Latest Odisha News

କ୍ରିକେଟରୁ ଅବସର ଘୋଷଣା କଲେ ବିନୟ କୁମାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ପେସ ବୋଲର ଆର.ବିନୟ କୁମାର ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୨୫ ବର୍ଷ କ୍ୟାରିୟରକୁ ସମାପ୍ତ କରିବା ସହଜ ନ ଥିଲା ବୋଲି ୩୭ ବର୍ଷୀୟ ବିନୟ କହିଛନ୍ତି । ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନୀ ଓ ବିରାଟ କୋହଲିଙ୍କ ପରି ମହାନ ଖେଳାଳିଙ୍କ ସହ ଖେଳିବା ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଗର୍ବିତ ମନେ କରୁଛି ବୋଲି କହିଛନ୍ତି ।

ବିନୟ ୩୧ ଦିନିକିଆରେ ୩୮ ଉଇକେଟ, ୯ ଟି୨୦ ମ୍ୟାଚରେ ୧୦ ଓ ଗୋଟିଏ ଆନ୍ତର୍ଜାତୀୟ ଟେଷ୍ଟରେ ଗୋଟିଏ ଉଇକେଟ ହାସଲ କରିଛନ୍ତି । ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବା ବେଳେ ସଚିନଙ୍କୁ ମେଂଟର ରୂପ ପାଇ ଭାଗ୍ୟଶାଳୀ ମନେ କରୁଛି ।

Leave A Reply

Your email address will not be published.