Latest Odisha News

BREAKING NEWS

ମାଆ ସାପ ଉଦ୍ଧାରର ୨୧ ଦିନ ପରେ ଫୁଟିଲା ଅଣ୍ଡା, ୫୨ଟି ପାଣିଧଣ୍ଢ ସାପ ଛୁଆ ଉଦ୍ଧାର

ଅନୁଗୁଳ: ଅନୁଗୁଳ ସହର ନିକଟସ୍ଥ ତୁରଙ୍ଗ ଗାଁ କେନାଲ ସାହିରୁ ୫୨ଟି ପାଣିଧଣ୍ଢ ସାପ ଛୁଆ ଉଦ୍ଧାର କରାଯାଇଛି । କେନାଲ ସାହି ବିଦେଶୀ ବେହେରାଙ୍କ ଘର ପଛପଟ ବାଡିରେ ଏକ ଆଜବେଷ୍ଟସ ତଳୁ ସାପଙ୍କୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁସାରେ, ଗତ ମାସ ୧୩ ତାରିଖରେ ଏକ ପାଣିଧଣ୍ଢ ସାପ ଥିବା ବିଦେଶୀ ବେହେରାଙ୍କ ପରିବାର ଲୋକ ଦେଖିବାକୁ ପାଇଥିଲେ । ସାପକୁ ବାହାର କରିବା ପାଇଁ ସ୍ନେକ୍ ହେଲ୍ପଲାଇନ୍କୁ ଖବର ଦେଇଥିଲେ । ଆଦିତ୍ୟ ବେହେରା ଓ ସାଥୀ ରାଧାମୋହନ ସାହୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ମାଆ ପାଣିଧଣ୍ଢ ସାପକୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ଛାଡି ଦେଇଥିଲେ । ପରେ ସେଠାରେ ଥିବା ୬୦ରୁ ୬୫ଟି ଅଣ୍ଡାଗୁଡିକୁ ଯତ୍ନ ଓ ଅତି ସତର୍କତାର ସହ ଉଦ୍ଧାର କରି ଅନ୍ୟ ଏକ ଜାଗାରେ ସୁରକ୍ଷିତ ଭାବରେ ରଖି ଦେଇଥିଲେ ।

ମାଆ ସାପ ଉଦ୍ଧାରର ୨୧ ଦିନ ପରେ ଅଣ୍ଡାଗୁଡିକରୁ ମୋଟ ୫୨ଟି ପାଣିଧଣ୍ଢ ସାପ ଛୁଆ ଜୀବିତ ଓ ସୁସ୍ଥ ଅବସ୍ଥାରେ ବାହାରିଛନ୍ତି । ଏନେଇ ଅନୁଗୋଳ ବନାଞ୍ଚଳ ଅଧିକାରୀଙ୍କୁ ଜଣାଇ ତାଙ୍କ ତତ୍ତ୍ବାବଧାନରେ ସାପ ଛୁଆ ଗୁଡିକୁ ନିକଟସ୍ଥ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦିଆଯାଇଛି ।

Leave A Reply

Your email address will not be published.