ଟି ଉଇକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.