Latest Odisha News

BREAKING NEWS

ବଟି ଦେବାକୁ ମନା କରିବାରୁ ଭାଇ ଭଉଣୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ

[contact-form][contact-field label=”Name” type=”name” required=”true” /][contact-field label=”Email” type=”email” required=”true” /][contact-field label=”Website” type=”url” /][contact-field label=”Message” type=”textarea” /][/contact-form]

ବ୍ରହ୍ମପୁର: ଦାଦା ବଟି ମାଗିବା ଅଭିଯୋଗରେ ଶନିବାର ଦିନ ଟ୍ଵିନ ସିଟିରୁ ୮ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଏହା ସତ୍ତ୍ୱେ ସୁଧୁରୁ ନାହାନ୍ତି ଦୁର୍ବୁତ୍ତ । ବଟି ଦେବାକୁ ମନା କରିବାରୁ ଗଞ୍ଜାମ ବ୍ରହ୍ମପୁର ଅଞ୍ଚଳର ଜଣେ ଯୁବକ ଏବଂ ତାଙ୍କ ଭଉଣୀଙ୍କୁ କିଛି ଦୁର୍ବୁତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ସୂଚନାନୁସାରେ, କିଛି ଅଜଣା ଯୁବକ ବାଇକ ଯୋଗେ ବଡା ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀ ନର୍ସିଂହ ୱାର୍ଡର କାଳିଆ ପାତ୍ର ଦୋକାନକୁ ଆସି ବନ୍ଧୁକ ମୁନରେ ୧୦,୦୦୦ ଟଙ୍କା ମାଗିଥିଲେ।

ଏତେ ଟଙ୍କା ଦେବାକୁ କାଳିଆ ଦେବାକୁ ମନା କରିଦେବାରୁ ସେମାନେ ଖଣ୍ଡା ଦ୍ୱାରା ତାଙ୍କୁ ଉପରକୁ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

ଅନ୍ୟଏତେ ଯେତେବେଳେ କାଳିଆଙ୍କ ଭଉଣୀ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କଲେ, ଦୁର୍ବୁତ୍ତ ମାନେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।

ଉଭୟ ଭାଇ ଭଉଣୀ ପୋଲିସରେ ଏସମ୍ପର୍କରେ ଅଭିଯୋଗ ଦେଇଛନ୍ତି। ଆହୁରି ମଧ୍ୟ ଦୁର୍ବୁତ୍ତ ଏହି ଭାଇ, ଭଉଣୀଙ୍କୁ ଧକମ ଦେଇ କହିଛନ୍ତି ଯେ, ଏ ବିଷୟରେ ପୋଲିସରେ ନଜଣାଇବା ପାଇଁ।

ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ କଟକ ଠାରେ ପୋଲିସ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଏବଂ ଅନ୍ୟ ଚାରିଜଣଙ୍କୁ ଭୁବନେଶ୍ୱରରେ ଚୋରା ଚାଲାଣ ଅଭିଯୋଗରେ ଗିରଫ କରିଛି। ଶୁକ୍ରବାର ଦିନ ଟ୍ୱିନ୍ ସିଟି ପୋଲିସ୍ ଘୋଷଣା କରିଛି ଯେ ଅପରାଧୀଙ୍କ ଦ୍ୱାରା ବଟି ଟଙ୍କା ସଂଗ୍ରହକୁ ବନ୍ଦ କରିବା ପାଇଁ “ନୋ ଟୁ ଏକ୍ସଟୋରସନ୍” ନାମକ ଏକ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରାଯାଇଛି।

Leave A Reply

Your email address will not be published.