କବି କୁଳାଙ୍ଗାର
ମାଗଣା ମିଳୁ ମାଗଣା ମିଳୁ ବୋଲି
ଆମେ ସବୁବେଳେ କରୁ କାମନା;
ଇଶ୍ବର ଶେଷରେ ବିରକ୍ତ ହୋଇକି
ମାଗଣାରେ ଦେଲେ କରୋନା!
ବଡ ଦହଗଞ୍ଜେ ଚଳୁ,
ତଥାପି ଆଶା ମାଗଣା ଟୀକା ମିଳୁ!!
ଛୁଟି କାଟିବାକୁ ମନ ସଭିଁକର
କାମଦାମ ବେଶି ଚାହୁଁନୁ;
ଇଶ୍ବର ତେଣୁ ବ୍ୟବସ୍ଥା କରିଲେ
ସଟଡାଉନୁ ଲକଡାଉନୁ!
ବୁଲାଟିଆ ରୋଗୀ ଆମେ,
କର୍ଫ୍ୟୁରେ ବାହାରି ଯାଉ ଅଯଥା କାମେ!
ସ୍ବାର୍ଥପର ଆମେ ଆପଣା ଲୋକଙ୍କ
ସହ ନାଇଁ କଥା ବାରତା;
ସେଥିପାଇଁ ଆମ ମନଜାଣି ସିଏ
ଦେଲେ ସାମାଜିକ ଦୂରତା!
ଏହାର ସୁଯୋଗ ନେଇ,
ଜନ୍ମଦାତାଙ୍କୁ ବି ସନ୍ତାନ ଦିଏ ଦୂରେଇ!!
ମୋବାଇଲି ଧରି ସଭିଏଁ ଯେହେତୁ
କରିଲେ ଏକ ଦୁଇ ଏବଂ ଇଟିଂ;
ଈଶ୍ୱର କରିଲେ ଅନଲାଇନିରେ
ପାଠପଢା ଏବଂ ମିଟିଂ!
ମୋବାଇଲି ଘଷିଘଷି,
ହାତର ଆଙ୍ଗୁଠି ହୁଅନ୍ତି ଅଣନିଶ୍ବାସୀ!
ମଣିଷ କରଇ ଏମିତିଆ କୀର୍ତ୍ତି
ଦେଖାଇ ନହୁଏ ମୁହଁ;
ସେଥିପାଇଁ ବୋଧେ ଇଶ୍ବର କହିଲେ
ତାକୁ ମାସ୍କ ପିନ୍ଧେଇ ଦିଅ!
ଥୋଡିରେ ତାକୁ ଝୁଲେଇ,
ମଣିଷ କହେ ମୋତେ ପାରିହେବ ନାଇଁ!
ଭୁବନେଶ୍ୱର
Comments are closed.