ଅଭିଜିତ ଦେବର୍ଷି
ତୁମେ
ଅଳସ ନଦୀର କନ୍ୟା
ସତେ ଶ୍ରାବଣର ସେହି ବନ୍ୟା ।।
ତୁମେ
ହୃଦୟର ସେହି ସ୍ବପ୍ନ
ଆଦରେ, କରିଛି ଯାହାର ଯତ୍ନ ।।
ତୁମେ
ମାତା ,ଭଗିନୀର ଛାୟା
ପୁଣି ପ୍ରେୟସୀ ସ୍ପର୍ଶର ମାୟା ।।
ତୁମ
ପାଖେ ଗଚ୍ଛିତ ଅସୀମ ପ୍ରେମ ଓ ସ୍ନେହ
ରହି କେ ପାରିବ, ତୁମ୍ଭ ମନୁ ଯଦି ଛୁଟିଲା କ୍ରୋଧ ଓ କୋହ।।
ଆଜିଏ ଦିନରେ
ତୁମ୍ଭ ଚରିତ୍ରର କରେ ମୁହିଁ ଶତ ନମନ
ନାରୀ ଏକ ଶବ୍ଦ, ଅସୀମ ସମ୍ପଦ , ଋଣୀ ରହିବ ଏ ଜୀବନ ।।
ବ୍ରହ୍ମପୁର