Latest Odisha News

BREAKING NEWS

ଆନ୍ତର୍ଜାତୀୟ ଗୋଲ ସ୍କୋରରେ ମେସିଙ୍କୁ ପଛରେ ପକାଇଲେ ସୁନୀଲ ଛେତ୍ରୀ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲର ମହାନ ଖେଳାଳି ସୁନୀଲ ଛେତ୍ରୀ ଆନ୍ତର୍ଜାତୀୟ ଗୋଲ ସ୍କୋରରେ ଆର୍ଜେଂଟିନାର ଲିଓନେଲ ମେସିଙ୍କୁ ପଛରେ ପକାଇଛନ୍ତି । ଫିଫା ବିଶ୍ୱକପ ଓ ଏସିଆକପ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ସେ ବାଂଲାଦେଶ ବିପକ୍ଷରେ ୨ଟି ଗୋଲ ସ୍କୋର କରିଥିଲେ । ମେସି ୧୪୩ ମ୍ୟାଚରେ ୭୨ ଗୋଲ କରିଥିବା ବେଳେ ଛେତ୍ରୀ ୧୧୭ ମ୍ୟାଚରେ ୭୪ ଗୋଲ କରି ୧୦ମ ସ୍ଥାନରେ ରହିଛନ୍ତି । ସେ ଏବେ ମହାନ ଖେଳାଳି ପେଲେଙ୍କଠାରୁ ୩ଟି ଗୋଲ ପଛରେ ଅଛନ୍ତି ।

ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି ଇରାନର ଅଲୀ ଡେଇ । ସେ ୧୪୯ ମ୍ୟାଚରେ ୧୦୯ ଗୋଲ କରିଛନ୍ତି । ତାଙ୍କ ପଛକୁ କ୍ରିଷ୍ଟିଆନା ରୋନାଲ୍ଡୋ (୧୦୩), ମୋଖତାର ଦହାରୀ (୮୯), ଫେରେନ ଫୁସ୍କସ (୮୪), ଗଡଫ୍ରେ ଚିତାଳୁ (୭୯), ହସେନ ସଏଦ (୭୮), ପେଲେ (୭୭), କୁନିଶିଗେ କାମାମୋତୋ (୭୫), ବଶର ଅବଦୁଲ୍ଲା (୭୫) ଓ ସୁନୀଲ ଛେତ୍ରୀ (୭୪) ରହିଛନ୍ତି ।

Leave A Reply

Your email address will not be published.