Latest Odisha News

BREAKING NEWS

ଆମାଜାନ୍‌ରେ କିଏ ବିକୁଛି ନିର୍ମାଲ୍ୟ ମହାପ୍ରସାଦ ?

ପୁରୀ: ବ୍ୟବସାୟ ଆଗରେ ଫିକା ପଡିଛି ଧାର୍ମିକ ମନୋଭାବନା । ଆମାଜନ୍ ଭଳି ବିଶ୍ୱସ୍ତରୀୟ ଅନ୍‌ଲାଇନ୍ ସପିଂ ସାଇଟ୍‌ରେ ମିଳୁଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିର୍ମାଲ୍ୟ ମହାପ୍ରସାଦ । ପୁରୀ ଶ୍ରୀମନ୍ଦରର ଜଣେ ସେବାୟତ ଏ ନେଇ ଅଭିଯୋଗ ଆଣିବା ସାମ୍ନାକୁ ଆସିଥିଲା ଏପରି ଲଜ୍ଜାକର ତଥ୍ୟ ।

ରବିବାର ଶମ୍ଭୁନାଥ ଖୁଣ୍ଟିଆ ନାମକ ଜଣେ ସେବାୟତ ଆମାଜାନରେ ମହାପ୍ରଭୁଙ୍କ ନିର୍ମାଲ୍ୟ ମହାପ୍ରସାଦ ବିକ୍ରୟ ହେଉଥିବା ନେଇ ପୋଲିସର ଦୃଷ୍ଟି ଆକର୍ଷଣ କରିଥିଲେ । ଏପରିକି ଅନ୍‌ଲାଇନ୍ ସାଇଟ୍ ଆମାଜନ୍‌ର ସ୍କ୍ରିନ୍ ସଟ୍ ବି ସେୟାର କରିଥିଲେ । ତେବେ ଖୋଳତାଡରେ ଘଟଣାଟି ସତ ବୋଲି ପ୍ରମାଣିତ ହୋଇଛି ।

ଦୁଇଟି ବିଜ୍ଞାପନରେ ୧୨୯ ଓ ୫୯ ଟଙ୍କାରେ ରିୟଲ୍ ଟ୍ରେଡର ଓ ଅରବାନ୍ସ ହବ୍ ନାମକ ଏକ ଭେଣ୍ଡର୍ ଜରିଆରେ ଆମାଜାନ ନିର୍ମାଲ୍ୟ ବିକ୍ରୟ କରୁଥିବା ପ୍ରମାଣ ମିଳିଛି । ତେବେ ଖାଲି ସେତିକି ନୁହେଁ, ଲୋକେ ଅନ୍‌ଲାଇନରୁ ନିର୍ମାଲ କିଣି ରିଭ୍ୟୁ ଦେଇଥିବା ମଧ୍ୟ ଜଣାପଡିଛି । ଅନ୍ୟପଟେ ମନ୍ଦିର ପ୍ରଶାସନର ଜିତେନ୍ଦ୍ର ସାହୁ କହିଛନ୍ତି ନିୟମାନୁଯାୟୀ ନିର୍ମାଲ୍ୟ ମହାପ୍ରସାଦକୁ ବିକ୍ରୟ କରିବା ନେଇ କେବଳ ସୁଆରଙ୍କୁ ଅଧିକାର ମିଳିଛି । ଏହି ମାମଲାକୁ ନେଇ ଥାନାରେ ଅଭିଯୋଗ ହୋଇଥିଲାବେଳେ ଆଇନ ବିଶେଷଜ୍ଞଙ୍କ ସହ ପରାମର୍ଶ ଚାଲିଛି ।

Leave A Reply

Your email address will not be published.