ରାମକୃଷ୍ଣ
ହାଣକାଟ ସଇଲା
ରକ୍ତସ୍ନାନ ସଇଲା
ଏଥର ଫେରିବା କଥା ଘରକୁ
ଘର କାହିଁ, ରାସ୍ତା କାହିଁ ଘରକୁ?
ରକ୍ତନଦୀରେ ଭାସିଗଲା
ସବୁ ମହଜୁଦ ସୁଖ
ଆଉ ବେଳେ କାହିଁ ଫେରିବାକୁ !
ବେଳ ଗଡି଼ଗଲା
ସାଉଁଟି ପାରିଲିନାହିଁ ଫୋପଡା଼ ସ୍ବପ୍ନଙ୍କୁ
ଫେରାର୍ ନିଦକୁ, ନିଶ୍ବାସକୁ
ସାଉଁଟି ପାରିଲି ନାହିଁ ନିଜକୁ
କଟା ହାତଗୋଡ଼
କଟା ମୁଣ୍ଡ ଓ ଗଣ୍ଡିରୁ ଶୁଖିଲା ରକ୍ତକୁ ।
ଛିଡା଼ କରାଇ ହେଲାନାହିଁ
ଆହତ ଭୂଲୁଣ୍ଠିତ ସମ୍ପର୍କ
ଛଡା଼ଇ ହେଲାନାହିଁ
ସବାଖାଇ ସମୟର ହାତରୁ
କଟା ନାଭି ନାଡ଼ !
ବେଳ ଗଡି଼ଗଲା
ଫେରିବା ସମ୍ଭବ ହେଲାନାହିଁ ଘରକୁ
ନା ଫେରିବା ଇଚ୍ଛା ହେଲାନାହିଁ
କେଜାଣି ?
ସମ୍ବଲପୁର