Latest Odisha News

BREAKING NEWS

ବରଗଡରୁ ବାଘ ଛାଲ ଜବତ କଲା କ୍ରାଇମବ୍ରାଞ୍ଚ STF, ୩ ଗିରଫ

ଭୁବନେଶ୍ୱର: ପୁଣି ରାଜ୍ୟରୁ ବାଘ ଛାଲ ଜବତ । ବରଗଡ଼ ଜିଲ୍ଲାରୁ ବାଘ ଛାଲ ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହାସହ ଦାନ୍ତ ଓ ନଖ ମଧ୍ୟ ଜବତ କରାଯାଇଛି । ଘଟଣାରେ ଭଟଲି ଛକରୁ ୩ ଜଣଙ୍କୁ ଧରିଥିଲା କ୍ରାଇମ୍‌ବ୍ରାଞ୍ଚ । ଅଟକ ତିନି ଜଣଙ୍କୁ ପଚରାଉଚରା ଜାରି ରହିଛି ।

କେବେ ବାଘ ଶିକାର ହୋଇଥିଲା ? ଏହା ପଛରେ ଆଉ କେଉଁମାନେ ଅଛନ୍ତି ? ରାଜ୍ୟ ବାହାରକୁ ଚାଲଣ କରିବାର ଥିଲା କି ? ରାଜ୍ୟ ବାହାର ରାକେଟର ସକ୍ରିୟ ଅଛନ୍ତି କି ନାହିଁ ? ଏସବୁ ପ୍ରଶ୍ନର ଉତ୍ତରେ ଖୋଜୁଛି ଏସଟିଏଫ୍ । ନିକଟରେ ଭୁବନେଶ୍ୱରରୁ ଏକ ବାଘ ଛାଲ ଜବତ କରାଯାଇଥିଲା ।

Leave A Reply

Your email address will not be published.