Latest Odisha News

ଖାଦ୍ୟରେ ସାମିଲ କରନ୍ତୁ ଏହି ମଞ୍ଜି; ବଢିବ ତ୍ୱଚାର ଚମକ

ଭୁବନେଶ୍ୱର: ନିଜ ତ୍ୱଚାକୁ ଚିକ୍କଣ ଓ ମସୃଣ ରଖିବାକୁ କିଏ କେତେ ଉପାୟ ଅବଲମ୍ବନ କରନ୍ତି। ଅନେକ ପ୍ରକାରର କସମେଟିକ କ୍ରିମ ବ୍ୟବହାର କରନ୍ତି ମାତ୍ର ଯଦି ଆପଣଙ୍କ ଶରୀର ଭିତରୁ ସ୍ବଚ୍ଛ ନାହିଁ ତେବେ କୌଣସି ବି କ୍ରିମ୍ ତ୍ବଚାରେ ଚମକ ଆଣିପାରିବନାହିଁ ।

ସୁନ୍ଦର ତ୍ବଚା ପାଇଁ ସୁସ୍ଥ ଖାଦ୍ୟପେୟ ଜରୁରୀ ଅଟେ । ଆଣି ଆମେ ଆପଣଙ୍କୁ ଏପରି ଏକ ମଞ୍ଜି ସମ୍ପର୍କରେ ଜଣାଇବୁ ଯାହା ତ୍ବଚାକୁ ଉଜ୍ଜ୍ବଳ କରିବାରେ ସାହାଯ୍ୟ କରିଥାଏ।

ସୂର୍ଯ୍ୟମୁଖୀ ମଞ୍ଜି-

ସୂର୍ଯ୍ୟମୁଖୀ ମଞ୍ଜିରେ ଜିଙ୍କ୍, ଭିଟାମିନ୍-ଏ, ବି-୧ ଏବଂ ଇ ରହିଥାଏ । ଏହା ବ୍ୟତୀତ ଏଥିରେ ବହୁ ପରିମାଣର ମ୍ୟାଗ୍ନେସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ଫ୍ରି ରେଡିକଲ୍‌ସ ସହିତ ଲଢିବା ପାଇଁ ସାହାଯ୍ୟ କରିଥାଏ । ଏହା ତ୍ବଚାକୁ ଉଜ୍ଜ୍ବଳ କରିଥାଏ । ତ୍ବଚାରେ କଳା ଦାଗ ହଟାଇବାରେ ସୂର୍ଯ୍ୟମୁଖୀ ମଞ୍ଜି ମଧ୍ୟ ବହୁତ ଲାଭଦାୟକ ଅଟେ । ଏହାକୁ ନିଜ ଖାଦ୍ୟରେ ସାମିଲ କଲେ ଆପଣ ମଧ୍ୟ ଖୁବ କମ ଦିନ ମଧ୍ୟରେ ନିଜ ତ୍ୱଚାର ଉଜ୍ଜ୍ୱଳତା ବଢ଼ାଇ ପାରିବେ।

Leave A Reply

Your email address will not be published.