Latest Odisha News

BREAKING NEWS

ୟୁ-ଟ୍ୟୁବ୍‌ରେ ସୁପରହିଟ୍ ଆଇଏଏସ୍ ଅଫିସରଙ୍କ ଗୀତ !

ନୂଆଦିଲ୍ଲୀ: ରାକ୍ଷୀ ଗୁପ୍ତା । ପେଶାରେ ଜଣେ ଆଇଏଏସ୍ ଅଫିସର । ହେଲେ ଏବେ ସୋସିଆଲ ମିଡିଆରେ ତାଙ୍କୁ ନେଇ ଖୁବ ଚର୍ଚ୍ଚା । ଖାଲି ଚର୍ଚ୍ଚା ନୁହେଁ ବରଂ ତାଙ୍କର ଏକ ଭଜନ ଗୀତ ବହୁଳ ମାତ୍ରାରେ ଭାଇରାଲ୍ ବି ହୋଇଛି । ଗୀତର ଲିରିକ୍ସ ଲାଇନ୍ “ମୈଁ ତୋ ରଟ୍ଟୁଙ୍ଗି ରାଧା ନାମ” ରହିଥିଲାବେଳେ ଅକ୍ଟୋବର ୧୮’ରେ ଗୀତଟି ୟୁଟ୍ୟୁବ୍‌ରେ ସେୟାର ହୋଇଥିଲା ।

(Courtesy: Rakhee Gupta, Times Music Spiritual, YouTube)

ପାଖାପାଖି ୫ମିନିଟ୍‌ର ଏହି ଭିଡିଓଟି ଭଗବାନ କୃଷ୍ଣ ଓ ରାଧାଙ୍କ ଉପରେ ଆଧାରିତ । ଯାହାକୁ ଗୈରଭ ଦେବ ଓ କାର୍ତ୍ତିକ ଦେବ କମ୍ପୋଜ କରିଛନ୍ତି । ଏହି ଗୀତଟିକୁ ଆଇଏଏସ୍ ଅଫିସର ଜଣକ ନିଜ ମାଆ ଓ ପରିବାରକୁ ସମର୍ପଣ କରିଛନ୍ତି । ଭଗବାନ କୃଷ୍ଣଙ୍କ ଜନ୍ମସ୍ଥାନ ବୃନ୍ଦାବନରେ ଏହି ମ୍ୟୁଜିକ ଭିଡିଓଟିକୁ ସୁଟ୍ କରାଯାଇଥିଲା । ଭଜନଟି ସୋସିଆଲ ମିଡିଆରେ ସେୟାର ହେବା ପରେ ଅନେକ ଲୋକ ରାକ୍ଷୀଙ୍କୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.